Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||

ବଢିଲା କରୋନା ପ୍ରକୋପ, ବେଲଜିୟମ ଗସ୍ତ ବାତିଲ କଲେ ପ୍ରଧାନମନ୍ତ୍ରୀ

5/03/2020 at 5:32 PM

ନୂଆଦିଲ୍ଲୀ ୦୫।୦୩- କରୋନା ଭୂତାଣୁର ପ୍ରକୋପକୁ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଲଜିୟମ ଗସ୍ତ ବାତିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ମାର୍ଚ୍ଚ ୧୩ରେ ବେଲଜିୟମ ଗସ୍ତ କରିବାର ଥିଲା। ବୈଦେଶିକ ମନ୍ତ୍ରଣାଳୟ ଏହି ସମ୍ବନ୍ଧରେ ସୂଚନା ଦେଇ କହିଛି ଯେ, ସ୍ଵାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶକ୍ରମେ ଭାରତ ଓ ଇୟୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବେଲଜିୟମ ଯାତ୍ରାର ତାରିଖ ପୁଣି ଥରେ ସ୍ଥିର କରିବାକୁ ନିଷ୍ପତ୍ତି ନେଇଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତ-ୟୁରୋପୀୟ ଶିଖର ସମ୍ମିଳନୀରେ ଯୋଗ ଦେବାର ଥିଲା।  ମାତ୍ର ସମଗ୍ର ଦୁନିଆରେ କରୋନା ଭୂତାଣୁର ବଢୁଥିବା ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ଉଭୟ ଦେଶର ସ୍ଵାସ୍ଥ୍ୟ ଅଧିକାରୀ ବର୍ତ୍ତମାନ ବେଲଜିୟମ ଯାତ୍ରା ନକରିବାକୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଭାରତ-ୟୁରୋପୀୟ ଶିଖର ସମ୍ମିଳନୀକୁ ଘୁଞ୍ଚାଇ ଦିଆଯାଇଛି। ଏବେ ଏହାର ଆୟୋଜନ ସୁବିଧାଜନକ ତାରିଖରେ କରାଯିବ।

ଉଲ୍ଲେଖଯୋଗ୍ୟ, ବୁଧବାର ବ୍ରୁସେଲ୍ସରେ କରୋନା ଭୂତାଣୁର ୧୦ଟି ନୂତନ ମାମଲା ସାମ୍ନାକୁ ଆସିବା ପରେ ବେଲଜିୟମରେ ମୋଟ୍ ମାମଲା ସଂଖ୍ୟା ୨୩ରେ ପହଞ୍ଚିଛି। ୟୁରୋପୀୟ ଅଧିକାରୀଙ୍କ ଅନୁଯାୟୀ, ବ୍ରସେଲ୍ସରେ ୟୁରୋପୀୟନ ୟୁନିୟନ ପ୍ରଶାସନର ଅତି କମରେ ଦୁଇ ଜଣ କର୍ମଚାରୀଙ୍କଠାରେ କରୋନ ଭୂତାଣୁ ପଜିଟିଭ୍ ମିଳିଛି। ସେମାନଙ୍କର ଚିକିତ୍ସା ଜାରି ରହିଛି।

ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ, ଏହି ନିଷ୍ପତ୍ତି ୟୁରୋପିୟନ ୟୁନିୟନ ଏବଂ ଭାରତ ମଧ୍ୟରେ ଘନିଷ୍ଠ ସହଯୋଗ ଭାବନାକୁ ନଜରରେ ରଖି ନିଆଯାଇଛି। ଆଶା କରୁଛୁ ଯେ, କରୋନା ଭୂତାଣୁର ପ୍ରକୋପ ଶୀଘ୍ର ସମାପ୍ତ ହେବ।

   Related Posts