ମୋଦୀ କ୍ୟାବିନେଟ୍ ନିଷ୍ପତ୍ତି: ପଶୁଧନ ପାଇଁ ୧୫ ହଜାର କୋଟି, ବୌଦ୍ଧ ସର୍କିଟ୍ କୁଶିନଗରରେ ହେବ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର

Published By : Prameya-News7 Bureau | June 24, 2020 IST

ନୂଆଦିଲ୍ଲୀ ୨୪।୦୬: ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ମନ୍ତ୍ରିମଣ୍ଡଳ ବୈଠକରେ ଅନେକ ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍‌ କୁଶିନଗରରେ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରକୁ ମଞ୍ଜୁରୀ ଦେଇଛି। ବିମାନ ବନ୍ଦର ନିର୍ମାଣରେ ବୌଦ୍ଧ ଧର୍ମ ଅନୁଗାମୀଙ୍କୁ କୁଶିନଗର ଆସିବାରେ ସହଜ ହେବ।

ପ୍ରକାଶ  ଜାଭେଦକର କହିଛନ୍ତି, କୁଶିନଗର ବୌଦ୍ଧ ସର୍କିଟର କେନ୍ଦ୍ର। ସେଠାରେ ପୂର୍ବେ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ନଥିଲା। ଏବେ କୁଶିନଗରରେ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ନିର୍ମାଣ କରାଯାଉଛି। ତିନି କିଲୋମିଟରର ଏୟାର ଷ୍ଟ୍ରିପ୍‌ ତିଆରି ହୋଇ ସାରିଛି। ଏବେ ଏୟାରବସ୍ ପରି ଜାହାଜ ମଧ୍ୟ ସେଠାରେ ଅବତରଣ କରି ପାରିବ। ଅନ୍ତରାଷ୍ଟ୍ରୀୟ ବିମାନ ସହିତ ସେଠାରେ ବିମାନର ଆଗମନ ମଧ୍ୟ ହେବ। ଫଳରେ ବୌଦ୍ଧ ସର୍କିଟକୁ ଆସୁଥିବା ଲୋକଙ୍କୁ ଗମନାଗମନରେ ବହୁତ ଫାଇଦା ହେବ।

ପଶୁଧନ ପାଇଁ ୧୫ ହଜାର କୋଟି ଟଙ୍କା

ଜାଭେଦକର କହିଛନ୍ତି ପଶୁଧନକୁ ନେଇ କ୍ୟାବିନେଟ୍‌ରେ ବଡ ନିଷ୍ପତ୍ତି  ନିଆଯାଇଛି। ପଶୁଧନ ପାଇଁ ୧୫ ହଜାର କୋଟି ଟଙ୍କାର ଏହି କାର୍ଯ୍ୟକ୍ରମ ପ୍ରଥମ ଥର ସମସ୍ତଙ୍କ ପାଇଁ ଖୋଲା ଯାଇଛି। ଏଥିରେ ଦୁଗ୍ଧ ଉତ୍ପାଦନ ବଢିବା ସହିତ ରପ୍ତାନୀ ମଧ୍ୟ ବଢିବ ଏବଂ ଲୋକଙ୍କୁ ରୋଜଗାର ମିଳିବ।

ଓବିସି କମିଶନର ସମୟ ୬ ମାସ ବଢିଲା

କେନ୍ଦ୍ର କ୍ୟାବିନେଟ୍ ଅନ୍ୟ ପଛୁଆ ବର୍ଗ(ଓବିସି) ଆୟୋଗ କାର୍ଯ୍ୟକାଳକୁ ଛଅ ମାସ ପାଇଁ ବଢାଇବାକୁ ନିଷ୍ପତ୍ତି ନେଇଛି। ଜାଭେଦକର କହିଛନ୍ତି, ଆୟୋଗକୁ ଅନ୍ୟ  ପଛୁଆ ବର୍ଗ ସମ୍ବନ୍ଧରେ ସୁପାରିଶ କରିବାକୁ କୁହାଯାଇଥିଲା। ମାତ୍ର କରୋନା ଭାଇରସ୍‌ କାରଣରୁ ଏହି କାମ ପ୍ରଭାବିତ ହୋଇଥିଲା। ଆୟୋଗଙ୍କୁ ଅନ୍ୟ ପଛୁଆ ବର୍ଗର ଆଭ୍ୟନ୍ତରୀଣ ବର୍ଗୀକରଣ ପ୍ରସଙ୍ଗରେ ବିଚାର କରିବା ଦାୟିତ୍ଵ ଦିଆଯାଇଥିଲା। ଏବେ ଆୟୋଗର କାର୍ଯ୍ୟକାଳ ୨୦୨୧ ଜାନୁଆରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ନ୍ୟାସନାଲ ସ୍ପେସ୍ ପ୍ରମୋସନ ଆଣ୍ଡ ଅଥରାଇଜେସନ ସେଣ୍ଟରର ଗଠନ

ଆଣବିକ ଶକ୍ତି ଏବଂ ମହାକାଶ ବିଜ୍ଞାନ ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ସରକାର ନ୍ୟାସନାଲ ସ୍ପେଶ ଆଣ୍ଡ ଅର୍ଥରାଇଜେସନ ସେଣ୍ଟର ଗଠନ କରିବାର ନିଷ୍ପତ୍ତି ନେଇଛନ୍ତି। ଏହି ସଂସ୍ଥାର କାମ ଘରୋଇ ଫାର୍ମକୁ ସ୍ପେସ୍ କାର୍ଯ୍ୟ ପାଇଁ ଗାଇଡ୍ କରିବା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.