ବାରଣାସୀରେ ଡାକ୍ତରଙ୍କୁ ସମ୍ବୋଧନ ବେଳେ ଭାବୁକ ହେଲେ ପ୍ରଧାନମନ୍ତ୍ରୀ: କହିଲେ “ଯେଉଁଠି ରୋଗ ସେଇଠି ଉପଚାର”

Published By : Prameya-News7 Bureau | May 21, 2021 IST

ନୂଆଦିଲ୍ଲୀ ୨୧/୫ : ଆଜି ବାରଣାସୀ ଡାକ୍ତର, ପାରାମେଡିକାଲ୍ କର୍ମଚାରୀ ଏବଂ ଅନ୍ୟାନ୍ୟ ଆଗଧାଡିର ଯୋଦ୍ଧାଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଥିଲେ ମୋଦି । ଏହି ସମୟ ମଧ୍ୟରେ ସେ କହିଥିଲେ ଯେ କାଶୀଙ୍କର ଜଣେ ସେବକ ଭାବରେ ମୁଁ ପ୍ରତ୍ୟେକ କାଶୀ ବାସିନ୍ଦାଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି ।

ବିଶେଷକରି ଆମର ଡାକ୍ତର, ନର୍ସ, ୱାର୍ଡ ବୟ ଏବଂ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ପ୍ରକୃତରେ ପ୍ରଶଂସନୀୟ । ତେବେ ଏତିକି ବେଳେ ଭାବୁକ ହୋଇପଡିଥିଲେ ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ଯେ ଏହି ଭାଇରସ ଆମର ଅନେକ ପ୍ରିୟଜନଙ୍କୁ ଆମଠାରୁ ଦୂରେଇ ନେଇଛି । ମୁଁ ସେହି ସମସ୍ତ ଲୋକଙ୍କୁ ମୋର ସମ୍ମାନ ଜଣାଉଛି ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଉଛି ।

ସେ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହର ବିରୋଧରେ ଆମକୁ ଅନେକ ଦିଗରେ ଏକାଠି ଲଢିବାକୁ ପଡ଼ିବ । ଏଥର ସଂକ୍ରମଣ ହାର ମଧ୍ୟ ପୂର୍ବ ଅପେକ୍ଷା ଅନେକ ଗୁଣ ଅଧିକ ରହିଛି । ରୋଗୀଙ୍କୁ ଡାକ୍ତରଖାନାରେ ଦୀର୍ଘ ସମୟ ରହିବାକୁ ପଡୁଛି । ଏମିତିକି ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଚାପ ସୃଷ୍ଟି କରିଛି । ଏହି ଅସାଧାରଣ ପରିସ୍ଥିତିରେ ମଧ୍ୟ ଆମର ଡାକ୍ତର, ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରଚେଷ୍ଟା ଏହି ଚାପକୁ ସମ୍ଭାଳିବା ସମ୍ଭବ ହୋଇଛି । ଆପଣ ସମସ୍ତେ ପ୍ରତ୍ୟେକ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଦିନରାତି କାମ କରୁଛନ୍ତି । ନିଜ ପାଇଁ ଅସୁବିଧା, ବିଶ୍ରାମ ସବୁଠୁ ଅଧିକ କାର୍ଯ୍ୟ କରି ନିଜ ଜୀବନ ସହିତ କାମ କରି ଚାଲିଛନ୍ତି ।

ତେବେ ବନାରସ ମଡେଲକୁ ବେଶ୍ ପ୍ରଶଂସା କରିଥିଲେ ନମୋ । ସେ କହିଥିଲେ ବନାରସରେ ଯେଉଁ ବେଗରେ ଅମ୍ଳଜାନ ଏବଂ ଆଇସିୟୁ ବେଡ୍ ସଂଖ୍ୟାକୁ ଏତେ କମ ସମୟ ମଧ୍ୟରେ ବଢାଇ ଦିଆଗଲା, ପଣ୍ଡିତ ରାଜନ ମିଶ୍ର କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେଲା ତା ନିଶ୍ଚିତରୂପେ ଏକ ଉଦାହରଣ । ଏହି ଅବସରରେ ମୋଦି ଏକ ନୂଆ ମନ୍ତ୍ର ପାଇଁ ଦେଇଛନ୍ତି ଆହ୍ୱାନ । ତା ହେଉଛି 'ଯେଉଁଠି ରୋଗ, ସେଇଠି ପ୍ରତିକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.