Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

କାଲି ଲ୍ୟାଣ୍ଡଫଲ୍ କରିବ ସାମୁଦ୍ରିକ ବାତ୍ୟା ‘ଫନି’, ମୁକାବିଲା ଲାଗି ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

2/05/2019 at 4:26 PM

ନୂଆଦିଲ୍ଲୀ ୨|୫: ସାମୁଦ୍ରିକ ବାତ୍ୟା ‘ଫନି’ର ମୁକାବିଲା ଲାଗି  ପ୍ରସ୍ତୁତିର  ସମୀକ୍ଷା  ପାଇଁ  ଏକ  ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ୟାବିନେଟ୍ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଅତିରିକ୍ତ ପ୍ରମୁଖ ସଚିବ, ଗୃହ ସଚିବ ଏବଂ ଆଇଏମଡି, ଏନଡିଆରଏଫ, ଏନଡିଏମଏ ଓ ପିଏମଓର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇଥିଲେ ।

ଝଡର ସମ୍ଭାବ୍ୟ  ଗତିପଥ  ଏବଂ  ଗ୍ରହଣ  କରାଯାଇଥିବା  ସତର୍କତାମୂଳକ  ଓ  ପ୍ରସ୍ତୁତି ପଦକ୍ଷେପ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କୁ ସଂକ୍ଷିପ୍ତ ସୂଚନା ପ୍ରଦାନ କରାଯାଇଥିଲା । ପ୍ରଚୁର ପରିମାଣରେ ସାଧନ, ଏନଡିଆରଏଫ ଓ ସଶସ୍ତ୍ର ସେନା ଦଳ ମୁତୟନ, ପାନୀୟ ଜଳ ବ୍ୟବସ୍ଥା ଏବଂ ଶକ୍ତି ଓ ଟେଲିକମ ସେବା  ପୁନରୁଦ୍ଧାର କାର୍ଯ୍ୟ ପାଇଁ ଷ୍ଟାଣ୍ଡବାଏ ବ୍ୟବସ୍ଥା ଉପରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦିଆଯାଇଥିଲା ।

ପରିସ୍ଥିତିର ସମୀକ୍ଷା କରିବା ପରେ ସତର୍କତାମୂଳକ ପଦକ୍ଷେପ ନିଶ୍ଚିତ କରିବା ଓ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି ।  ଏଥି  ସହିତ   ପ୍ରଭାବିତ   ରାଜ୍ୟମାନଙ୍କର   ପଦାଧିକାରୀଙ୍କ  ସହ   ଉତ୍ତମ ଯୋଗାଯୋଗ  ରକ୍ଷା  କରିବା  ଲାଗି  ପ୍ରଧାନମନ୍ତ୍ରୀ  ବରିଷ୍ଠ  ପଦାଧିକାରୀମାନଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି ।

   Related Posts