ଆଜି ପୁଣି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ମୋଦି, ଆତଙ୍କବାଦ ପ୍ରସଙ୍ଗରେ ହୋଇପାରେ ଆଲୋଚନା

Published By : Prameya-News7 Bureau | September 24, 2019 IST

ନ୍ୟୁୟର୍କ ।୯: ଆଜି ପୁଣି ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଭୟ ନେତାଙ୍କ ମଧ୍ୟରେ ଆଜି ଦ୍ବିପାକ୍ଷିକ ଆଲୋଚନା ହେବା ନେଇ ସୂଚନା ମିଳିଛି । ଏହି ସମୟରେ ଉଭୟ ଦେଶ ମଧ୍ଯରେ ବାଣିଜ୍ୟିକ ସମ୍ପର୍କ ନେଇ ଆଲୋଚନା ହେବ ।

ସେହିପରି ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି । ଅକ୍ଟୋବରରେ ଟ୍ରମ୍ପଙ୍କୁ ଭାରତ ଆସିବାକୁ ମୋଦି ଆମନ୍ତ୍ରଣ ଦେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏହା ପୂର୍ବରୁ  ହାଉଡି ମୋଦି କାର୍ଯ୍ୟକ୍ରମରେ ଉଭୟ ନେତାଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା ।

ସେହିପରି ଜାତିସଂଘର ସୁରକ୍ଷା ପରିଷଦରେ ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ନେଇ ମତ ରଖୁଥିବା ବେଳେ ଶୁଣିବା ପାଇଁ ହଠାତ୍ ପହଞ୍ଚିଯାଇଥିଲେ ଟ୍ରମ୍ପ । ମୋଦି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ  ହେବା ପରେ ଜି ୨୦ ଓ  ଜି୭ ବୈଠକରେ ମଧ୍ୟରେ ମଧ୍ୟ ଉଭୟ ନେତା ପରସ୍ପରକୁ ଭେଟିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.