Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କରୋନା ଅନ୍ଧକାର ଦୂର କରିବାକୁ ଆଜି ରାତି ୯ଟାରେ ୯ମିନିଟ୍ ଦୀପ ଜାଳିବ ସାରା ଦେଶ…

5/04/2020 at 10:25 AM

ନୂଆଦିଲ୍ଲୀ ୫।୪: ଦେଶରେ କରୋନା ଭାଇରସ୍ ସଙ୍କଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏକତାର ବାର୍ତ୍ତା ଦେବାକୁ ୫ ଏପ୍ରିଲରେ ଲାଇଟ୍ ବନ୍ଦ କରିବାକୁ ଆହ୍ବାନ କରିଛନ୍ତି । ଏଭଳି ପରିସ୍ଥିତିରେ ଦେଶର ଲୋକମାନେ ମଧ୍ୟ ଆଜି ରାତିରେ ଦୀପ, ମହମବତୀ ଏବଂ ମୋବାଇଲ୍ ଫ୍ଲାସ୍ ଲାଇଟ୍ ଜାଳି ଏକତା ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଅଛନ୍ତି ।
କରୋନା ସଙ୍କଟ କାରଣରୁ ଦେଶରେ ୨୧ ଦିନ ଲାଗୁ ହୋଇଥିବା ଲକ୍ ଡାଉନ୍ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଏକ ଭିଡିଓ ବାର୍ତ୍ତା ଦେଇଥିଲେ । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି ଯେ ଆଲୋକର ଶକ୍ତି ସହିତ କରୋନାର ଅନ୍ଧକାରକୁ ହରାଇବା ଆବଶ୍ୟକ । ଏଥିପାଇଁ ପ୍ରଧାନମନ୍ତ୍ରୀ ରବିବାର ରାତିରେ ନଅଟା ବେଳେ ନଅ ମିନିଟ୍ ପର୍ଯ୍ୟନ୍ତ ଦୀପ ଜାଳିବାକୁ ଲୋକଙ୍କୁ ନିବେଦନ କରିଛନ୍ତି, ଏହାର ଉଦ୍ଦେଶ୍ୟ ହେଉଛି ଏକତାର ବାର୍ତ୍ତା ଦେବା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିବେଦନ କରିଛନ୍ତି ଯେ, ଲୋକମାନେ ୫ ଏପ୍ରିଲ, ରବିବାର ଦିନ ରାତି ୯ଟା ସମୟରେ ନିଜ ଘରର ଲାଇଟ୍ ବନ୍ଦ କରି କବାଟ ଝରକା ପାଖରେ ଠିଆ ହୋଇ ଦୀପ, ମହମବତୀ କିମ୍ବା ମୋବାଇଲ୍ ଫ୍ଲାସ୍ ଲାଇଟ୍, ଟର୍ଚ୍ଚ ଲାଇଟ୍ ଜାଳି ଆଲୋକିତ କରିବେ । ଏହି ଶକ୍ତି ମାଧ୍ୟମରେ ଆମେ ଏହା ବାର୍ତ୍ତା ଦେବାକୁ ଚାହୁଁଛୁ ଯେ ଦେଶବାସୀ ଏକଜୁଟ ଅଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କେବଳ ଏକତା ଆଧାରରେ ଏହି ମହାମାରୀକୁ ପରାସ୍ତ କରାଯାଇପାରିବ ।
ତେବେ ଏକକାଳୀନ ଲାଇଟ୍ ବନ୍ଦ ହେଲେ ୯ ମିନିଟ୍ ପରେ ପୁନଃ ଆରମ୍ଭ ହେତୁ ପାୱାର ଗ୍ରୀଡ୍ ଅସୁବିଧାରେ ପଡିପାରେ ବୋଲି ଆଶଙ୍କା କରାଯାଉଥିଲା । ଏହି ପ୍ରସଙ୍ଗରେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ କହିଛି ଯେ ଗ୍ରୀଡକୁ ସନ୍ତୁଳିତ କରିବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇଛି ।
ଏଥିସହ ଶକ୍ତି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଷ୍ଟ୍ରିଟ୍ ଲାଇଟ୍ ବନ୍ଦ ହେବ ନାହିଁ । ଘରଗୁଡିକର ଅନ୍ୟାନ୍ୟ ଉପକରଣ ବନ୍ଦ କରିବାର କୌଣସି ଆବଶ୍ୟକତା ନାହିଁ । ଏସି, ଟିଭି, ଫ୍ରିଜ୍ ବନ୍ଦ କରିବାର କୌଣସି ଆବଶ୍ୟକତା ନାହିଁ । କେବଳ ଲାଇଟ୍ ବନ୍ଦ କରିବାକୁ ପଡିବ । ଡାକ୍ତରଖାନା ଏବଂ ଅନ୍ୟାନ୍ୟ ଜରୁରୀ ସ୍ଥାନରେ ଲାଇଟ୍ ଜଳିବ ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା କର୍ଫ୍ୟୁ ଆହ୍ବାନ କରିଥିଲେ । ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ଦିନ ଅପରାହ୍ନ ୫ଟାରେ ସେ ନିଶ୍ଚିତ ଭାବରେ କରୋନା ଭାଇରସ୍ ବିରୋଧରେ ଲଢୁଥିବା କରୋନା କମାଣ୍ଡୋଙ୍କ ପାଇଁ ତାଳି ମାରିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ମୋଦି ଆବେଦନ କରିଥିଲେ । ସେହି ସମୟରେ ମଧ୍ୟ ସମଗ୍ର ଦେଶ ଏକତା ପ୍ରଦର୍ଶନ କରି କରୋନା କମାଣ୍ଡୋଙ୍କ ପାଇଁ କରତାଳି ଦେଇଥିଲେ ।

   Related Posts