ମୋଦିଙ୍କୁ ମାଲଦ୍ବୀପର ସର୍ବୋଚ୍ଚ ସମ୍ମାନ ‘ନିସାନ ଇଜ୍ଜୁଦ୍ଦିନ’,ମଜଲିସକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | June 08, 2019 IST

ମାଲେ ୮।୬: ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଲଦ୍ବୀପ ଗସ୍ତ କରିଥିବା ବେଳେ ସେଠାରେ ତାଙ୍କୁ ସର୍ବୋଚ୍ଚ ସମ୍ମାନ ‘ନିସାନ ଇଜ୍ଜୁଦ୍ଦିନ’ରେ ସମ୍ବର୍ଦ୍ଧିତ କରାଯାଇଛି। ନୂଆ ସରକାରରେ ପ୍ରଧାନମନ୍ତ୍ରୀ ‘ନେବରହୁଡ ଫାଷ୍ଟ’ ନୀତିରେ ଏହି ଗସ୍ତ କରିଥିବା ବେଳେ ମାଲଦ୍ବୀପ ସଂସଦ ‘ମଜଲିସ୍’କୁ ମଧ୍ୟ ସମ୍ବୋଧିତ କରିଛନ୍ତି। ଏଥିରେ ଆତଙ୍କବାଦକୁ ମୋଦି ମୁଖ୍ୟ ପ୍ରସଙ୍ଗ କରିଛନ୍ତି। ତେବେ  ମାଲଦ୍ବୀପକୁ ମୋଦି ମିତ୍ରରାଷ୍ଟ୍ର ସମ୍ବୋଧିତ କରିଥିବା ବେଳେ ବନ୍ଧୁ କେବେ ସାନ କି ବଡ ହୋଇ ନଥାନ୍ତି। ବନ୍ଧୁତା ସବୁ ବେଳେ ବରାବର ହୋଇଥାଏ ବୋଲି କହିଥିଲେ।

{"id":121163,"width":581,"height":504}

ମିତ୍ରତାରେ ଭାରତ ପାରସ୍ପରିକ ସହଯୋଗକୁ ସର୍ବାଧିକ ଗୁରୁତ୍ବ ଦେଇଥାଏ ବୋଲି ମୋଦି କହିଥିଲେ।   ଭାରତ ସର୍ବଦା ନିଜ ସହ ମିତ୍ର ଦେଶଙ୍କ ବିକାଶକୁ ବି ପ୍ରାଧାନ୍ୟ ଦିଏ। ତେବେ ନିଜର ସ୍ବାର୍ଥ ପାଇଁ ମିତ୍ରତା ନାମରେ କରଜ ବୋଝ ଲଦିଦେବାକୁ କେବେ ଭାରତ ଚାହେଁ ନାହିଁ ବୋଲି ମୋଦି କହିଛନ୍ତି। ମାଲଦ୍ବୀପ ଏବେ ଚୀନର ଋଣ ବୋଝରେ ଭାରାକ୍ରାନ୍ତ ହୋଇପଡିଛି।ଏଥିରେ ମୋଦିଙ୍କ ମାଲଦ୍ବୀପ ଗସ୍ତ ସରକାରଙ୍କୁ ଆଶ୍ବସ୍ତ କରିଛି। ଜଳବାୟୁ ଭଳି ଆତଙ୍କବାଦ ବିରୋଧରେ ସଂଗ୍ରାମ ପାଇଁ ମୋଦି ଏହି ଅବସରରେ ଆହ୍ବାନ ଦେଇଛନ୍ତି ମୋଦି।

{"id":121174}

ନସୀଦ ମାଲଦ୍ବୀପ ମଜଲିସର  ଅଧ୍ୟକ୍ଷ ମନୋନୀତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ମୋଦିଙ୍କୁ ଆମନ୍ତ୍ରଣ କରାଯାଇଥିବା ବେଳେ ଏଥିପାଇଁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ। ଗତ ବର୍ଷ ପ୍ରଧାନମନ୍ତ୍ରୀ ମାଲଦ୍ବୀପ ଗସ୍ତ କରିଥିଲେ। ରାଷ୍ଟ୍ରପତି ସୋଲିହଙ୍କ ଶପଥ ଗ୍ରହଣ ଉତ୍ସବକୁ ଅତିଥି ଭାବେ ମୋଦି ଆମନ୍ତ୍ରିତ ହୋଇଥିଲେ। ତେବେ ଦ୍ବିତୀୟବାର ଅମନ୍ତ୍ରଣ କରାଯାଇଥିବାରୁ ଉଭୟ ଦେଶର ସମ୍ପର୍କ ଅଧିକ ମଜଭୁତ  ହେବା ନେଇ ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ମାଲଦ୍ବୀପ ରାଷ୍ଟ୍ରପତି ସୋଲିହଙ୍କୁ ଏକ କ୍ରିକେଟ ବ୍ୟାଟ୍ ଉପହାର ପ୍ରଦାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.