Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

‘ଦେଶର କ୍ଷମତା, ଦକ୍ଷତା ଓ ପ୍ରଯୁକ୍ତିବିଦ୍ୟା ଉପରେ ଭରସା ଅଛି, ଆମେ ଲକଡାଉନ୍‌କୁ ପଛରେ ପକାଇ ଅନଲକ୍ ଆଡେ ମୁହାଁଇଛୁ’- ମୋଦୀ

2/06/2020 at 11:40 AM

ନୂଆଦିଲ୍ଲୀ, ୦୨|୦୬: କରୋନା ସଙ୍କଟ ମଧ୍ୟରେ ଦେଶର ଆର୍ଥିକ ସ୍ଥିତି ବିଗିଡି ଯାଇଛି । କେନ୍ଦ୍ର ସରକାର ଅର୍ଥ ବ୍ୟବସ୍ଥାକୁ ସଜାଡିବା ପାଇଁ ଆତ୍ମନିର୍ଭର ଭାରତ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହା ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଉଦ୍ୟୋଗ ପରିସଙ୍ଘ ବା ଆଇଆଇସିର ବାର୍ଷିକ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି । ସେ ନିଜ ସମ୍ବୋଧନରେ ବ୍ୟବସାୟୀଙ୍କ ସହ ସରକାର ରହିଥିବା ଭରସା ଦେଇଛନ୍ତି ।ଏହାସହ ବ୍ୟବସାୟୀମାନେ ଗୋଟିଏ ପାଦ ଆଗକୁ ଆସିଲେ ସରକାର ୪ ପାଦ ଆଗକୁ ବଢିବେ ବୋଲି ମୋଦୀ କହିଛନ୍ତି ।

ମୋଦୀ କହିଛନ୍ତି ଯେ, ୩ ମାସ ପୂର୍ବରୁ ଦେଶରେ ଗୋଟିଏ ହେଲେ ପିପିଇ କିଟ୍ ତିଆରି ହେଉନଥିଲା । ଏବେ କିନ୍ତୁ ଦୈନିକ ୩ ଲ୭ ପିପିଇ କିଟ୍ ତିଆରି ହେଉଛି . ଆତ୍ମ ନିର୍ଭର ଭାରତ ସହ ଜଡିତ ସମସ୍ତ ଆବଶ୍ୟକତା ଉପରେ ସରକାର ନଜର ରଖିଛନ୍ତି . ସିଆଇଆଇର ସମସ୍ତ ସେକ୍ଟର ରିସର୍ଡ କରି ଏକ ନୂଆ ଯୋଜନା ସରକାରଙ୍କ ଦିଅନ୍ତୁ । ଏବେ ଅନଲାଇନ୍ ଇଭେଣ୍ଟ୍ ନ୍ୟୁ ନର୍ମାଲ୍ ହୋଇଯାଇଛି । ଆଜି ବି ଆମକୁ ଭାଇରସ ସହ ଲଡିବାକୁ ପଡୁଛି । ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ନଜର ରଖିବାକୁ ହେବ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ତାଙ୍କୁ ଦେଶର କ୍ଷମତା, ଟ୍ୟାଲେଣ୍ଟ୍ ଓ ଟେକ୍ନୋଲୋଜୀ ଉପରେ ଭରସା ରହିଛି । ପୁଣି ଥରେ ଦେଶର ଅର୍ଥବ୍ୟବସ୍ଥା ସୁଧୁରିବ । କରୋନା ଦେଶର ଗତି ଧିମା କରିଥିଲେ ମଧ୍ୟ ଭାରତ ଲକଡାଉନ୍‌କୁ ପଛରେ ପକାଇ ଅନଲକ୍ ଆଡେ ମୁହାଁଇଛି । ବିଭିନ୍ନ ରଣନୀତି ମାମଲାରେ ଅନ୍ୟ କାହା ଉପରେ ନିର୍ଭର କରିବା ଠିକ୍ ନୁହେଁ ।  ଆତ୍ମ ନିର୍ଭବ ଭାରତ ଅର୍ଥ ରୋଜଗାର ଓ ବିଶ୍ୱାସ ସୃଷ୍ଟି କରିବା । ଭାରତର ଗ୍ଲୋବାଲ ସପ୍ଲାଇ୍ ଚେନ୍ ମଜବୁତ ହେବ ।

ସେ ଆହୁରି କହିଛନ୍ତି ଯେ, କରୋନା ମୁକାବିଲାରେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ ଅଛି । ଅର୍ଥବ୍ୟବସ୍ଥା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୭୪ କୋଟି ଲୋକଙ୍କ ନିକଟରେ ରାସନ୍ ପହଁଚିଛି । ୮ କୋଟି ଗ୍ୟାସ୍ ସିଲିଣ୍ଡର ମାଗଣାରେ ଦିଆଯାଇଛି । ପ୍ରାଇଭେଟ୍ ସେକ୍ଟରର ୫୦ ଲକ୍ଷ କର୍ମଚାରୀଙ୍କ ୨୪ ପ୍ରତିଶତ ଇପିଏଫଓ ସରକାର ଭରିଛନ୍ତି । ଦେଶକୁ ଆତ୍ମନିର୍ଭର କରିବା ପାଇଁ ପାଞ୍ଚୋଟି ବିଷୟ ଯଥା ଇଣ୍ଟେଣ୍ଟ୍, ଇନକ୍ଲୁଜନ୍, ଇନବେଷ୍ଟମେଣ୍ଟ, ଇନଫ୍ରାଷ୍ଟ୍ରକଚର୍ ଓ ଇନୋଭେସନ ଉପରେ ଧ୍ୟାନ ଦେବାକୁ ହେବ ।

   Related Posts