Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଗୁରୁବାର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ, କରୋନା ସ୍ଥିତି ଉପରେ ରହିବ ଫୋକସ୍

1/04/2020 at 6:25 PM

ନୂଆଦିଲ୍ଲୀ, ୦୧|୦୪:    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ ଡାକିଛନ୍ତି । ଏହି ବୈଠକରେ ଦେଶର ସାମ୍ପ୍ରତିକ ପରିସ୍ଥିତି ବାବଦରେ ଆଲୋଚନା ହେବ । କରୋନା ଭାଇରସକୁ ନେଇ ଏହି ବୈଠକରେ ଆଲୋଚନା ହେବ ।

ମୋଦୀ ଭିଡିଓ କନଫରେନ୍ସିଂରେ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ଏହି ବୈଠକେ ସେହି ସମୟରେ ମୋଦୀ ଡାକିଛନ୍ତି ଯେତେବେଳେ ନିଜାମୁଦ୍ଦୀନ ତଗଲୀଗୀ ଜମାତରେ କରୋନା ସଂକ୍ରମିତ ଖବର ଆସିଥିଲା । ସଂକ୍ରମିତଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଉଛି । ଏପରିକି ସେମାନଙ୍କୁ କ୍ୱାରେଣ୍ଟାଇନରେ ମଧ୍ୟ ରଖାଯାଇଛି । ଏହି ଜମାତରେ ଥିବା ବ୍ୟକ୍ତିଙ୍କଠାରୁ କରୋନା ସଂକ୍ରମଣ ଯେପରି ନବ୍ୟାପେ ତାହା ଉପରେ ନଜର ରଖାଯାଇଥିବା କ୍ୟାବନେଟ ସଚିବ ରାଜୀବ ଗୌବା କହିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନାନୁସାରେ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୦୦ରେ ପହଁଚିଛି । ମୃତ୍ୟୁସଂଖ୍ୟା ମଧ୍ୟ ୩୮ରେ ପହଁଚିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟରେ ଦେଶରେ ଏବେ କେରାନା ଭାଇରସ ଲୋକାଲ ଟ୍ରାନ୍ସମିଶନରେ ରହିଛି ।

   Related Posts