କରୋନା ନେଇ ମିଡିଆ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ- ଆପଣ ଦେଖାଇଲେ ବାହାଦୂରୀ, ଏହା ହେଉଛି ଆପଣଙ୍କର ରାଷ୍ଟ୍ର ସେବା

Published By : Prameya-News7 Bureau | March 23, 2020 IST

ନୂଆଦିଲ୍ଲୀ ୨୩।୦୩: ଦେଶରେ ବଢୁଥିବା କରୋନା ଭୂତାଣୁର ସଂକ୍ରମଣର ମୁକାବିଲା ପାଇଁ ମୋଦୀ ସରକାର ଯଥା ସମ୍ଭବ ପଦକ୍ଷେପ ଉଠାଇ ଚାଲିଛନ୍ତି। ଲୋକଙ୍କୁ ଘରେ ରହିବାକୁ ଅପିଲ୍ କରାଯାଇଛି। ଏମିତି ସ୍ଥିତିରେ ଜରୁରୀକାଳୀନ ସେବା ଯୋଗାଉଥିବା ଲୋକ ନିଜର କାମ ବିନା ଭୟରେ କରୁଛନ୍ତି। ଏଥିରେ ମିଡିଆ ମଧ୍ୟ ସାମିଲ। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମିଡିଆର ଯୋଗଦାନ ପାଇଁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ, ଆପଣମାନେ ବହୁତ ବାହାଦୂରୀ ଓ ହୃଦୟତାର ସହ କାମ କରିଛନ୍ତି। ସେହି ଦୃଷ୍ଟିରୁ ଆପଣଙ୍କର ଏହା ହେଉଛି ଦେଶସେବା।

{"id":243026,"sizeSlug":"large"}

ଆମର ଉତ୍ସାହ ଉଚ୍ଚରେ ରହିବା ଉଚିତ୍

ପ୍ରଧାନମନ୍ତ୍ରୀ ଏହି ସମୟରେ କହିଛନ୍ତି ଯେ, ଆମ ପାଇଁ ଆଗକୁ ବଡ ଲଢେଇ ରହିଛି। ଏଥିପାଇଁ ସାମାଜିକ ଦୂରତା ବହୁତ ମହତ୍ଵପୂର୍ଣ୍ଣ ରହିଛି। ଆପଣମାନେ ଜାଣିଛନ୍ତି ଯେ, ଏମିତି ସ୍ଥିତିରେ କେମିତି ଆଲୋଚନା କରାଯାଏ। ଲୋକଙ୍କୁ ଘରେ ରହିବା ଖବରକୁ ଦ୍ରୁତ ଗତିରେ ପ୍ରସାର କରନ୍ତୁ। ଜାପାନ ଓ ଦକ୍ଷିଣ କୋରିଆର ଅନୁଶାସନ ଆପଣାଇ କରୋନାକୁ ନିୟନ୍ତ୍ରଣ କରାଯାଇ ପାରିବ। ଏହି ଲଢେଇରେ ଭୟ ଓ ନିରାଶର କୌଣସି ସ୍ଥାନ ନାହିଁ। ଆମର ଉତ୍ସାହ ଉଚ୍ଚରେ ରହିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

{"id":243027,"sizeSlug":"large"}

ସାମାଜିକ ଦୂରତାରେ  ହିଁ ଜିତି ପାରିବା ଲଢେଇ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମକୁ ମେଡିକାଲ କିମ୍ବା ସ୍ଵାସ୍ଥ୍ୟ ସେବାରେ ନିୟୋଜିତ ଲୋକଙ୍କ ଉତ୍ସାହ ବଢାଇବାକୁ ପଡିବ। ସେମାନେ ବିନା କିଛି ସ୍ଵାର୍ଥରେ ନିଜର ଜୀବନକୁ ବିପଦରେ ପକାଇ ଲୋକଙ୍କ ପାଇଁ କାମ କରୁଛନ୍ତି। ସେ କହିଛନ୍ତି ଯେ, ଦୁନିଆର ଶୀର୍ଷ ଅର୍ଥ ବ୍ୟବସ୍ଥା ବିଶିଷ୍ଟ ଦେଶ ମଧ୍ୟ ଏହି ଅବସ୍ଥାକୁକ ସମ୍ଭାଳି ପାରୁ ନାହାନ୍ତି। ଏହି ବିପଦକୁ କେବଳ ସମ୍ବଳ ଦ୍ଵାରା ହିଁ ଜିତା ଯାଇ ପାରିବ। ଏହାକୁ ସାମାଜିକ ଦୂରତାରେ ହିଁ ମାତ୍ ଦିଆଯାଇ ପାରିବ।

ଉଲ୍ଲେଖଯୋଗ୍ୟ, ଭାରତରେ କରୋନା ଭୂତାଣୁର ପ୍ରକୋପ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦେଶର ଅର୍ଦ୍ଧେକ ଜନସଂଖ୍ୟା ସଂପ୍ରତି ଲକଡାଉନରେ ଅଛନ୍ତି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୫ରେ ପହଞ୍ଚିଥିବା ବେଳେ ଆଠ ଜଣଙ୍କ ମୃତ୍ୟୁ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.