ପ୍ରଧାନମନ୍ତ୍ରୀଙ୍କୁ ବକେୟା ଅର୍ଥ ଦାବି କଲେ ରାଜ୍ୟ ସରକାର, ପଚାରିଲେ- ଲକ୍‌ଡାଉନ୍‌ର ଅବଧି ବଢିବ କି ?

Published By : Prameya-News7 Bureau | April 02, 2020 IST

ନୂଆଦିଲ୍ଲୀ ୦୨।୦୪: କରୋନାକୁ ନେଇ ମୁକାବିଲା କରୁଥିବା ରାଜ୍ୟ ସରକାର କେନ୍ଦ୍ରଠୁ ନିଜର ବକେୟା ଅର୍ଥ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ ରାଜ୍ୟ କେନ୍ଦ୍ରଠୁ ମେଡିକାଲ କିଟ୍, ବକେୟା ଅର୍ଥ ସହ ଆର୍ଥିକ ସାହାଯ୍ୟ ଦାବି କରିଛନ୍ତି। ଏହା ସହିତ ରାଜ୍ୟଗୁଡିକ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ଯେ, ଲକ୍‌ଡାଉନ୍‌ କେତେ ଦିନ ପର୍ଯ୍ୟନ୍ତ ଲାଗୁ ରହିବ ?

ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୫୦୦ କୋଟି ଟଙ୍କାର ସହାୟତା ରାଶି ମାଗିଛନ୍ତି। ଏହା ସହିତ ୫୦ ହଜାର କୋଟି ଟଙ୍କାର ପୁରୁଣା  ବକେୟା ମଧ୍ୟ ମାଗିଛନ୍ତି। ପଶ୍ଚିମବଙ୍ଗ ପରି ପଞ୍ଜାବ ମଧ୍ୟ ୬୦ ହଜାର କୋଟି ଟଙ୍କା ବକେୟା ଦାବି କରିଛି। ଏହା ସହିତ ପଞ୍ଜାବ ନୂତନ ଫସଲ ଉତ୍ପାଦନ ହେବା ପୂର୍ବରୁ କେନ୍ଦ୍ର ସରକାରଙ୍କଠୁ ଦୁଇ ଲକ୍ଷ ମେଟ୍ରିକ ଟନ୍‌ ଗହମ ରଖିବାର ବ୍ୟବସ୍ଥା କରିବାକୁ ଦାବି କରିଛି।

{"id":248032,"sizeSlug":"large"}

ପଶ୍ଚିମବଙ୍ଗ ଓ ପଞ୍ଜାବ ପରି  ବାକି ରାଜ୍ୟଗୁଡିକ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କରୋନା ଲଢେଇ ପାଇଁ ବ୍ୟକ୍ତିଗତ ପ୍ରତିରୋଧକାରୀ ଉପକରଣ ଯୋଗାଇ ଦେବାକୁ ଦାବି କରିଛନ୍ତି। ଏହା ସହିତ ପୁରୁଣା ବକେୟା ରାଶି ଦେବାକୁ ମଧ୍ୟ ଦାବି କରିଛନ୍ତି। ରାଜ୍ୟଗୁଡିକ ପ୍ରଧାନମନ୍ତ୍ରୀଙ୍କୁ ଏହା ମଧ୍ୟ ଜଣାଇ ଦେଇଛନ୍ତି ଯେ, ଏଥର ଲକ୍‌ଡାଉନ୍‌ କାରଣରୁ ରାଜସ୍ଵ ଆଦାୟରେ ହ୍ରାସ ଘଟିବ। ତେଣୁ ଏହାର ଭରଣା କେନ୍ଦ୍ର କରିବା ଉଚିତ୍।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ ଅପିଲ୍ କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ସରକାର ପଳାୟନ ରୋକିବାକୁ ଉଦ୍ୟମ କରନ୍ତୁ। ଏହା ସହିତ ଗରିବଙ୍କୁ ସେମାନଙ୍କ ଖାତାରେ ଅର୍ଥ ଓ ରାସନ ଦିଆଯିବା ବ୍ୟବସ୍ଥା କରାଯାଉ। ରାଜ୍ୟ ସରକାର କେନ୍ଦ୍ରକୁ ଲକ୍‌ଡାଉନ୍‌ ଅବଧି ବଢାଯିବା ନେଇ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ପଚାରିଛନ୍ତି ଯେ, କଣ ଲକ୍‌ଡାଉନ୍‌ ବଢାଇବାର ଯୋଜନା ରହିଛି କି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.