ଅକ୍ଷୟ କୁମାରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମନଖୋଲା କଥା : କହିଲେ ‘ପ୍ରଧାନମନ୍ତ୍ରୀ ହେବାକୁ ସ୍ବପ୍ନରେ ଭାବି ନଥିଲି, ଯୁବାବସ୍ଥାରେ ସେନାରେ ଯୋଗଦେବାକୁ ଥିଲା ଇଚ୍ଛା’

Published By : Prameya-News7 Bureau | April 24, 2019 IST

ନୂଆଦିଲ୍ଲୀ ୨୪|୪: ଚତୁର୍ଥ ପର୍ଯ୍ୟାୟ ନର୍ବାଚନ ନେଇ ସବୁ ରାଜନୈତିକ ଦଳ ଜୋରସୋରରେ ପ୍ରଚାର ଚଳାଇଥିବା ବେଳେ ବଲିଉଡ ଆକ୍ଟର ଅକ୍ଷୟ କୁମାରଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର ଏବେ ମିଡିଆରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଅଣସାମ୍ବାଦିକ ଭାବେ ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିତ୍ବର ସେହି ଦିଗ ଉଦଘାଟନ କରିବାକୁ ଚେଷ୍ଟା କରିଛନ୍ତି ଯାହା ଆଜି ଯାଏଁ ଅନାଲୋଚିତ ହୋଇ ରହିଆସିଛି ।

{"id":106664}

ସାକ୍ଷାତକାର ସମୟରେ ମୋଦି କହିଛନ୍ତି ଯେ, ସେ କେବେ ସ୍ବପ୍ନରେ ସୁଦ୍ଧା ଭାବିନଥିଲେ ଯେ ଦିନେ ସେ ଦେଶର ପ୍ରଧାନମନ୍ତ୍ରୀ ହେବେ । ମୋଦି ଆହୁରି କହିଛନ୍ତି ଯେ, ଯୁବା ଅବସ୍ଥାରେ ସେ ଦେଶ ମାତୃକାର ସେବା ପାଇଁ ସେନାରେ ଯୋଗ ଦେବାକୁ ଚାହୁଁଥିଲେ । ସୈନିକଙ୍କ ଦେଶଭକ୍ତି ତାଙ୍କୁ ବହୁତ ପ୍ରଭାବିତ କରିଥିଲା । ଏଥିପାଇଁ ସେ ପରବର୍ତ୍ତୀ ସମୟରେ ରାମକ୍ରିଷ୍ଣ ମିଶନ ସହିତ ଯୋଡି ହୋଇଥିଲେ ।

{"id":106665}

ତାଙ୍କର ପୁରା ଜୀବନ ପରିବ୍ରାଜକର ଜୀବନ ରହିଛି । ସେ କର୍ମରେ ବିଶ୍ବାସ କରନ୍ତି । କଠିନ ପରିଶ୍ରମ କରିବାକୁ ସବୁବେଳେ ସମସ୍ତଙ୍କୁ ପ୍ରୋତ୍ସାହିତ କରନ୍ତି ବୋଲି ମୋଦି କହିଛନ୍ତି । ସବୁ ଲୋକଙ୍କ ପରି ସେ ମଧ୍ୟ କ୍ରୋଧିତ ହୁଅନ୍ତି । କିନ୍ତୁ ସେ କେବେ ଏହାକୁ ପରିପ୍ରକାଶ କରିନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.