ଚେନ୍ନାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚୀନ୍ ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କ ସହ କରିବେ ଆଲୋଚନା

Published By : Prameya-News7 Bureau | October 11, 2019 IST

ମହାବଳୀପୁରମ୍ ୧୧|୧୦:  ସଜେଇ ହେଉଛି ଚେନ୍ନାଇ । ସଜେଇ ହେଉଛି ମହାବଳୀପୁରମ୍ । ଚେନ୍ନାଇ ନିକଟରେ ଥିବା ସମୁଦ୍ରକୂଳିଆ ଐତିହାସିକ ସହର ମହାବଳୀପୁରମ୍ ଉପରେ ଏବେ ସାରା ଦେଶର ନଜର । କାହିଁକି ନାଁ ଏଇଠି ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା । ବିଶ୍ବର ଦୁଇ ମହାଶକ୍ତି କିଭଳି ନିଜ ଭିତରେ ଭଲ ସଂପର୍କ ରଖି ଆଗକୁ ବଢ଼ିବେ ତାହା ଉପରେ ନଜର ରହିଛି ।

ତାମିଲନାଡୁର ମହାବଳୀପୁରମ୍ ରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଏପଟେ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଭାରତ ଗସ୍ତ ଆଗରୁ ଚୀନ ଗଣମାଧ୍ୟମ କହିଛି, ଭାରତ ବିନା ଏତବିଂଶ ଶତାବ୍ଦୀରେ ଏସିଆର ଉଦୟ ଅସମ୍ଭବ । ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମସ୍ ଭାରତ-ଚୀନ ସଂପର୍କକୁ ଅତି ଗୁରୁତ୍ବପୂର୍ଣ୍ଣ ବୋଲି କହିଛି । ଉନବିଂଶ ଶତାବ୍ଦୀ ଥିବା ୟୁରୋପର, ବିଂଶ ଶତାବ୍ଦୀ ଥିଲା ଆମେରିକାର ଏକ ଏକବିଂଶ ଶତାବ୍ଦୀ ଏସିଆର ହେବ ।  ତେବେ ଭାରତ ଏବଂ ଚୀନର ମିଳିତ ଆର୍ଥିକ ପ୍ରଗତି ହିଁ ଏଦିଗରେ ବାଟ ଖୋଲିବ ବୋଲି ଗ୍ଲୋବାଲ ଟାଇମସ୍ ଲେଖିଛି ।

ଦୁଇ ଦେଶ ଭିତରେ ଥିବା ସୀମା ବିବାଦ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ ହୋଇପାରିଲେ ତାହା ସାରା ବିଶ୍ବ ପାଇଁ ଏକ ମଡେଲ୍ ହେବ ବୋଲି କୁହାଯାଇଛି । ଗୋଟିଏ ପଟେ ବିକାଶର କଥା କୁହା ଯାଉଥିବା ବେଳେ ଦୁଇ ଦେଶ ଭିତରେ ପୁଣି ଥରେ କାଶ୍ମୀର ପ୍ରସଙ୍ଗ ନେଇ କେଁ ସୃଷ୍ଟି ହୋଇଛି ।

ବୁଧବାର ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ୍ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମଧ୍ୟରେ ବେଜିଂରେ ଦ୍ବିପାକ୍ଷିକ ଆଲୋଚନା ବେଳେ କାଶ୍ମୀର ପ୍ରସଙ୍ଗ ଉଠିଥିଲା । କାଶ୍ମୀର ସ୍ଥିତି ଉପରେ ତୀକ୍ଷଣ୍ ନଜର ରଖିଥିବା ଚୀନ୍ କିଥିବା ବେଳେ ଏହା ଉପରେ ଭାରତ କଡ଼ା ପ୍ରତିକ୍ରିୟା ରଖିଛି । ଅବଶ୍ୟ ତୁରନ୍ତ ଚୀନ ବିଦେଶ ମନ୍ତ୍ରାଳୟ ପ୍ରତିକ୍ରିୟା ଦେଇ କହିଛି, ଭାରତ-ଚୀନ ଆଲୋଚନାରେ କାଶ୍ମୀର ପ୍ରସଙ୍ଗ ଉଠିବନି ।

ଭାରତ-ଚୀନ ଅନୌପଚାରିକ ଭେଟଘାଟ ସମୟରେ ପୁଞ୍ଜି ନିବେଶ, ପ୍ରତିରକ୍ଷା ଏବଂ ସୀମା ବିବାଦ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ଆମେରିକା ସହ  ଚୀନର ଟ୍ରେଡ୍ ୱାର ଚାଲିଥିବା ବେଳେ ଭାରତ ସହ ବ୍ୟବସାୟିକ କାରବାର ବଢାଇବା ଲାଗି ଚୀନ ଆଗ୍ରହୀ । ତେଣୁ ଏଦୃଷ୍ଟିରୁ ଦୁଇ ଦେଶ ଭିତରେ ଆଲୋଚନା ଆଗରୁ ବଢିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.