ଜାତିସଂଘର ୭୪ତମ ଅଧିବେଶନକୁ ମୋଦିଙ୍କ ସମ୍ବୋଧନ, ଭାରତର ବିକାଶ ମନ୍ତ୍ର ଦେଲେ ବିଶ୍ୱକୁ, ଆତଙ୍କବାଦ ପ୍ରସଙ୍ଗରେ ଏକ ହେବାକୁ ଆହ୍ୱାନ

Published By : Prameya-News7 Bureau | September 27, 2019 IST

ନ୍ୟୁୟର୍କ : ଜାତିସଂଘର ୭୪ ତମ ଅଧିବେଶନକୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏଥିରେ ଭାରତ ସରକାର ଚଳାଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ନେଇ ସୂଚିତ କରିଛନ୍ତି। ଯେଉଁଥିରେ ସରକାର ମାତ୍ର ୫ ବର୍ଷରେ ବିଶ୍ୱର ସର୍ବ ବୃହତ୍ତ ସ୍ୱଚ୍ଛତା ଅଭିଯାନକୁ ସଫଳତା ପୂର୍ବକ ସମ୍ପନ୍ନ କରିଥିବା କହିଛନ୍ତି। କେବଳ ସେତିକି ନୁହେଁ ଭାରତର ବିସ୍ତୃତ ଜନ ସଂଖ୍ୟାକୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ବିଶ୍ୱର ସର୍ବ ବୃହତ୍ତ ସ୍ୱାସ୍ଥ୍ୟ ସେବା ଯୋଜନାକୁ କାର୍ଯ୍ୟାନ୍ୱୟନ କରିଛି। ଏହା ଛଡା ସରକାର ନିକଟରେ ବିଶ୍ୱର ବିତ୍ତିୟ ସମାବେଶନର ସମାପ୍ତ କରିଛି ବୋଲି କହିଛନ୍ତି। ତେବେ ଭାରତ କିଭଳି ଏତେ ସବୁ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନେଇ ପାରିଲା ସେ ନେଇ ସାଧାରଣ ଅଧିବେଶନରେ ବିଶ୍ୱକୁ ମନ୍ତ୍ର ଦେଇଛନ୍ତି।

{"id":163511,"width":581,"height":447}

ଅଭିଭାଷଣ ଆରମ୍ଭରେ ପ୍ରଧାନମନ୍ତ୍ରୀ ୧୩୦ କୋଟି ଭାରତୀୟଙ୍କ ପକ୍ଷରୁ ଜାତିସଂଘକୁ ସମ୍ବୋଧିତ କରିବାରେ ମୁଁ ଗର୍ବିତ ଅନୁଭବ କରୁଥିବା କହିଥିଲେ। ଏହା ସହ  ଚଳିତବର୍ଷ ବିଶ୍ୱରେ ହୋଇଥିବା ସର୍ବ ବୃହତ୍ତ ଗଣତନ୍ତ୍ରର ସାଧାରଣ ନିର୍ବାଚନ ନେଇ ଜାତିସଂଘକୁ ସୂଚିତ କରିଥିଲେ। ଏହି ବିଶାଳ ନିର୍ବାଚନରେ ଲୋକେ ପୂର୍ବ ଅପେକ୍ଷା ବିପୁଳ ମତରେ ତାଙ୍କ ସରକାରକୁ ପୁଣି ଥରେ  ନିର୍ବାଚିତ କରିଥିବା ବେଳେ ସମଗ୍ର ବିଶ୍ୱକୁ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାର ଶକ୍ତିପ୍ରଦର୍ଶନ କରିଥିଲେ।

{"id":163513,"width":585,"height":457}

ପରିବେଶ ନେଇ ପ୍ରଧାନମନ୍ତ୍ରୀ ଜାତିସଂଘକୁ ସମ୍ବୋଧିତ କରି ଜାତିସଂଘ ସଦନ କାର୍ଯ୍ୟାଳୟରେ ଲେଖାଯାଇଥିବା ନୋ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ସମ୍ପର୍କେ ସୂଚନା ଦେଇଥିଲେ। ତେବେ ଏ ନେଇ ଭାରତ ଅନେକ ପୂର୍ବରୁ ଅଭିଯାନ ଆରମ୍ଭ କରିଥିଲା ବୋଲି ମୋଦି ସୂଚିତ କରିବା ସହ ବିଶ୍ୱ ପରିବେଶ ନେଇ ସମସ୍ତଙ୍କୁ ଏକଜୁଟ୍ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।

{"id":163515,"width":580,"height":374}

ଆତଙ୍କବାଦ ସମ୍ପର୍କରେ ପ୍ରଧାନମନ୍ତ୍ରୀ କୌଣସି ଦେଶର ନାମ ନନେଇ ଆତଙ୍କବାଦ ଏବେ କୌଣସି ଗୋଟିଏ ଦେଶର ସମସ୍ୟା ନୁହେଁ ମାନବତା ଲାଗି ସବୁଠାର ବଡ ଅହ୍ୱାନ ବୋଲି କହିଥିଲେ। ତେବେ ଆତଙ୍କବାଦକୁ ନେଇ ବିଶ୍ୱ ବାଣ୍ଟି ହୋଇ ରହିଥିବାରୁ ୟୁଏନ ସ୍ଥାପନାର ଉଦ୍ଦେଶ୍ୟ ଏବେ ପୁରଣ ହୋଇ ପାରୁନଥିବା କହିଥିଲେ। ଆମେ ବିଶ୍ୱକୁ ଯୁଦ୍ଧ ନୁହେଁ ବୁଦ୍ଧ ଦେଇଛୁ। ଏଣୁ ଆମ ଶ୍ୱରରେ ଆତଙ୍କବାଦ ବିରୋଧରେ ବିଶ୍ୱକୁ ସତର୍କ କରାଇବାର ଗମ୍ଭିରତା ମଧ୍ୟ ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। ଭାରତକୁ ହଜାର ବଜାର ବର୍ଷ ପୁରୁଣା ଏକ ମହାନ ସଂସ୍କୃତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯାହାର ନିଜର ଜୀବନ ପରମ୍ପରା ବି ରହିଛି। ଏଥିରେ ବିଶ୍ୱର ସମସ୍ତ ସ୍ୱପ୍ନ ଭରି ରହିଥିବା ବେଳେ ଜନ ଭାଗୀଦାରୀରେ ଜନ କଲ୍ୟାଣ ଏହାର ପ୍ରାଣ ତତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.