Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କପିଳାଶ ଜାଗର ଯାତ୍ରା ପାଇଁ କଟକଣା, ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||

ବହୁଦିନ ପରେ ବଦଳିଲା ପ୍ରଧାନମନ୍ତ୍ରୀଙ୍କ ଗାଡି, ଜାଣନ୍ତୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍ଗ ଲାଗି ଦେଶର ରାଜକୀୟ ବାହନ ସମ୍ପର୍କରେ

16/08/2019 at 7:44 PM

ନୂଆଦିଲ୍ଲୀ : ୭୩ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲାକୁ ଆସିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କାରକୁ ବଦଳାଇ ଦେଇଛନ୍ତି । ସବୁଥର ସେ ଜାତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ତାଙ୍କ ରେଞ୍ଜ ରୋଭର ଗାଡିରେ ଆସିଥାନ୍ତି । ହେଲେ ଚଳିତ ଥର ସେ ଏକ ଟୟୋଟା ଲ୍ୟାଣ୍ଡ କୃଜରରେ କାର୍ଯ୍ୟକ୍ରମ ସ୍ଥଳକୁ ଆସିଥିଲେ। ଚାଲନ୍ତୁ ଜାଣିବା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ରାଜକୀୟ ବାହନ ସମ୍ପର୍କରେ ।

ଦେଶର ସ୍ୱାଧୀନତା ପରେ ରାଷ୍ଟ୍ରପତିଙ୍କ ଯିବା ଆସିବା ଲାଗି ପ୍ରାରମ୍ଭିକ ଦିନମାନଙ୍କରେ କାଡିଲାକ୍ କଣ୍ଟ୍ରି କୁ ବାହନ ଭାବେ ବ୍ୟବହାର କରାଯାଉଥିଲା। ୧୯୫୦ ମସିହାରେ ସମ୍ବିଧାନ ପ୍ରଣୟନ ହେବା ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ପଦ ନଥିଲା। ଗଭର୍ଣ୍ଣର ଜେନେରାଲଙ୍କ ହାତରେ ଥିଲା ଶାସନ କ୍ଷମତା । ସେତେବେଳେ ତାଙ୍କ କାରକେଡ ନିମନ୍ତେ କନଭର୍ଟିବଲ କାଡିଲାକ କଣ୍ଟ୍ରିକୁ ବ୍ୟବହାର କରାଯାଉଥିଲା। ପରେ ସମ୍ବିଧାନ ପ୍ରଣୟନସହ ରାଷ୍ଟ୍ରପତି ପଦବୀ ସୃଷ୍ଟି ହୋଇଥିବାବେଳେ ଏହି କାରଦୀର୍ଘ ବର୍ଷ ପର୍ଯ୍ୟନ୍ତ ତାଙ୍କ ରାଜକୀୟ ବାହନ ହୋଇ ରହିଥିଲା। ପରେ ହିନ୍ଦୁସ୍ତାନ ମୋଟର୍ସର ‘ଆମ୍ବାସେଡର’ ଏହାର ସ୍ଥାନ ନେଇଯାଇଥିଲା।

ତେବେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଖୁବ୍ କାର ସୌକିନ ଥିଲେ। ତାଙ୍କର ଗୁଡାଏ ଆମେରିକା ଓ ବ୍ରିଟିଶ କାର ଥିଲା। ତେବେ ସେତେବେଳେ ରୋଲସଲୟସ୍ ରଥ୍ ର ଖୁବ୍ ଚର୍ଚ୍ଚା ହେଉଥିଲା। ଲର୍ଡ ମାଉଣ୍ଟବେଟେନ ନିଜେ ତାଙ୍କୁ ଏହି କାର ଉପହାରରେ ଦେଇଥିଲେ। ତେବେ ସ୍ୱର୍ଗତ ଲାଲବାହଦୂର ଶାସ୍ତ୍ରୀଙ୍କ ସମେତ ଇନ୍ଦିରା ଗାନ୍ଧି ଓ ତାଙ୍କ ପରବର୍ତ୍ତି ପ୍ରଧାନମନ୍ତ୍ରୀଙ୍କ ଯାତାୟାତ ନିମନ୍ତେ ଆମ୍ବସେଡର ହିଁ ବ୍ୟବହୃତ ହେଉଥିଲା।

ତେବେ ଇନ୍ଦିରା ଗାନ୍ଧିଙ୍କ ଅସମୟ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିବା ତାଙ୍କ ପୁତ୍ର ରାଜୀବ ଗାନ୍ଧି ଆଧୁନିକ ବିଚାରଧାରାର ଥିଲେ। ଏଣୁ ସେ ସରକାରୀ କାର ଆମ୍ବାସେଡର ବଦଳେ ମାରୁତି-୧୦୦୦ ବ୍ୟବହାର କରୁଥିଲେ। ତେବେ ପରେ ସେଏହି କାରର ଆଉ ବ୍ୟବହାର କରିନଥିଲେ। ମାରୁତି ବଦଳେ ସେ ରେଞ୍ଜ ରୋଭର ଭୋଗ୍ ର ବ୍ୟବହାର କରିଥିଲେ। ଏହି କାରଟି ତାଙ୍କୁ ଜୋର୍ଡାନର କିଙ୍ଗ ଉପହାରରେ ଦେଇଥିଲେ।

୯୦ ଦଶକ ସହ ଦେଶର ଅର୍ଥ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ହୋଇଥିଲା। ଦେଶରେ ବିଦେଶୀ ନିବେଶ ସହ ନୂଆ ନୂଆ ବ୍ରାଣ୍ଡର କାର ବଜାରରେ ଉପଲବ୍ଧ ହେବାରେ ଲାଗିଥିଲେ। ଏଣୁ ରାଷ୍ଟ୍ରପତି ମଧ୍ୟ ପାରମ୍ପରିକ ଆମ୍ବାସେଡର ବଦଳେ ନୂଆନୂଆ ବ୍ରାଣ୍ଡର ବିଳାଶମୟ କାର ବ୍ୟବହାର କରିବାକୁ ଲାଗିଥିଲେ। ଶଙ୍କର ଦୟାଲ ଶର୍ମା, କେ.ଆର.ନାରାୟଣନ ଓ ଡା.ଏ.ପି.ଜେ ଅବଦୁଲ କାଲାମଙ୍କର ଅଧିକାରୀକ କାର ଭାବେ ଡବ୍ଲୁ-୧୨୪ ମର୍ସିଡିଜ୍ ‘ଏସ୍’ କ୍ଲାସ କାର ବ୍ୟବହୃତ ହେଉଥିଲା। ଶଙ୍କର ଦୟାଲ ଶର୍ମା ଦେଶର ପ୍ରଥମ ରାଷ୍ଟ୍ରପତି ଯିଏ ଦେଶରେ ଏସ୍ କ୍ଲାସ୍ ଲିମୋସିନର ବ୍ୟବହାର ଆରମ୍ଭ କରିଥିଲେ। ତେବେ ତାଙ୍କ ପରେ ରାଷ୍ଟ୍ରପତି ହୋଇଥିବା କେ.ଆର.ନାରାୟଣନ ଓ ଡା. କାଲାମଙ୍କୁ ଡବ୍ଲୁ-୧୪୦ ଏସ୍ କ୍ଲାସ ବୁଲେଟ୍ ପ୍ରୁଫ କାର ଅଧିକାରିକ କାର ଭାବେ ମିଳିଥିଲା।

ତେବେ କାଲାମଙ୍କ ପରେ ରାଷ୍ଟ୍ରପତି ହୋଇଥିବା ପ୍ରତିଭା ପାଟିଲ, ପ୍ରଣବ ମୁଖାର୍ଜୀଙ୍କ ଲାଗି ଡବ୍ଲୁ-୨୨୧ ମର୍ସିଡିଜ୍ ଏସ୍-୬୦୦ ପୁଲମେନ୍ ଗାର୍ଡ ଲିମୋସିନକୁ ଅଧିକାରୀକ କାର କରାଯାଇଥିଲା।ଏହା ଏକ ସ୍ୱତନ୍ତ୍ର ଧରଣର କାର। ମେସିନଗନ ଗୁଳି ଓ ଛୋଟମୋଟ ଗ୍ରେନେଡ ଆକ୍ରମଣରେ କାରର କିଛି ହେବ ନାହିଁ। ଏବେକାର ରାଷ୍ଟ୍ରପତିଙ୍କ ଲାଗି ମଧ୍ୟ ଏବେ ଏହି କାର ବ୍ୟବହାର କରାଯାଉଛି। ତେବେ ପ୍ରଧାନମନ୍ତ୍ରୀମାନଙ୍କର କାର ସମ୍ପର୍କରେ ଆଲୋଚନା କଲେ ନରସିଂମହା ରାଓ, ଆଇ.କେ. ଗୁଜରାଲ ଓ ଏଚ.ଡି.ଦେବଗୌଡା ଆମ୍ବାସେଡର କାର ହିଁ ବ୍ୟବହାର କରୁଥିଲେ। ଏନଡିଏର ପ୍ରଥମ ଓ ଦ୍ୱିତୀୟ ସରକାର କାଳରେ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ନୂଆନୂଆ କିଛି ଦିନ ଆମ୍ବାସେଡର କାର ବ୍ୟବହାର କରିଥିଲେ। ହେଲେ ସଂସଦ ଭବନ ଉପରେ  ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷାଗତ କାରଣ ଲାଗି ତାଙ୍କ ପାରମ୍ପରିକ କାରକୁ ବଦଳାଇ ଦିଆଯାଇଥିଲା।

ଅଟଳଜୀଙ୍କ ଲାଗି ଦେଶରେ ପ୍ରଥମ ଥର ବିଏମଡବ୍ଲୁ-୭ ସିରିଜ୍ ବ୍ୟବହାର କରାଯାଇଥିଲା। ଏହା ଅତ୍ୟନ୍ତ ସୁରକ୍ଷିତ କାର ଥିଲା। ଏହା ବଡି ବେଶ ମଜଭୁତ ହୋଇଥିବା ବେଳେ ସମ୍ପୂର୍ଣ୍ଣ ବୁଲେଟ୍ ପ୍ରୁଫ ଥିଲା। ଓଜନ କମ ଥିବାରୁ ବନ୍ଧୁକର ଗୁଳି ବେଗରେ ଯାଇପାରୁଥିଲା। ଏପରିକି ଗାଡିର ଟାୟାର ପଙକଚର ହେବା କ୍ଷେତ୍ରରେ କାର ଘଣ୍ଟାପ୍ରତି ୯୦ କି.ମି ବେଗରେ ୩୨୦ କିଲୋମିଟର ଯିବାର କ୍ଷମତା ରଖୁଥିଲା।  ଯାହାକୁ ପରେ ପ୍ରଧାନମନ୍ତ୍ରୀ ହୋଇଥିବା ଡା. ମନମୋହନ ସିଂହଙ୍କ ଲାଗି ମଧ୍ୟ ବ୍ୟବହୃତ ହୋଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମଥର ସରକାର ବେଳେ ବିଏମଡବ୍ଲୁ-୭ ସିରିଜ୍ର ସେଡାନ କାର ବ୍ୟବାହରକୁ ଆସିଥିଲା। ତେବେ ୨୦୧୭ ମସିହାରୁ ସେ ରେଞ୍ଜ ରୋଭର ସେଣ୍ଟିନଲ କାରକୁ ବ୍ୟବହାର କରିଆସୁଥିଲେ। ହେଲେ ୨୦୧୯ ସ୍ୱାଧୀନତା ଦିବସରେ ସେ ପ୍ରଥମ ଥର ଟୟୋଟା ଲ୍ୟାଣ୍ଡ କୃଜରରେ ଆସିଥିବା ଦେଖାଯାଇଛି। ଏହା ମଧ୍ୟ ଏକ ଅତ୍ୟନ୍ତ ସୁରକ୍ଷିତ ଏସୟୁଭି। ୩.୫ଟନ ଓଜନର ଏହି ଗାଡିରେ ୪.୫ ଲିଟରର ଭି-୮ ଇଞ୍ଜିନ ଲାଗିଛି।     

   Related Posts