Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଘୋଷଣା, ଏହି ତାରିଖରେ ଆକାଉଣ୍ଟରେ ଟଙ୍କା ପଠାଇବେ ସରକାର

2/04/2020 at 1:30 PM

ନୂଆଦିଲ୍ଲୀ, ୦୨|୦୪:  କରୋନା ଭାଇରସ ସଂକ୍ରମଣ ମଧ୍ୟରେ ଲକଡାଉନରେ ଗରିବଙ୍କୁ ଟଙ୍କା ପ୍ରଦାନ ତାରିଖ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ଜନଧନ ଆକାଉଣ୍ଟଧାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପ୍ରକ୍ରିୟା ଅତିଶୀଘ୍ର ଆରମ୍ଭ ହେବ । ଗୁରୁବାର ମୋଦୀ ସମସ୍ତ ଆକାଉଣ୍ଟଧାରୀଙ୍କୁ ଏହି ସୂଚନା ଦେଇଛନ୍ତି । ବ୍ୟାଙ୍କର ଗହଳିକୁ ନଜରରେ ରଖି ଏହି ସୂଚନା ଦିଆଯାଇଛି ।

ଯେଉଁ ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ୦ ବା ୧ ରହିଛି ସେମାନଙ୍କୁ ଏପ୍ରିଲ ୩ ତାରିଖରେ ଟଙ୍କା ମିଳିବ ।

ଯେଉଁ ଖାତା ନମ୍ବରର ସେଷ ଅଙ୍କ ୨ ଓ ୩ ରହିଛି ସେମାନଙ୍କୁ ଏପ୍ରିଲ ୪ ତାରିଖରେ ଟଙ୍କା ମିଳିବ ।

ଯେଉଁ ଖାତାର ଶେଷ ନମ୍ବର ୪ ଓ ୫ ରହିଛି ସେମାନଙ୍କୁ ଏପ୍ରିଲ ୭ ତାରିଖରେ ଟଙ୍କା ମିଳିବ ।

ଯେଉଁ ଆକଉଣ୍ଟ ନମ୍ବରର ଶେଷ ଅଙ୍କ ୬ ଓ ୭ ରହିଛି ସେମାନଙ୍କୁ ଏପ୍ରିଲ ୮ ତାରିଖରେ ଟଙ୍କା ମିଳିବ ।

ଯେଉଁ ଆକାଉଣ୍ଟର ଶେଷ ନମ୍ବର ୮ ଓ ୯ରେ ଶେଷ ହୋଇଛି ସେମାନଙ୍କୁ ଏପ୍ରିଲ ୯ ତାରିଖରେ ଆର୍ଥିକ ସହାୟତା ମିଳିବ ।

କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ମଧ୍ୟରେ ପ୍ରଧାନମନ୍ତ୍ରୀ ଗରିବଙ୍କୁ ଜନଧନ ଯୋଜନାରେ ଆର୍ଥିକ ସାହାଯ୍ୟ ପାଇଁ ଘୋଷଣା କରିଥିଲେ । ସରକାର ଆସନ୍ତା ୩ ମାସ ଯାଏଁ ଆକାଉଣ୍ଟଧାରୀଙ୍କୁ ଟଙ୍କା ପ୍ରଦାନ କରିବେ । ପ୍ରଥମ କିସ୍ତୀ ଏପ୍ରିଲ ୩ ତାରିଖରେ ଆକାଉଣ୍ଟରେ ଜମା ହେବ । ସରକାର ପ୍ରତିମାସରେ ୫୦୦ ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଥିଲେ ।

ଏହି ସୁବିଧାର ଲାଭ ସେହି ମହିଳାଙ୍କୁ ମିଳିବ ଯେଉଁମାନଙ୍କ ଜନଧନ ଆକାଉଣ୍ଟ ରହିଛି । ମୋଟ ଖାତାର ୫୩ ପ୍ରତିଶତ ମହିଳାଙ୍କ ନାମରେ ରହିଛି । ଦେଶରେ ୨୦ କୋଟି ମହିଳାଙ୍କୁ ଏହାର ସିଧାସଳଖ ଲାଭ ମିଳିବ । ଏହା ବ୍ୟତୀତ ବୃଦ୍ଧା, ଦିବ୍ୟାଙ୍ଗ, ବିଧବା ମହିଳାଙ୍କୁ ୩ ମାସ ଯାଏଁ ଅତିରିକ୍ତ ୧ ହଜାର ଟଙ୍କା ମିଳିବ । ଏହାକୁ ଦୁଇଟି କିସ୍ତୀରେ ପ୍ରଦାନ କରାଯିବ । ମୋଟ ୩ କୋଟି ଲୋକ ଏଥିରେ ଉପକୃତ ହେବେ ।

   Related Posts