Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ରାମମନ୍ଦିର ଟ୍ରଷ୍ଟ୍‌କୁ କ୍ୟାବିନେଟ୍ ମୋହର : ଟ୍ରଷ୍ଟ୍‌ର ନାମ ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର’, ୬୭ ଏକର ଜମିରେ ହେବ ମନ୍ଦିର

5/02/2020 at 11:40 AM

ନୂଆଦିଲ୍ଲୀ ୫।୨: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ମୋଦି ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର କ୍ୟାବିନେଟ୍ ରାମ ମନ୍ଦିର ଟ୍ରଷ୍ଟ ପାଇଁ ମଞ୍ଜୁରୀ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ରାମ ମନ୍ଦିର ଟ୍ରଷ୍ଟ ନିର୍ମାଣ ପାଇଁ ଘୋଷଣା କରାଯିବ । ଏହି ଟ୍ରଷ୍ଟର ନାଁ ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ରଖାଯାଇଛି । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଏହାସହ ଅଯୋଧ୍ୟାରେ ସରକାରଙ୍କ ଦ୍ବାରା ୬୭ ଏକର ଜମି ଟ୍ରଷ୍ଟକୁ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ କହିଥିଲେ ଯେ, ୬୭.୦୩ ଏକର ଜମି ଟ୍ରଷ୍ଟକୁ ଦିଆଯିବ । ମୋଦି କହିଛନ୍ତି ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟକୁ ସଂପୂର୍ଣ୍ଣ ଭାବେ ପ୍ରାଧିକୃତ କରଯିବ । ସୁନ୍ନି ଓ୍ବାକଫ ବୋର୍ଡକୁ ୫ ଏକର ଜମି ଯୋଗାଇ ଦେବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ଅନୁରୋଧ କରାଯାଇଛି । ଏହା ଉପରେ କାମ ଆରମ୍ଭ ହୋଇସାରିଛି ।

ଲୋକସଭାରେ ମୋଦି କହିଛନ୍ତି ସବୁ ଧର୍ମର ଲୋକ ସମାନ । ପରିବାର ସଦସ୍ୟ ସୁଖୀ ସମୃଦ୍ଧ ହୁଅନ୍ତୁ ଏବଂ ଦେଶର ବିକାଶ ହେଉ ଏଥିପାଇଁ ସବକା ସାଥ୍ ସବକା ବିକାସ ନାରାରେ ସରକାର କରୁଛନ୍ତି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସମସ୍ତେ ଏକ ସ୍ବରରେ ନିଜ ନିଜ ମତ ଦିଅନ୍ତୁ ।

ଅଯୋଧ୍ୟା ରାମ ଜନ୍ମଭୂମି ସହିତ ଜଡିତ । କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ତା ଉପରେ ରାମଲଲାଙ୍କ ଅଧିକାର ରହିଛି । କ୍ୟାବିନେଟ୍ ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।

ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ପାଇଁ ପ୍ରସ୍ତାବ ଗୃହିତ ହୋଇଛି । ସେଠାରେ ଭବ୍ୟ ଏବଂ ଦିବ୍ୟ ମନ୍ଦିର ନିର୍ମାଣ କରାଯିବ । ଅଯୋଧ୍ୟାରେ ୫ ଏକର ଜମି ସୁନ୍ନି ଓ୍ବାକଫ୍ ବୋର୍ଡକୁ ଦିଆଯିବ । ସରକାର ଆହୁରି ଏକ ନିଷ୍ପତ୍ତି ନେଇଛନ୍ତି । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରକୁ  ପ୍ରାୟ ୬୭ ଏକର ଜମି ପ୍ରଦାନ କରାଯିବ ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ୮୭ ଦିନ ପରେ ଏହାର ରୂପରେଖ ପ୍ରସ୍ତୁତ ହୋଇସାରିଛି । ଏହି ଟ୍ରଷ୍ଟରେ ନୃତ୍ୟ ଗୋପାଳ ଦାସଙ୍କୁ ବଡ ଦାୟିତ୍ବ ମିଳିପାରେ । ରାମ ମନ୍ଦିର ଟ୍ରଷ୍ଟରେ ଦିଗମ୍ବର ଆଖାଡା, ନିର୍ମୋହି ଆଖାଡା ଏବଂ ରାମଲଲା ବିରାଜମାନରୁ ଜଣେ ଜଣେ ସଦସ୍ୟଙ୍କୁ ସାମିଲ୍ କରାଯିବ ।

   Related Posts