ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସାମ୍ବାଦିକଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି : କରୋନା ଭାଇରସରେ ହୋଇଥିଲେ ଆକ୍ରାନ୍ତ

Published By : Prameya-News7 Bureau | April 08, 2020 IST

ନୂଆଦିଲ୍ଲୀ ୮/୪: ଆମେରିକାରେ କରୋନା ଭାଇରସର ପ୍ରକୋପ ବଢ଼ି ଚାଲିଛି। ସେଠାରେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଜଣେ ଭାରତୀୟ-ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ ହୋଇ ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ-ଆମେରିକୀୟ ସାମ୍ବାଦିକ ବ୍ରହ୍ମ କାଞ୍ଚିବୋଟଲାଙ୍କ ପରଲୋକରେ ଆଜି ଶୋକ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ଉଲ୍ଲେଖନୀୟ କାମ ପାଇଁ ତାଙ୍କୁ ସବୁବେଳେ ସ୍ମରଣ କରାଯିବ।

କାଞ୍ଚିବୋଟଲା ଭାରତୀୟ ସମାଚାର ଏଜେନ୍ସି ୟୁନାଇଟେଡ ନ୍ୟୁଜ୍ ଅଫ ଇଣ୍ଡିଆରେ ନିଜ ସେବା ପ୍ରଦାନ କରୁଥିଲେ। କରୋନା ଭାଇରସରେ ସଂକ୍ରମିତ କାଞ୍ଚିବୋଟଲାଙ୍କ ସୋମବାର ରାତିରେ ନ୍ୟୁୟର୍କର ଏକ ହସ୍ପିଟାଲରେ ପରଲୋକ ହୋଇଯାଇଥିଲା। ପ୍ରଧାନମନ୍ତ୍ରୀ ଟ୍ବିଟରେ ଲେଖିଛନ୍ତି- ‘ଭାରତୀୟ ବଂଶଜ ଆମେରିକୀୟ ସାମ୍ବାଦିକ ଶ୍ରୀ ବ୍ରହ୍ମ କାଞ୍ଚିବୋଟଲାଙ୍କ ପରଲୋକରେ ସେ ଅତ୍ୟନ୍ତ ଦୁଃଖୀ। ଭାରତ ଏବଂ ଆମେରିକାକୁ ନିକଟତର କରାଇବାରେ ତାଙ୍କ ଉଦ୍ୟମ ତଥା ଉଲ୍ଲେଖନୀୟ କାମ ପାଇଁ ତାଙ୍କୁ ଚିରଦିନ ସ୍ମରଣ କରାଯିବ। ତାଙ୍କ ପରିବାର ଲୋକ ଏବଂ ମିତ୍ରଙ୍କ ପ୍ରତି ସେ ସମ୍ବେଦନା ବ୍ୟକ୍ତ କରୁଛନ୍ତି। ଓମ୍ ଶାନ୍ତି’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.