ସ୍ବାଧୀନତାର ଦୀର୍ଘ ଦିନ ପରେ ଗରିବୀ ନ ହଟିବା ଦୁର୍ଭାଗ୍ୟଜନକ : ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | April 16, 2019 IST

ଭୁବନେଶ୍ବର ୧୬|୪: ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେ।ଦି । ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ ସ୍ବତନ୍ତ୍ର ହେଲିକାପ୍ଟରରେ ସମ୍ବଲପୁରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଛନ୍ତି ପ୍ରଧାନମନ୍ତ୍ରୀ ।

{"id":103928}

ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ମୋଦି । ଓଡ଼ିଶା ଆସିବା ମୋ ପାଇଁ ତୀର୍ଥ ଯାତ୍ରା ଭଳି କହିଛନ୍ତି ମେ।ଦି । ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଓଡ଼ିଶାରେ ବି ବିଜେପି ଆସିବ ବେ।ଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏଥି ସହ ଚୌକିଦାର ପ୍ରତି ଭଲ ପାଇବା ଦେଖି ବିରୋଧୀଙ୍କ ହୋସ୍ ଉଡି ଯାଉଛି । ଏଥି ସହ ଟଙ୍କିକିଆ ଚାଉଳ ଭାରତ ସରକାରଙ୍କର । ରାଜ୍ୟ ସରକାରଙ୍କର ଏଥିରେ ମାତ୍ର ୨ ଟଙ୍କାର ଅବଦାନ ରହିଛି । ସ୍ବାଧୀନତାର ଏତେ ବର୍ଷ ପରେ ବି ଓଡ଼ିଶାର ଲୋକ ଗିରବ ବେ।ଲି କହିଛନ୍ତି ମେ।ଦି । ଚିଟଫଣ୍ଡରେ ଯିଏ ବୁଡିଛନ୍ତି, ସିଏ କେମିତି ଓଡ଼ିଶାବାସୀଙ୍କ କଥା ବୁଝିବେ ବେ।ଲି ପ୍ରଶ୍ନ କରିଛନ୍ତି । ବିଜେପି ସରକାରରେ ଓଡ଼ିଶାର ୧୨ ଲକ୍ଷ ଲୋକଙ୍କୁ ପକ୍କା ଘର ମିଳିଛି । ୨୦୨୨ ସୁଦ୍ଧା ସବୁ ପଛୁଆ ବର୍ଗ ଆଦିବାସୀଙ୍କୁ ପକ୍କା ଘର ମିଳିବ ବେ।ଲି ପ୍ରତିଶ୍ରୃତି ଦେଇଛନ୍ତି ମେ।ଦି । ସେହିଭଳି ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବ ବେ।ଲି ମେ।ଦି କହିଛନ୍ତି । ଶେଷରେ ଉପସ୍ଥିତ ଜନତାଙ୍କୁ ଓଡ଼ିଆରେ ସଙ୍କଳ୍ପ କରାଇଛନ୍ତି ମୋଦି ।

{"id":103927}

ଏହି ସଭାରେ ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ନୀତେଶ ଗଙ୍ଗଦେବ, ସମ୍ବଲପୁର ବିଜେପି ବିଧାନସଭା ପ୍ରାର୍ଥୀ ଜୟ ନାରାୟଣ ମିଶ୍ର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଉପସ୍ଥିତ ଅଛନ୍ତି।

ଅପରାହ୍ନ ୪ ଟାରେ ବିଜୁପଟ୍ଟନାୟକ ବିମାନ ବନ୍ଦରରେ ବାୟୁସେନା ହେଲିକାପ୍ଟରରେ ପହଁଚିବେ ମୋଦି । ସଂଧ୍ୟାରେ ଭୁବନେଶ୍ବର ବରମୁଣ୍ଡା ପଡିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ଏହା ପୂର୍ବରୁ ଏୟାରପୋର୍ଟରୁ ବରମୁଣ୍ଡା ଯାଏଁ ହେବ ରୋଡ୍ ସୋ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.