Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ଯଦି ଲକଡାଉନ ବଢେ ତାହେଲେ ଏଥର କେଉଁ କେଉଁ ନିୟମ କୋହଳ କରାଯିବ ? ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ମଧ୍ୟରେ ମାନସ ମନ୍ଥନ ଜାରି

29/05/2020 at 2:15 PM

ନୂଆଦିଲ୍ଲୀ ୨୯/୦୫ : କରୋନା ଭାଇରସ ପ୍ରସାରକୁ ରୋକିବା ପାଇଁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଜାରି ରହିଛି | ଚତୁର୍ଥ ପର୍ଯ୍ୟାୟ ଲକଡାଉନ ମେ ୩୧ ତାରିଖରେ ଶେଷ ହେବ | ଲକଡାଉନ ପୁଣି ବଢିବ ନା ନାହିଁ ସେ ସମ୍ପର୍କରେ ସ୍ପଷ୍ଟ ହୋଇନାହିଁ | ତେବେ ତମାମ ଉପୟ ସତ୍ତ୍ୱେ କରୋନା ସଂକ୍ରମଣ ମାମଲା କମ ହେବାର ନାଁ ନେଉନାହିଁ | ଦେଶରେ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି | ସେଥିପାଇଁ ଲକଡାଉନ ଅବଧି ମେ ୩୧ ତାରିଖ ପରେ ବୃଦ୍ଧି କରାଯାଇପାରେ ବୋଲି ଆଶଙ୍କା କରାଯାଉଛି | ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ମନ୍ଥନ ଜାରି ରହିଛି | ଯଦି ଲକଡାଉନ ଅବଧି ବୃଦ୍ଧି କରାଯାଏ ତାହେଲେ କେଉଁ ନିୟମ କଡାକଡି କରାଯିବ ଏବଂ କେଉଁ ନିୟମ କୋହଳ କରାଯିବ ସେନେଇ ମୋଦି ଓ ଅମିତ ଶାହଙ୍କ ମଧ୍ୟରେ ଆଲୋଚନା ହେଉଛି |

ଏହା ପୂର୍ବରୁ ଅମିତ ଶାହ ଗୁରୁବାର ଦିନ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ଏବଂ ରାଷ୍ଟ୍ରବ୍ୟାପୀ ଲକଡାଉନକୁ ୩୧ ତାରିଖ ପରେ ବଢାଇବା ଉପରେ ମୁଖ୍ୟମନ୍ତ୍ରୀମାନଙ୍କ ବିଚାର ସମ୍ପର୍କରେ ପଚାରି ବୁଝିଛନ୍ତି | ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଅବଧି ଶେଷ ହେବାର ୩ ଦିନ ପୂର୍ବରୁ ଗୃହମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି | ପ୍ରଥମ ପର୍ଯ୍ୟାୟ ଲକଡାଉନ ମରର୍ଚ୍ଚ ୨୫ ତାରିଖରେ ଲାଗୁ ହୋଇଥିଲା | ଏହାପରେ ଦେଶରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ୩ଥର ଲକଡାଉନ ଅବଧି ବୃଦ୍ଧି କରାଯାଇଛି |

ରାଜ୍ୟର କେଉଁ କେଉଁ ଅଞ୍ଚଳରେ ଚିନ୍ତାଜନକ ସ୍ଥିତି ରହିଛି ଏବଂ କେଉଁ କେଉଁ ଅଞ୍ଚଳରେ କଣ କଣ ଖୋଲାଯିବା ଆବଶ୍ୟକ ସେନେଇ ମୁଖ୍ୟମନ୍ତ୍ରୀମାନଙ୍କ ରାୟ ନେଇଛନ୍ତି ଗୃହମନ୍ତ୍ରୀ | ଏହା ପୂର୍ବରୁ ଯେତେଥର ଲକଡାଉନ ଅବଧି ବୃଦ୍ଧି କରାଯାଇଛି, ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରି ନିଷ୍ପତ୍ତି ନେଉଥିଲେ | କିନ୍ତୁ ପ୍ରଥମଥର ପାଇଁ ଅମିତ ଶାହ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି |

ତେବେ ମୁଖ୍ୟମନ୍ତ୍ରୀମାନଙ୍କ ନିଷ୍ପତ୍ତି କଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | କିନ୍ତୁ ଅଧିକାଂଶ ମୁଖ୍ୟମନ୍ତ୍ରୀ ସେମାନଙ୍କ ରାଜ୍ୟରେ ଲକଡାଉନ ଅବଧି ବଢାଇବା ସପକ୍ଷରେ ଅଛନ୍ତି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି | ଏହାସହ ଆର୍ଥିକ ଗତିବିଧି ବଢାଇବା ଏବଂ ଜନଜୀବନକୁ ସାମାନ୍ୟ କରିବା ସପକ୍ଷରେ ମଧ୍ୟ ଅଛନ୍ତି |

ତେବେ ୩ ଦିନ ମଧ୍ୟରେ କେନ୍ଦ୍ର ସରକାର ଲକଡାଉନ ସମ୍ପର୍କିତ ନିଷ୍ପତ୍ତି ନେଇ ଘୋଷଣା କରିପାରନ୍ତି ବୋଲି ଆଶଙ୍କା କରାଯାଉଛି |

   Related Posts