ମୋଦି, ଶାହା, ରାହୁଲ ଓ ମାୟାବତୀ ଆସୁଛନ୍ତି ପ୍ରଚାର ପାଇଁ ଓଡିଶା, ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ୪ ଲୋକସଭା ଆସନରେ ଜୋର ଧରିଲାଣି ପ୍ରଚାର

Published By : Prameya-News7 Bureau | March 31, 2019 IST

ଭୁବନେଶ୍ବର ୩୧|୩: ଦଳ ଡିଆଁଙ୍କୁ ନେଇ ରାଜନୀତିର ମିଶାଣ ଫେଡାଣ ଚାଲିଛି । ଆଉ ଏପଟେ ଭୋଟରଙ୍କୁ ମନେଇ ବାକୁ ନେତା ଚଳାଇଛନ୍ତି  ପ୍ରଚାର । ଖାସ କରି ଏପ୍ରିଲ ୧୧ରେ ହେବାକୁ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକସଭା ଓ ତା ଅଧିନରେ ଥିବା ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ  ପ୍ରଚାର ଚଲାଇଛନ୍ତି ନେତା । ଆଉ ପ୍ରଚାରକୁ ଯୋର ଦାର କରିବାକୁ ପଡିଆକୁ ଓହ୍ଲାଇବେ ତିନି ପ୍ରମୁଖ ଦଳର ଷ୍ଟାର ପ୍ରଚାରକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ରେ କଳାହାଣ୍ଡି, ଓ ୬ରେ ସୁନ୍ଦରଗଡ ଆସିବେ ଆଉ ଅମିତ ଶାହ ୧ରେ ଆସୁଥିବାବେଳେ ୪ରେ କଂଗ୍ରେସର ପ୍ରଚାର ମଙ୍ଗ ଧରିବାକୁ ଆସୁଛନ୍ତି ରାହୁଲ । ଆଉ ବିଜେଡିର ପ୍ରଚାର ମଙ୍ଗ ଧରିବାକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

{"id":98876}

ଭୋଟରଙ୍କୁ ମନେଇବାକୁ ପ୍ରଚାରରେ ନେତାଏ । ଏପ୍ରିଲ ୧୧ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ୪ ଲୋକସଭା ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏବେ ଜମୁଛି ପ୍ରଚାର । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକସଭା କ୍ଷେତ୍ରରେ ଏବେ ନେତାଏ ମାରଥନ ପ୍ରଚାର ଚଳାଇଛନ୍ତି । କାହିଁକି ନା ଭୋଟ ପୂର୍ବରୁ ଲୋକଙ୍କ ପାଖରେ ପହଁଚିବାକୁ ଆଉ ମାତ୍ର ଆଠ ଦିନ ବାକି ରହିଲା । ବ୍ରହ୍ମପୁରରେ ଭୋଟରଙ୍କୁ ମନେଇବାକୁ ବିଜେଡି ସାଂସଦ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ଓ ବିଧାୟକ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଚଳାଇଛନ୍ତି ପ୍ରଚାର । ବିଜେଡିର ପ୍ରଚାର ଅଭିଯାନକୁ ଆଗକୁ ନେବାକୁ ମଇଦାନକୁ ଓହ୍ଲାଇବେ ବିଜେଡିର ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩ ତାରିଖରେ ଗଜପତି ଜିଲ୍ଲାରେ ପ୍ରଚାର କରିବେ ନବୀନ । ବିଜେପି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ପାଇଁ ଧର୍ମେନ୍ଦ୍ର ଆଜି ରୋଡ ସୋ କରିଛନ୍ତି ।

{"id":98880}

ବିଜେପି ବି ପ୍ରଚାର ଅଭିଯାନକୁ ଯୋରଦାର କରିଛି । ଜୁନାଗଡରେ ଚାଲିଛି ବିଜେପି ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର । ସମର୍ଥକଙ୍କୁକୁ ନେଇ ନିଜ ନିଜ ସପକ୍ଷରେ ଭୋଟରଙ୍କ ମନ ଜିଣିବାକୁ ଚଳାଇଛନ୍ତି ପ୍ରୟାସ । ପ୍ରଥମ ପର୍ଯ୍ୟାୟ ଭୋଟ ପ୍ରଚାରେ ସାମିଲ ହେବାକୁ ବିଜେପିର ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସିବେ । ୨ରେ କଳାହାଣ୍ଡିର ଭବାନିପାଟଣା ଓ ୬ରେ ସୁନ୍ଦରଗଡରେ ଦଳୀୟ ସଭାରେ ଯୋଗଦେଇ ପ୍ରଚାର କରିବେ ମୋଦି । ମୋଦିଙ୍କ ଗସ୍ତ ପୂର୍ବରୁ ୧ରେ ଗଜପତି ଜିଲ୍ଲା କାଶି ନଗର ସିଧାମଡଙ୍ଗ  ଓ ନବରଙ୍ଗପୁର ଉମରକୋଟ ଠାରେ  ଦଳୀୟ ନିର୍ବାଚନୀ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ।

{"id":98881}

କଂଗ୍ରେସ ବି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଲାଗି କମର କସିଛି । ଦଳୀୟ ପ୍ରାର୍ଥୀ ମାନେ ନିର୍ବାଚନ ପ୍ରଚାରରେ କିଛି କମ ଶକ୍ତି ପ୍ରଦର୍ଶନ କରୁ ନାହାନ୍ତି  । ବ୍ରହ୍ମପୁରରେ ଯୋରଦାର ଚାଲିଛି ଦଳୀୟ ପ୍ରଚାର । କୋରାପୁଟ ଜୟପୁରରେ ବି ତାରା ପ୍ରସାଦ ବାହିନୀ ପତି ଚଳାଇଛନ୍ତି ମାରାଥନ ପ୍ରଚାର । ଆଉ ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବାକୁ ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ଷ୍ଟାର ପ୍ରଚାରକ ରାହୁଲ ଗାନ୍ଧି । ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଭୋଟରଙ୍କୁ ଅପିଲ କରିବେ ।

{"id":98882}

ତିନି ପ୍ରମୁଖ ଦଳରେ ପ୍ରଚାର ଅଭିଯାନ ଯୋର ଧରିଛି ତାହା ନୁହେଁ ବିଏସପିର ପ୍ରଚାର ମଙ୍ଗ ଧରିବାକୁ ଦଳ ସୁପ୍ରିମୋ  ମାୟାବତୀ  ୨ରେ ଓଡିଶା ଆସିବେ । ତେବେ କାହା ହାଇଭୋଲଟେଜ ମାରଥନ ପ୍ରଚାରରେ ଭୋଟରଙ୍କୁ ଯିଏ ଯେତେ ଭଳେଇ ପାରିବ ତାର ଜିତାପଟ ସେତେ ସହଜ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.