ନିର୍ବାଚନରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ ନେଇ ବୋରିସ୍ ଜନସନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | December 13, 2019 IST

ଲଣ୍ଡନ ୧୩।୧୨: ବ୍ରିଟେନ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଆନୁଷ୍ଠାନିକ ଭାବେ ଘୋଷଣା ହୋଇ ନ ଥିଲେ ହେଁ ପ୍ରଧାନମନ୍ତ୍ରୀ ବୋରିସ୍  ଜନସନଙ୍କ କଞ୍ଜରଭେଟିଭ ପାର୍ଟିକୁ ବହୁମତ ମିଳିସାରିଛି।

wp:core-embed/twitter {"url":"https://twitter.com/narendramodi/status/1205360968810803200","type":"rich","providerNameSlug":"twitter","className":""}
https://twitter.com/narendramodi/status/1205360968810803200
/wp:core-embed/twitter

ମୋଟ ୬୫୦ ଆସନରୁ ଜନସନଙ୍କ ପାର୍ଟି ୩୨୬ ଆସନରେ ବିଜୟ ଲାଭ କରିଛି। ଅନ୍ୟପଟେ ବିରୋଧୀ ଲେବର ପାର୍ଟି ପାଖାପାଖି ୨୦୦ ଆସନରେ ବିଜୟୀ ହୋଇଛି। ବିଟ୍ରେନ ସେୟାର ବଜାରରେ କାରବାର ମଧ୍ୟ ଭଲ ରହିଛି ।  ବୋରିସ ଜନସନଙ୍କ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସନ ଏବଂ କଞ୍ଜରଭେଟିଭ ପାର୍ଟିକୁ ଟ୍ବିଟ୍  କରି ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ କହିଛନ୍ତି, ବୋରିସ ଜନସନ ପ୍ରଚଣ୍ଡ ବହୁମତ ସହିତ ପ୍ରଧାନମନ୍ତ୍ରୀ ଭାବେ ଫେରିଥିବାରୁ ବହୁତ ବହୁତ ଶୁଭେଚ୍ଛା। ମୁଁ ତାଙ୍କୁ ଶୁଭକାମନା ଜଣାଉଛି ଏବଂ ଭାରତ-ବ୍ରିଟେନ ସମ୍ପର୍କ ପାଇଁ ଏକାଠି ମିଶି କାମ କରିବା ଲାଗି ତତ୍ପର ଅଛି ବୋଲି ମୋଦି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.