ସିଏଏ ଆଇନ ନେଇ ବିରୋଧୀଙ୍କୁ ମୁହଁତୋଡ ଜବାବ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, ପଚାରିଲେ- କଣ ଗୋଟିଏ ବର୍ଷରେ କାହାରି ନାଗରିକତା ଯାଇଛି କି ?

Published By : Prameya-News7 Bureau | November 01, 2020 IST

ପାଟନା ୦୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ବିଧାନସଭା ନିର୍ବାଚନ ପ୍ରଚାରରେ ଆସି ରବିବାର ବଗହାରେ ଆୟୋଜିତ ରାଲିକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ସଂଶୋଧିତ ନାଗରିକତା ଆଇନ(ସିଏଏ), ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ସମାପ୍ତ, ରାମ ମନ୍ଦିର ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ବିରୋଧୀଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଗୋଟିଏ ବର୍ଷ ହେବାକୁ ଯାଉଛି, କଣ ଏ ପର୍ଯ୍ୟନ୍ତ କାହାରି ନାଗରିକତା ଯାଇଛି କି ?

ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି, ଯେବେ ନାଗରିକତା ସଂଶୋଧନ ଆଇନ ଆସିଲା ତେବେ ବିରୋଧୀ ବହୁ ସଂଖ୍ୟାରେ ଭାରତୀୟଙ୍କ ନାଗରିକତା ଚାଲିଯିବ ବୋଲି ମିଥ୍ୟା ପ୍ରଚାର କଲେ। ଏବେ ଗୋଟିଏ ବର୍ଷ ହେବାକୁ ଯାଉଛି, ହେଲେ କଣ କୌଣସି ନାଗରିକଙ୍କ ନାଗରିକତା ଯାଇଛି କି ? ସେହି ପରି ଯେବେ ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ-୩୭୦ ପ୍ରତ୍ୟାହାର କରାଗଲା, ତେବେ ମଧ୍ୟ ବିରୋଧୀ କହିଲେ ଉପତ୍ୟକାରେ ନିଆଁ ଜଳିବ, ରକ୍ତର ନଦୀ ବହିବ ଏମିତି ଅନେକ କଥା କହିଲେ। ହେଲେ ଆଜି ଜାମ୍ମୁ-କାଶ୍ମୀର ଓ ଲଦ୍ଦାଖ ଶାନ୍ତିରୁ ବିକାଶର ନୂତନ ପଥରେ ଅଗ୍ରସର ହେଉଛନ୍ତି।

wp:html /wp:html

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ରାଜନୈତିକ ସ୍ଵାର୍ଥ ପାଇଁ ବିରୋଧୀଙ୍କ ପାଖରେ ନା ତଥ୍ୟ ଅଛି ନା ତର୍କ ଅଛି। ଦେଶହିତ ଏବଂ ଜନହିତ ପାଇଁ ଉଠାଯାଇଥିବା ପ୍ରତ୍ୟେକ ପଦକ୍ଷେପକୁ ବିରୋଧ କରିବା, ହତାଶ ଏବଂ ନିରାଶର ବାତାବରଣ ସୃଷ୍ଟି କରିବା ବିରୋଧୀଙ୍କ ରଣନୀତି।

ବିହାରରେ ରବିବାର ନିଜର ଚତୁର୍ଥ ଏବଂ ଅନ୍ତିମ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମମନ୍ଦିର ବିଷୟରେ ମଧ୍ୟ ବିରୋଧୀଙ୍କୁ ଘେରିଛନ୍ତି। ସେ କହିଛନ୍ତି ଜନଜାତୀୟ ସମାଜ ଦେଶର ସୁରକ୍ଷା, ସମୃଦ୍ଧି ଓ ସଂସ୍କାରର ସଂରକ୍ଷକ। ଏହି ଚମ୍ପା ଅରଣ୍ୟ ରାମାୟଣ କାଳରୁ ଏହାର ଜୀବନ୍ତ ସାକ୍ଷୀ ହୋଇ ରହିଛି। ଜନଜାତୀୟ ସଂପ୍ରଦାୟ ପ୍ରତ୍ୟେକ ପାଦରେ ପ୍ରଭୁ ରାମଙ୍କ ଏବଂ ମାତା ସୀତାଙ୍କ ସହ ରହିଥିଲେ। ଏଥିପାଇଁ ଭବ୍ୟ ରାମ ମନ୍ଦିରର ନିର୍ମାଣ ପାଇଁ ବନବାସୀ ସାଥୀ ଅନେକ ପିଢିରୁ କରି ଆସିଥିଲେ। ଆଜି ପୂରା ଦେଶର ସହଯୋଗରେ, ଭାଗିଦାରୀରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ ହେଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.