୭୪ତମ ସ୍ୱାଧୀନତା ଦିବସ , ଲାଲ୍‌କିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | August 15, 2020 IST

ନୂଆଦିଲ୍ଲୀ ୧୫।୦୮: କରୋନା କଟକଣା ଭିତରେ ଆଜି ଦେଶ ପାଳୁଛି ୭୪ ତମ ସ୍ବାଧୀନତା ଦିବସ। ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଲଗାତର ସପ୍ତମ ଥର ପାଇଁ ଐତିହାସିକ ଲାଲକିଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସ୍ବାଧୀନତା ଦିବସର ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ । ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଦେଶରେ ଜାରି ରହିଥିବା କୋଭିଡ଼-୧୯ ମହାମାରୀରେ ନିଜକୁ ନିୟୋଜିତ କରିଥିବା କରୋନା ଯୋଦ୍ଧାମାନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସ୍ୱାଧୀନତା ଦିବସ ଅବସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଲାଲ୍ କିଲ୍ଲା  ଓ ଏହାର ଆଖପାଖ ଅଞ୍ଚଳରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏନ୍.ଏସି.ଜି, ସ୍ବାଟ୍ କମାଣ୍ଡୋ ଏବଂ କାଇଟ୍ କ୍ୟାଚରଙ୍କୁ ନେଇ ଏକ ସୁରକ୍ଷା ବଳୟ ସୃଷ୍ଟି କରାଯାଇଛି । ୩ ଶହରୁ ଅଧିକ କ୍ୟାମେରା ଖଞ୍ଜା ଯାଇଛି । ୨୪ ଘଣ୍ଟା ଫୁଟେଜର ଅନୁଧ୍ୟାନ କରାଯାଉଛି । ଲାଲ କିଲ୍ଲାରେ ପାଖାପାଖି ୪ ଶହ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ସେମାନେ ସାମାଜିକ ଦୂରତ୍ବ ନିୟମ ମାନି ଡ୍ୟୁଟି କରିବେ । ସେହିପରି ରେଲୱେ ଷ୍ଟେସନ୍ ଓ ଟ୍ରାକ୍ ରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ସ୍ବାଧୀନତା ଦିବସ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ୪୦୦ ଅତିଥିଙ୍କୁ ଆମନ୍ତ୍ରଣ କରିଛି । ପ୍ରବେଶ ପଥରେ ସମସ୍ତ ଅତିଥିଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଲାଲକିଲ୍ଲା ପ୍ରାଚୀର ଭିତର ଓ ବାହାର ଅଞ୍ଚଳର ନିୟମିତ ଭାବେ ବିଶୋଧନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.