ମା'ଙ୍କ ଆଶୀର୍ବାଦ ନେଇ ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | April 23, 2019 IST

ନୂଆଦିଲ୍ଲୀ ୨୩|୪: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଦେଶର ୧୧୭ଟି ଆସନ ପାଇଁ ମତଦାନ ଜାରି ରହିଛି । ପ୍ରାୟ ୧୫ଟି ରାଜ୍ୟରେ ମତଦାତାମାନେ ସେମାନଙ୍କର ପସନ୍ଦର ପ୍ରାର୍ଥୀଙ୍କୁ ମତଦାନ କରିବା ପାଇଁ ପୋଲିଂ ବୁଥ୍ ସମ୍ମୁଖରେ ଲାଇନ୍ ଲଗାଇଛନ୍ତି ।

wp:core-embed/twitter {"url":"https://twitter.com/ANI/status/1120513202792620032","type":"rich","providerNameSlug":"twitter","className":""}
https://twitter.com/ANI/status/1120513202792620032
/wp:core-embed/twitter

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୁଜୁରାଟର ଅହମଦାବାଦ ପହଞ୍ଚି ରଣିପସ୍ଥିତ ନିଶାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୋଟ୍ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଉଭୟ ମା' ଓ ମତଦାନ ଗୁରୁତ୍ବପୂର୍ଣ୍ଣ ।

wp:core-embed/twitter {"url":"https://twitter.com/ANI/status/1120515925965512704","type":"rich","providerNameSlug":"twitter","className":""}
https://twitter.com/ANI/status/1120515925965512704
/wp:core-embed/twitter

ଭୋଟ୍ ଦେବା ପୂର୍ବରୁ ମୋଦି ନିଜ ମା'ଙ୍କ ନିକଟରେ ପହଂଚିବା ପରେ ମା'ଙ୍କ ଠାରୁ ସର୍ବପ୍ରଥମେ ଆଶୀର୍ବାଦ ନେଇଥିଲେ । ସେ କିଛି ସମୟ ମା'ଙ୍କ ସହିତ ସମୟ କାଟିଥିଲେ । ମୋଦି ନିଜ ମା'ଙ୍କୁ ଖାଇବାକୁ ଦେଇଛନ୍ତି ଓ ନିଜେ ମା'ଙ୍କ ହାତରୁ ଖାଦ୍ୟ ଖାଇଥିଲେ । ସେହିଭଳି ମୋଦି ଗାନ୍ଧିନଗରରେ ମା'ଙ୍କ ଘର ସମ୍ମୁଖରେ କିଛି ଲୋକଙ୍କୁ ଭେଟିଥିଲେ । ମୋଦି ଏଠାରେ ପହଂଚିବା ପରେ ସାଧାରଣ ଜନତା ଉତ୍ସାହିତ ଦେଖାଯାଇଥିଲେ ।

wp:core-embed/twitter {"url":"https://twitter.com/ANI/status/1120522118771412993","type":"rich","providerNameSlug":"twitter","className":""}
https://twitter.com/ANI/status/1120522118771412993
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.