ଲଦାଖରୁ ଚୀନକୁ ଚେତାଇଲେ ମୋଦୀ- ଇତିହାସ ସାକ୍ଷୀ ଅଛି, ଏମିତି ଶକ୍ତି ଧ୍ଵଂସ ହୋଇ ଯାଇଛନ୍ତି

Published By : Prameya-News7 Bureau | July 03, 2020 IST

ନୂଆଦିଲ୍ଲୀ ୦୩।୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ-ଚୀନ ମଧ୍ୟରେ ଜାରି ଲମ୍ବା ବିବାଦ ମଧ୍ୟରେ ଆଜି ଅଚାନକ ଲେହ ଗସ୍ତ କରିଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ଯବାନଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଗୋଟିଏ ପଟେ ଯବାନଙ୍କ ଉତ୍ସାହ ବଢାଇଥିବା ବେଳେ ଅନ୍ୟପଟେ ଚୀନକୁ କଡା ସନ୍ଦେଶ ଦେଇଛନ୍ତି। ମୋଦୀ କହିଛନ୍ତି, ଭାରତୀୟ ଯବାନ ଦୁନିଆକୁ ନିଜର ବାହାଦୁରି ଦେଖାଇଛନ୍ତି। ଲଦାଖରେ ଚୀନର କାର୍ଯ୍ୟ ଉପରେ ତାତ୍ସଲ୍ୟ କରି ମୋଦୀ କହିଛନ୍ତି, ଏବେ ବିସ୍ତାରବାଦର ସମୟ ଚାଲି ଯାଇଛି, ଏବେ ବିକାଶବାଦର ସମୟ। ମୋଦୀ ଚୀନକୁ ଏହା ମଧ୍ୟ ଚେତାଇ ଦେଇଛନ୍ତି ଯେ, ଏମିତି ଶକ୍ତି ଲୋପ ପାଇଯାଏ।

ମୋଦୀ ଚୀନକୁ ସ୍ପଷ୍ଟ ଶବ୍ଦରେ ଆକ୍ଷେପ କରି କହିଛନ୍ତି ଯେ, ଦୁନିଆରେ ବିସ୍ତାବାଦର ଯୁଗ ସମାପ୍ତ ହୋଇ ସାରିଛି ଏବଂ ଏବେ ବିକାଶବାଦର ସମୟ। ଦ୍ରୁତ ଗତିରେ ପରିବର୍ତ୍ତିତ ସମୟରେ ବିକାଶବାଦ ହିଁ ପ୍ରାସଙ୍ଗିକ ରହିଛି। ଗତ ଶତାବ୍ଦୀରେ ବିସ୍ତାରବାଦ ମାନବ ଜାତିର ବିନାଶ କରିଛି।  ବିସ୍ତାରବାଦ ପାଇଁ ଜିଦ୍‌ ଧରି ବସୁଥିବା ଦେଶ କି ବ୍ୟକ୍ତି ସର୍ବଦା ବିଶ୍ଵ ଶାନ୍ତି ପାଇଁ ବିପଦ। ମୋଦୀ କହିଛନ୍ତି ଇତିହାସ ସାକ୍ଷୀ ଯେ, ଏମିତି ଶକ୍ତି ଲୋପ ପାଇଛନ୍ତି। ଉଲ୍ଲେଖଯୋଗ୍ୟ, ଚୀନ ସମୟ ସମୟରେ ଲଦାଖ, ଅରୁଣାଚଳ ପ୍ରଦେଶ ଇଲାକାକୁ ନିଜର ବୋଲି ଦାବି କରି ଆସିଛି। କେବଳ ଏତିକି ନୁହେଁ ରୁଷ ଏବଂ ଭୂଟାନର କିଛି ଜାଗାକୁ ମଧ୍ୟ ନିଜର  ବୋଲି ଦାବି କରିଛି।

wp:html /wp:html

ଯବାନଙ୍କ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତର ଲୋକ ବଂଶୀଧାରୀ କୃଷ୍ଣଙ୍କ ପୂଜା କରନ୍ତି। ଅନ୍ୟପଟେ ସୁଦର୍ଶନ ଚକ୍ରଧାରୀ କୃଷ୍ଣଙ୍କୁ ମଧ୍ୟ ଆଦର୍ଶ ମାନନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯେବେ ଯେବେ ରାଷ୍ଟ୍ର ରକ୍ଷା ପାଇଁ ସମ୍ବନ୍ଧିତ ନିଷ୍ପତ୍ତି ବିଷୟରେ ଚିନ୍ତା କରନ୍ତି ତାଙ୍କୁ ପ୍ରଥମେ ମାତାଙ୍କ କଥା ମନେ ପଡେ। ଯେଉଁମାନେ ବୀର ଯବାନଙ୍କୁ ଜନ୍ମ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯବାନଙ୍କୁ ସୁରକ୍ଷା ଉପକରଣ ଓ ଅସ୍ତ୍ର ଶସ୍ତ୍ର ଯୋଗାଇବା ପାଇଁ ସରକାର ଯଥା ସମ୍ଭବ ଉଦ୍ୟମ କରୁଛନ୍ତି। ଆମ ସରକାର ସଶସ୍ତ୍ର ବଳର ଯବାନଙ୍କ ଆବଶ୍ୟକତା ପୂରଣ ପାଇଁ ଜୋର ଦେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.