ସୁନ୍ଦରଗଡରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ; ‘ବିଜେପି କୌଣସି ପରିବାରର ସରକାର ନୁହେଁ’

Published By : Prameya-News7 Bureau | April 06, 2019 IST

ସୁନ୍ଦରଗଡ ୬|୪ : ନିର୍ବ।ଚନ ଯେତିକି ପାଖେଇ ଆସୁଛି ପ୍ରଚାର ସେତିକି ଜୋରଦାର ହେଉଛି । ବିଜେପିର ମିଶନ୍ ୧୨୦ ପ୍ଲସ୍ ସଫଳ ପାଇଁ ବାରମ୍ବାର ଓଡିଶା ଗସ୍ତ କରୁଛନ୍ତି ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ନିର୍ବାଚନ ପ୍ରଚାର ପାଇଁ ସୁନ୍ଦରଗଡ ଓ ସୁବର୍ଣ୍ଣପୁର ଗସ୍ତରେ ଆସୁଛନ୍ତି ମୋଦି । ସୁନ୍ଦରଗଡ଼ କିରେଇ ନିକଟରେ ଆୟୋଜିତ ଜନସଭାରେ ଯୋଗଦେଇ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଓଡିଆରେ ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ମୋଦି କହିଛନ୍ତି ଆଜି ପର୍ଯ୍ୟନ୍ତ କୌଣସି ପ୍ରଧାନମନ୍ତ୍ରୀ ଆସିନଥିଲେ ସୁନ୍ଦରଗଡ । କେହି ଜଣେ କହିଲେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ସୁନ୍ଦରଗଡ ଆସିଛନ୍ତି,  ପ୍ରଧାନମନ୍ତ୍ରୀ ନୁହେଁ, ପ୍ରଧାନ ସେବକ ସୁନ୍ଦରଗଡ ଆସିଛି । ପ୍ରଧାନ ସେବକ ତା’ର ମାଲିକଙ୍କ ଠାରୁ ଆଶୀର୍ବାଦ ନେବାକୁ ଆସିଛି । ଆଜିଠୁ ନବରାତ୍ରିର ଶୁଭାରମ୍ଭ ହେଉଛି ଏହି ଅବସରରେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି ।

{"id":100695}
wp:paragraph {"align":"left"}

ସୁନ୍ଦରଗଡରେ ଏହି ସଭାରେ ଯେତେ ସଂଖ୍ୟାରେ ଲୋକ ଆସିଛନ୍ତି ତାହା ଦେଖି ଅଭିଭୂତ ହୋଇଥିବା ମୋଦି କହିଛନ୍ତି । ଏହାକୁ ସେ କେବେ ଭୁଲିପାରିବି ନାହିଁ ବୋଲି ମୋଦି କହିଛନ୍ତି । ସେ ଓଡ଼ିଶାର ବୀର ପୁରୁଷ ଏବଂ ସୈନିକମାନଙ୍କୁ ବି ଶୁଭେଚ୍ଛା ଜଣାଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ବିଜେପି  ଦେଶର ଲୋକଙ୍କ ଆକାଂକ୍ଷାରୁ ଜନ୍ମ ନେଇଛି। ଏହା ପରିବାରବାଦ ଉପରେ ଆଧାରିତ ନୁହେଁ କି ଅର୍ଥବଳ ଉପରେ ତିଆରି ହୋଇ ନାହିଁ। ବିଜେପି ହେଉଛି କାର୍ଯ୍ୟକର୍ତ୍ତାଙ୍କ ଦଳ। ଏହା ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କ ଝାଳରେ ତିଆରି ହୋଇଛି। ଓଡ଼ିଶାରେ ଏଥର ସବୁଠାରୁ ଅଧିକ ଆସନରେ ବିଜେପି ବିଜୟୀ ହେବ।

ସୁନ୍ଦରଗଡ ପରେ ସୁବର୍ଣ୍ଣପୁର ରାମେଶ୍ବର ମନ୍ଦିର ନିକଟସ୍ଥ ଷ୍ଟାଡିୟମରେ ବିଜୟ ସଂକଳ୍ପ  ସଭାରେ ଯୋଗଦେଇ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.