Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଏପ୍ରିଲ ମାସ ୧୨ରେ ମୁକ୍ତିଲାଭ କରିବ ଫିଲ୍ମ “ପିଏମ ନରେନ୍ଦ୍ର ମୋଦୀ”

15/03/2019 at 5:19 PM

ମୁମ୍ୱାଇ୧୫|୩: ରାଷ୍ଟ୍ରୀୟ ପୁରସ୍କାର ବିଜେତା ଉମଙ୍ଗ କୁମାରଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଫିଲ୍ମ “ପିଏମ ନରେନ୍ଦ୍ର ମୋଦୀ” ଏପ୍ରିଲ ମାସ ୧୨ ତାରିଖରେ ମୁକ୍ତିଲାଭ କରିବ। ୨୦୧୪ ମସିହାରେ ସାଧାରଣ ନିର୍ବାଚନ ଜିତିଥିଲେ ମୋଦୀ। ଗୁଜରାଟରେ ମୁଖ୍ୟମନ୍ତ୍ରୀ ହେବାଠୁ ନେଇ ଦେଶର ପ୍ରଧାନମନ୍ତ୍ରୀ ହେବା ଯାଏଁ ନରେନ୍ଦ୍ର ମୋଦୀଙ୍କର ପୁରା କାହାଣୀ ଏହି ଫିଲ୍ମରେ ଦେଖିବାକୁ ମିଳିବ।

ଚଳଚ୍ଚିତ୍ରର କିଛି ଅଂଶ ଅହମଦାବାଦ ଓ ଉତ୍ତରାଖଣ୍ଡରେ ଶୁଟିଂ ହେଲା ପରେ ଏବେ ଫିଲ୍ମର ଶେଷ ଅଂଶ ମୁମ୍ୱାଇରେ ଶୁଟିଂ ହେଉଛି। ସିନେମାର ନିର୍ମାତା ସଂଦୀପ ସିଂହ କହିଛନ୍ତି ଯେ, ଏହି ଚଳଚ୍ଚିତ୍ର ବହୁତ ନିଆରା। ମୋଦୀଙ୍କ କାହାଣୀ ସମଗ୍ର ଭାରତବାସୀ ଦେଖିବା ଓ ଜାଣିବା ଉଚିତ୍‌। ତାଙ୍କ କାହାଣୀ ସମସ୍ତଙ୍କ ପାଖରେ ପହଞ୍ଚିବା ଦରକାର। ଏହି କାହାଣୀ ଭାରତବାସୀଙ୍କୁ ଉଚିତ୍‌ ଶିକ୍ଷା ଦେବ ବୋଲି ତାଙ୍କର ଆଶା।

 “ପିଏମ ନରେନ୍ଦ୍ର ମୋଦୀ” ଫିଲ୍ମରେ ବିବେକ ଓବରୋଏ ମୂଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ନରେନ୍ଦ୍ର ମୋଦୀଙ୍କ ରୋଲରେ ବିବେକଙ୍କୁ ଦେଖିବାକୁ ମିଳିବ। ଏହା ସହ ସିନେମାରେ ଦର୍ଶନ କୁମାର, ବୋମନ ଇରାନୀ, ମନୋଜ ଯୋଶୀ, ଜରିନା ୱହାବ, ବରଖା ବିସ୍ତ ସେନଗୁପ୍ତା ମଧ୍ୟ ଅଭିନୟ କରିଛନ୍ତି।

ତେବେ ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେଉଥିବାରୁ ଏହାର ରିଲିଜକୁ ନେଇ ବିବାଦ ସୃଷ୍ଟି ହୋଇପାରେ । ବିରୋଧୀମାନେ ଏହାର ରିଲିଜ ସ୍ଥଗିତ କରିବା ପାଇଁ ଆଇନର ଆଶ୍ରୟ ନେଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।   

   Related Posts