ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଓଲ ଶାନ୍ତି ପୁରସ୍କାର : ପୁରସ୍କାର ରାଶିରେ କରିବେ ଗଙ୍ଗାନଦୀକୁ ସ୍ବଚ୍ଛ
22/02/2019 at 12:01 PM

ସିଓଲ ୨୨/୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦକ୍ଷିଣ କୋରିଆରେ ସିଓଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଛି। ସମ୍ମାନ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହା ବସୁଧୈବ କୁଟୁମ୍ବକମ୍ ସିଦ୍ଧାନ୍ତର ସମ୍ମାନ। ମୋଦି ପୁରସ୍କାର ସହିତ ମିଳିଥିବା ରାଶିକୁ ନମାମି ଗଙ୍ଗେ ମିଶନକୁ ଦାନ ଦେବାକୁ ସ୍ଥିର କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ କୋରିଆ ଗସ୍ତରେ ଅଛନ୍ତି। ସିଓଲର ବ୍ଲୁ ହାଉସରେ ମୋଦିଙ୍କୁ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ-ଜେ-ଇନ୍ ଏବଂ ପ୍ରଥମ ମହିଳା କିମ୍ ଜଙ୍ଗ୍ ସୁକ୍ ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ଯୁଦ୍ଧରେ ମୃତ୍ୟୁ ବରଣ କରିଥିବା ୧ଲକ୍ଷ ୬୫ହଜାର କୋରିଆର ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଏହା ପରେ ମୋଦି କହିଛନ୍ତି ‘‘ମୁଁ ଅନୁଭବ କରିଛି ଯେ ଭାରତର ଆକ୍ଟ ଇଷ୍ଟ ପଲିସି ଏବଂ କୋରିଆର ନୂତନ ଦକ୍ଷିଣ ନୀତିର ତାଳମେଳ ଆମ ବିଶେଷ ରଣନୀତିକ ଭାଗିଦାରୀକୁ ମଜବୁତ କରିବ।’’ ଦକ୍ଷିଣ କୋରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶାନ୍ତି ପୁରସ୍କାର ଦିଆଯାଉଛି। ମୋଦି ସିଓଲ ଶାନ୍ତି ପୁରସ୍କାର ପାଇଥିବା ୧୪ତମ ବ୍ୟକ୍ତି।