ଦେଶବ୍ୟାପୀ ବଢିବ କି ଲକ୍ ଡାଉନ୍ ? ଅପ୍ରେଲ ୧୪ରେ ଦେଶବାସୀଙ୍କୁ ସମ୍ବୋଧନ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | April 11, 2020 IST

ନୂଆଦିଲ୍ଲୀ ୧୧।୪: କରୋନା ଭାଇରସ୍ ମହାମାରୀ ବିସ୍ତାର ଦିନକୁ ଦିନ ବଢି ବଢି ଚାଲିଛି । ସଂକ୍ରମଣକୁ ରୋକିବାକୁ ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରାଯାଇଥିଲା । ଏହି ଲକ୍ ଡାଉନ୍ ଅପ୍ରେଲ ୧୪ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।  ତେବେ କରୋନା ସଂକ୍ରମଣ ଦେଶରେ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ ଘୁଞ୍ଚାଇବା ପାଇଁ ଆଲୋଚନା ଚାଲିଥିବା କୁହାଯାଉଛି । ତେବେ ଏହି ଲକ୍ ଡାଉନ୍ ବଢିବ କି ନାହିଁ ସେନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି । କଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୪ ଅପ୍ରେଲ ଦିନ ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧନ କରି ଲକ୍ ଡାଉନ୍ ବଢାଇବା ପାଇଁ ଘୋଷଣା କରିବେ ନା ତା ପୂର୍ବରୁ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯିବ । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ । ଏହା ପରେ ହିଁ ଲକ୍ ଡାଉନ୍ କୁ ନେଇ କେନ୍ଦ୍ର ସରକାର ଯାହା ନିଷ୍ପତ୍ତି ନେବେ ।

{"id":252301,"sizeSlug":"large"}

ଯେତେବେଳେ କରୋନା ପୀଡିତଙ୍କ ସଂଖ୍ୟା କମ୍ ଥିଲା ସେତେବେଳେ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଗଲା । ଆଜି ଯେତେବେଳେ ଏହି ସଂଖ୍ୟା ୬୭୦୦ ଅତିକ୍ରମ କରିସାରିଛି ତେବେ କଣ ଲକ୍ ଡାଉନ୍ ଉଠାଇବା ଉଚିତ୍ ହେବ । ଗତ ସପ୍ତାହେ ଧରି କରୋନା ଭାଇରସ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢି ଚାଲିଛି । ଏମିତିରେ ଏହି ଲକ୍ ଡାଉନ୍ କୁ ଆହୁରି ୧୪ ଦିନ ବଢାଯିବା ଉଚିତ୍  ।  କିଛି ରାଜ୍ୟର ସରକାର ମଧ୍ୟ ଏହାକୁ ସମର୍ଥନ କରୁଛନ୍ତି ।

{"id":252299,"sizeSlug":"large"}

ସୂଚନାଯୋଗ୍ୟ ଯେ, ଓଡିଶା ସରକାର ନିଜଆଡୁ ଲକ୍ ଡାଉନ୍ କୁ ୩୦ ଅପ୍ରେଲ ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ଓଡିଶା ପରେ ପଞ୍ଜାବ ସରକାର ଲକ୍ ଡାଉନ୍/କର୍ଫ୍ୟୁ ମେ ୧ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଆଶା କରାଯାଉଛି ଯେ, ଅନ୍ୟ ରାଜ୍ୟର ସରକାର ମଧ୍ୟ ଏହି ପନ୍ଥା ଅନୁସରଣ କରିବେ ।

{"id":252302,"sizeSlug":"large"}

ଆକଳନ ଅନୁଯାୟୀ ଦେଶର ପ୍ରାୟ ୪୦୦ ଜିଲ୍ଲାକ କରୋନା ଛୁଇଁନାହିଁ । ସେହିଭଳି ଉତ୍ତରପୂର୍ବର କିଛି ରାଜ୍ୟରେ କରୋନାରେ କେହି ହେଲି ବି ସଂକ୍ରମିତ ହୋଇନାହାନ୍ତି । ତେବେ ଯଦି ହୋଇଥାନ୍ତି ତାହା ନହେବା ଭଳି । ଏମିତିରେ ସେହି ରାଜ୍ୟ ଅଥବା ଜିଲ୍ଲାଗୁଡିକରେ ଆନ୍ତରିକ ଭାବରେ ଲକ୍ ଡାଉନ୍ ଉଠାଇ ଦେବା ଜରୁରୀ ନୁହେଁ କି ?

{"id":252297,"sizeSlug":"large"}

ସୂତ୍ର ଅନୁଯାୟୀ ଲକ୍ ଡାଉନ୍ ଶେଷ ହେବା ପରେ ମଧ୍ୟ ସମସ୍ତ ଆନ୍ତଃରାଜ୍ୟ ପରିବହନ ବ୍ୟବସ୍ଥାକୁ ଏକାସହ ଚାଲୁ କରାଯିବନାହିଁ । ସ୍କୁଲ, କଲେଜ, ସିନେମା ହଲ୍, ବିବାହ ମଣ୍ଡପ ଭଳି ସ୍ଥାନରେ ପ୍ରତିବନ୍ଧକ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଜାରି ରହିପାରେ । ସୂତ୍ର ଅନୁସାରେ ରେଳ ସେବା ଏବଂ ବିମାନ ସେବା ଅପ୍ରେଲ ୩୦ ପର୍ଯ୍ୟନ୍ତ ବନ୍ଦ ରଖାଯାଇପାରେ । ଧିରେ ଧିରେ ଅବସ୍ଥା ସୁଧୁରିବା ପରେ ଗୋଟିଏ ଗୋଟିଏ ସେବା ଆରମ୍ଭ କରାଯିବ ।

{"id":252298,"sizeSlug":"large"}

ଯେତେବେଳେ ମଧ୍ୟ ଲକ୍ ଡାଉନ୍ ହଟାଇଦିଆଯିବ ସମସ୍ତ ରାଜ୍ୟର ସରକାର ନିଜ ନିଜ ରାଜ୍ୟରେ ସରକାରୀ ସଂସ୍ଥା ଏବଂ ଘରୋଇ ସଂସ୍ଥାରେ କାମ କରୁଥିବା ଲୋକମାନେ ରୋଷ୍ଟର ଡ୍ୟୁଟି ଲଗାଇବା ପାଇଁ ନିର୍ଦ୍ଦେଶ ଦେଇପାରନ୍ତି । ୨୧ ଦିନିଆ ଲକ୍ ଡାଉନ୍ କୁ ଆଗକୁ ବଢାଇବାର ଅଧିକ ସମ୍ଭାବନା ରହିଛି ।  ଯେତେବେଳେ ବି ଲକ୍ ଡାଉନ୍ ହଟାଯିବ ପର୍ଯ୍ୟାୟକ୍ରମେ ହଟାଯିବ । ପ୍ରତିବନ୍ଧକ ସହ ଲକ୍ ଡାଉନ୍ ହଟାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.