Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ, ସାରା ବିଶ୍ବରୁ ମୋଦିଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ

17/09/2019 at 9:40 AM

ନୂଆଦିଲ୍ଲୀ ୧୭।୯: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୬୯ ବର୍ଷରେ ପଦାର୍ପଣ କରିଛନ୍ତି ମୋଦି ।  ଏହି ଅବସରରେ ବିଶ୍ବର କୋଣ ଅନୁକୋଣରୁ ମୋଦିଙ୍କୁ  ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଶୁଭେଚ୍ଛୁ । ଜନ୍ମଦିନ ଅବସରରେ  ପ୍ରଧାନମନ୍ତ୍ରୀ ଆଜି ଗୁଜାରାଟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଗାନ୍ଧିନଗର ଯାଇ ମା’ ହିରାବେନ୍‌ଙ୍କଠାରୁ ଆଶୀର୍ବାଦ  ନେବେ ନମୋ  । ସେ ଗାନ୍ଧିନଗର ହେଲିପ୍ୟାଡଠାରୁ ନର୍ମଦା କେୱାଡିଆ କଲୋନୀର ବିକାଶ କାମର ସମୀକ୍ଷା କରିବେ ।

ନର୍ମଦା ତଟରେ ନିର୍ମାଣ ହୋଇଥିବା  ଷ୍ଟାଚ୍ୟୁ ଅଫ ଯୁନିଟ୍  ଓ  ସର୍ଦ୍ଦାର ସରୋବର ଡ୍ୟାମର  ସ୍ଥିତି ଅନୁଧ୍ୟାନ କରିବେ । ଗୁଜରାଟ ସରକାର ନମାମୀ ଦେବୀ ନର୍ମଦା ନାଁରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ।  ନର୍ମଦା ନଦୀରେ ମୋଦି ପୂଜାର୍ଚ୍ଚନା କରିବା ସହ ସରୋବର ଡ୍ୟାମ ସ୍ଥିତ ଦତ୍ତ ମନ୍ଦିରରେ ଆଳତୀ କରିବେ । ଆଳତୀ ପରେ ମା ହୀରାବେନଙ୍କ ଠାରୁ ଆର୍ଶୀବାଦ ନେବେ ମୋଦି । ପରେ ପରେ ସାଧାରଣ ସଭାକୁ ଉଦବୋଧନ ଦେଇ ଦିଲ୍ଲୀ ଫେରିଯିବେ ।

   Related Posts