କେନ୍ଦ୍ରାପଡା ୨୩|୪: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି । ନିର୍ବାଚନୀ ପ୍ରଚାର ପାଇଁ ଆଜି ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ରାପଡା ବାରୁଅଠାରେରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇଛନ୍ତି ମୋଦି । ଚାରିଆଡେ ଦେଖିବାକୁ ମିଳୁଛି ମୋଦି ଲହର । ପୂର୍ବ ନିର୍ବାଚନରେ ଏଭଳି ସୌଭାଗ୍ୟ ମିଳି ନଥିଲା । ଓଡିଶାର ଜନତା ରାଜନେତାଙ୍କଠୁ ଅଧିକ ବିଜ୍ଞ । ୫ବର୍ଷରେ କେନ୍ଦ୍ର ସରକାର ଦେହରେ କଳଙ୍କ ଲାଗିନି ।
{"id":106285}ବିଜେପିର ଲୋକପ୍ରିୟତାରେ ବିଜେଡି ସରକାର ବିଚଳିତ ହୋଇଛି ବୋଲି ମୋଦି କହିଛନ୍ତି । ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ରାଜ୍ୟ ବଢି ଚାଲିଛି । ଡବଲ ଇଞ୍ଜିନ ବ୍ୟତୀତ ରାଜ୍ୟରେ ବିକାଶ ଅସମ୍ଭବ ବୋଲି ମୋଦି କହିଛନ୍ତି । ମତ୍ସ୍ୟ ସଂପଦର ବିକାଶ ପାଇଁ ହେବ ସ୍ବତନ୍ତ୍ର ମନ୍ତ୍ରଣାଳୟ । ଓଡିଶାରେ ବିକାଶର ପ୍ରଚୁର ସମ୍ଭାବନା ରହିଛି ।
{"id":106286}ଏହି ନିର୍ବାଚନୀ ସଭାରେ କେନ୍ଦ୍ରାପଡ଼ାର ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, କେନ୍ଦ୍ରାପଡ଼ା ଲୋକସଭା ଅଧିନରେ ଥିବା ସାଲେପୁର ବିଧାନସଭାର ବିଜେପି ପ୍ରାର୍ଥୀ ପ୍ରକାଶ ବେହେରା, ମାହାଙ୍ଗା ବିଧାନସଭାରେ ବିଜେପି ପ୍ରାର୍ଥୀ ଶାରଦା ପ୍ରଧାନ, କେନ୍ଦ୍ରାପଡ଼ାର ବିଜେପି ବିଧାୟକ ପ୍ରାର୍ଥୀ ସୁନାକର ବେହେରା, ଆଳି ବିଧାନସଭାର ବିଜେପି ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକ, ମହାକାଳପଡ଼ାର ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ପ୍ରଧାନ, ରାଜନଗରର ବିଜେପି ବିଧାନସଭା ପ୍ରାର୍ଥୀ ଅଲେଖ ଜେନା, ବରିଷ୍ଠ ନେତା ତଥା ପାଟକୁରା ବିଧାନସଭାର ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର, ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ , ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ, ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ଓ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଅଛନ୍ତି।