Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଉତ୍ତରପ୍ରଦେଶ ବାସୀଙ୍କୁ ମୋଦିଙ୍କ ଉପହାର : ଏକାସଙ୍ଗେ ୭୫,ହଜାର ହିତାଧୀକାରି ପାଇଲେ ଆବାସ ଗୃହ

5/10/2021 at 1:57 PM

ଉତ୍ତରପ୍ରଦେଶ ୦୫/୧୦: ଆଜାଦି କି ଅମୃତ ମହୋତ୍ସବ ଅବସରରେ ଉତ୍ତରପ୍ରଦେଶ ବାସୀଙ୍କୁ ବଡ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଉତ୍ତରପ୍ରଦେଶ ଲକ୍ଷ୍ନୌରେ ନ୍ୟୁ ଇଣ୍ଡିଆନ୍ ଥିମ,କେନ୍ଦ୍ରୀୟ ଆବାସ ସହରୀ କାର୍ଯ୍ୟ ମନ୍ତ୍ରଣାଳୟ ଓ ନଗର ବିକାଶ ବିଭାଗ ଉତ୍ତରପ୍ରଦେଶର ମିଳିତ ଓ ଆନୁକୂଲ୍ୟରେ ତ୍ରୀଦିବସୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ ପଟେଲ,ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହିତ ଉପସ୍ଥିତ ଥିଲେ। ଏହା ସହ ପ୍ରଧାନମନ୍ତ୍ରୀ ସମସ୍ତଜିଲ୍ଲାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚୟନିତ ହୋଇଥିବା  ୭୫,୦୦୦ ହିତାଧିକାରୀଙ୍କୁ ଅନଲାଇନ ମାଧ୍ୟମରେ  ସେମାନଙ୍କ ଘର ପ୍ରଦାନ କରିଛନ୍ତି ।

ଏହି ଅବସରରେ ପ୍ରଧୀନମନ୍ତ୍ରୀ ଆଗ୍ରା, କାନପୁର ଓ ଲଳିତପୁରର  କିଛି ହିତାଧୀକାରି ମାନଙ୍କ ସହ ଅନଲାଇନ ମାଧ୍ୟମରେ କଥା ହୋଇଛନ୍ତି ।  ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ସମୟରେ ସ୍ମାର୍ଟସିଟି ଯୋଜନା ଅନ୍ତର୍ଗତ ଆଗ୍ରା , ଅଲୀଗଡ଼, ବରେଲି, ଝାନ୍ସି, କାନ୍ପୁର, ଲକ୍ଷ୍ନୌ, ପ୍ରୟାଗରାଜ, ସହାରନପୁର, ମୁରାଦାବାଦ, ଓ ଅଯୋଧ୍ୟାରେ ଇଣ୍ଟ୍ରିକେଟେଡ କମାଣ୍ଡ ଏଣ୍ଡ କଣ୍ଟ୍ରୋଲ ସେଣ୍ଚର , ଇଣ୍ଟେଲିଜେନ୍ସ ଟ୍ରାଫିକ୍ ମେନେଜମେଣ୍ଟ ସିଷ୍ଟମ ଓ ସହରି ଭତ୍ତିଭୂମି ଓ ଅମୃତ ମିଶନ ଅନ୍ତର୍ଗତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍ତରପ୍ରଦେଶ ଜଳ ନିଗମ ଦ୍ୱାରା ନିର୍ମିତ ହୋଇଥିବା  ପାନୀୟ ଜଳ ଓ ସ୍ୱରେଜର ପୁରା ୪,୭୩୭କୋଟି ଟଙ୍କାର ପ୍ରକଳ୍ପ କୁ ଶିଳାନ୍ୟାସ କରିବା ସହିତ ଲୋକାର୍ପଣ ମଧ୍ୟ କରିଛନ୍ତି । ଏହା ବ୍ୟତିତ ପ୍ରଧାନମନ୍ତ୍ରୀ  ୭୫ଟି ବୈଦ୍ୟୁତିକ ସ୍ମାର୍ଟ ବସ ସେବାକୁ ପତାକା ଦେଖାଇ ଯାତ୍ରୀମାନଙ୍କ ପାଇଁ ଆରମ୍ଭ କରିଛନ୍ତି ।

   Related Posts