Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

UNGA ଅଧିବେଶନ: ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ୨୪ରେ ବାଇଡେନ-ମୋଦି ବୈଠକ

21/09/2021 at 10:23 AM

ନୂଆଦିଲ୍ଲୀ ୨୧/୦୯: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବ । ସେପ୍ଟେମ୍ବର ୨୪ରେ ଆମେରିକାରେ ହ୍ୱାଇଟହାଉସରେ ଏହି ବୈଠକ ବସିବ । ଏଥିପାଇଁ ମୋଦି ଆମେରିକା ଗସ୍ତ କରିବେ । ଭାରତ ଓ ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ସୁସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ଏପରି ଦ୍ୱିପାକ୍ଷିକ ବୈଠକ ଆୟୋଜନ କରାଯାଇଛି । ଏଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ।

ଖାଲି ବାଇଡେନ ନୁହନ୍ତି, ଆମେରିକା ଉପ ରାଷ୍ଟ୍ରପତି କମଳା ହ୍ୟାରିସ ମଧ୍ୟ ମୋଦିଙ୍କୁ ସାକ୍ଷାତ କରିବେ। ମୋଦି ଓ କମଳାଙ୍କ ମଧ୍ୟରେ ଭେଟଘାଟ ସେପ୍ଟେମ୍ବର ୨୩ରେ ହେବ। ପ୍ରଥମଥର ପାଇଁ ରାଷ୍ଟ୍ରପତି ବାଇଡେନ ହ୍ୱାଇଟହାଉସରେ ଇନ୍ ପର୍ସନ ଦ୍ୱିପାକ୍ଷିକ ବୈଠକ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କରିବେ । ଶେଷଥର ପାଇଁ ମୋଦି ଓ ବାଇଡେନଙ୍କ ମଧ୍ୟରେ ଏପ୍ରିଲ ୨୬ରେ ଫୋନରେ କଥାବାର୍ତ୍ତା ହୋଇଥିଲା ।

ମୋଦି ୨୦୧୯ରେ ଶେଷଥର ପାଇଁ ଆମେରିକା ଗସ୍ତ କରିଥିଲେ। ଏହି ସମୟରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମିଶି ସେ ହାୱଡି ମୋଦି କାର୍ଯ୍ୟକ୍ରମକୁ ସମ୍ବୋଧନ କରିଥିଲେ। ଏବେ ସେ ପୁଣି ଆମେରିକା ଗସ୍ତ କରିବେ। ସେପ୍ଟେମ୍ବର ୨୪ରେ ଆମେରିକା ପକ୍ଷରୁ ଆୟୋଜିତ କ୍ୱାଡ ବୈଠକରେ ମଧ୍ୟ ମୋଦି ଯୋଗଦେବେ । ମୋଦିଙ୍କ ବ୍ୟତୀତ ଏହି ବୈଠକରେ ଜାପାନ ପ୍ରଧାନମନ୍ତ୍ରୀ ୟୋଶିଡିଡେ ସୁଗା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ସାମିଲ ହେବେ।

   Related Posts