ବିଶ୍ବ ମହିଳା ଦିବସ ଅବସରରେ ୭ ମହିଳାଙ୍କୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | March 08, 2020 IST

ନୂଆଦିଲ୍ଲୀ ୮।୩: ଆଜି ବିଶ୍ବ ମହିଳା ଦିବସ । ବିଶ୍ୱରେ ଲିଙ୍ଗଗତ ସମତା ସ୍ଥାପନ ଏବଂ ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ନ୍ୟାୟୋଚିତ ସୁବିଧା ସୁଯୋଗ ପ୍ରଦାନ ଏହି ଦିବସ ପାଳନର ଲକ୍ଷ୍ୟ। ଜାତିସଂଘ ନିଷ୍ପତ୍ତିକ୍ରମେ ମାର୍ଚ୍ଚ ୮ ତାରିଖ ପ୍ରତିବର୍ଷ ଆନ୍ତର୍ଜାତିକ ମହିଳା ଦିବସ ଭାବେ ପାଳନ କରାଯାଉଛି । ଚଳିତବର୍ଷ ଏହି ଦିବସ ପାଳନର ବାର୍ତ୍ତା ହେଉଛି ‘ମୁଁ ସମତାର ପିଢ଼ି: ମହିଳାଙ୍କ ଅଧିକାର ସାବ୍ୟସ୍ତ କରୁଛି।’ ସମଗ୍ର ବିଶ୍ୱରେ ସର୍ବତ୍ର ଏଯାଏଁ ମହିଳାମାନଙ୍କୁ ସେମାନଙ୍କର ପୁରୁଷ ସହକର୍ମୀଙ୍କ ଅନୁସାରେ ସମାନ ବେତନ ଓ ମଜୁରୀ ମିଳୁନାହିଁ। ରାଜନୀତି, ବ୍ୟବସାୟ ଓ ଅନ୍ୟାନ୍ୟ ବୃତ୍ତିଗତ କ୍ଷେତ୍ରରେ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କର ଆନୁପାତିକ ପ୍ରତିନିଧିତ୍ୱ ସମାନ ନୁହେଁ। ତେବେ ନିରନ୍ତର ଉଦ୍ୟମ ଫଳରେ ସମାଜ ଓ ରାଷ୍ଟ୍ର କ୍ଷେତ୍ରରେ ମହିଳାଙ୍କ ପ୍ରତି ଦୃଷ୍ଟିଭଙ୍ଗୀରେ ଯଥେଷ୍ଟ ପରିବର୍ତ୍ତନ ଆସିଛି। ସେମାନଙ୍କୁ ସମତା ପ୍ରଦାନ ଏବଂ ନାରୀମୁକ୍ତି ପାଇଁ ସ୍ବର ଉତ୍ଥାପିତ ହେଉଛି।

{"id":234831,"width":576,"height":323,"sizeSlug":"large"}

ମହିଳା ଦିବସ ଅବସରରେ ଦେଶର ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମହିଳାମାନଙ୍କୁ ସୁରକ୍ଷା ସହ ସେମାନଙ୍କୁ ସମ୍ମାନ ଦେବା ପାଇଁ ଆହ୍ବାନ ଦେଇଛନ୍ତି । ଏହାସହ ମହିଳାଙ୍କୁ ଉତ୍ସାହିତ କଲେ ସେମାନେ ଆଗକୁ ବଢିବେ ଏବଂ ଦେଶ ମଧ୍ୟ ଆଗକୁ ବଢିବେ ବୋଲି ଟ୍ବିଟ୍ କରି ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି। ମହିଳା ଦିବସ ଉପଲକ୍ଷେ ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ନାରୀଶକ୍ତି ପୁରସ୍କାର ପ୍ରଦାନ କରିବେ ରାମନାଥ କୋବିନ୍ଦ ।

{"id":234546,"sizeSlug":"large"}

ସେପଟେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ପରିଚାଳନା କରିବାକୁ ୭ ମହିଳାଙ୍କୁ ଦାୟିତ୍ବ ଦେଇଛନ୍ତି । ପୂର୍ବରୁ ମୋଦି ଏନେଇ ଘୋଷଣା କରିଥିଲେ । ମୋଦି ଟ୍ବିଟ୍ କରି ନାରୀ ଶକ୍ତିକୁ ସଲାମ ଜଣାଇଛନ୍ତି । ଦେଶର ୭ ମହିଳାଙ୍କୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଆଜି ଦିନକ ପାଇଁ ଦେଇଛନ୍ତି ଯେଉଁମାନେ ନିଜର କାର୍ଯ୍ୟରେ ଅନ୍ୟକୁ ପ୍ରେରଣା ଦେଇଛନ୍ତି ।

wp:html /wp:html

ଏହାପରେ ମୋଦିଙ୍କ ଟ୍ବିଟର ହାଣ୍ଡେଲରୁ ପ୍ରଥମେ ସ୍ନେହା ମୋହନ ଦାସ ଟ୍ବିଟ୍ କରିଛନ୍ତି । ଫୁଡ୍ ବ୍ୟାଙ୍କର ସଂସ୍ଥାପକ ସ୍ନେହା ଏକ ଭିଡିଓ ଅପଲୋଡ୍ କରିଛନ୍ତି ।

wp:html ;ref_src=twsrc%5Etfw">#SheInspiresUs pic.twitter.com/yHBb3ZaI8n

— Narendra Modi (@narendramodi) March 8, 2020 /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.