ଦାରିଦ୍ର୍ୟ ହଟାଇବାର ଜଡିବୁଟି ହେଉଛି କଂଗ୍ରେସ ହଟାଅ : ମୋଦି

Published By : Prameya-News7 Bureau | April 06, 2019 IST

ସୋନପୁର ୬|୪ : ଓଡ଼ିଶାରେ ସବୁ ଥାଇ ବି କାହିଁକି ଓଡ଼ିଶା ପଛରେ ରହିଛି । କଂଗ୍ରେସ ପାଖରେ ସବୁ ସୁଯୋଗ ଥିଲା । ପୀଢ଼ି ପରେ ପୀଢ଼ି ଦାରିଦ୍ର୍ୟ ହଟାଇବାର ନାରା ଦିଆଯାଉଛି । କଂଗ୍ରେସ ହଟିଲେ ଗରିବୀ ଆପଣା ଛାଏଁ ହଟିଯିବ ବୋଲି ସୁବର୍ଣ୍ଣପୁରର ରାମେଶ୍ବର ମନ୍ଦିର ଷ୍ଟାଡିୟମରେ ସାଧାରଣ ସଭାରେ କହିଛନ୍ତି ମୋଦି । ଦାରିଦ୍ର୍ୟ ହଟାଇବାର ଜଡ଼ିବୁଟି ହେଉଛି କଂଗ୍ରେସ ହଟାଅ ବୋଲି କହିଛନ୍ତି ମୋଦି ।

{"id":100766}

କଂଗ୍ରେସ ଏମିତି ନୀତି ଧରିଛି ଦେଶରେ ଦରଦାମ ବଢ଼ିବ । ଡାଲିଚାଉଳ ତେଲ ରାସନ ଦର ସବୁକିଛି ବଢ଼ିଛି । ମଧ୍ୟମବର୍ଗଙ୍କ ଉପରେ କର ଲଗାଇବାକୁ ଚାହୁଁଛି କଂଗ୍ରେସ ବୋଲି ମୋଦି କହିଛନ୍ତି । ସେହିପରି ମଧ୍ୟମବର୍ଗ ଭୋଟ ବ୍ୟାଙ୍କକୁ ଟାର୍ଗେଟ କରିଛନ୍ତି ମୋଦି ।ବିଜେଡି ଶାସନରେ ଭେଦଭାବ ମିଳିଛି । ମହାନଦୀ ଓ ତେଲ ନଦୀରେ ପାଣି ଉପଯୋଗ ହୋଇପାରୁନି । କେନ୍ଦ୍ରୀୟ ଯୋଜନାକୁ ଓଡ଼ିଶା ସରକାର ଅଟକାଉଛନ୍ତି ବୋଲି ଆକ୍ଷେପ ଲଦିଛନ୍ତି ପ୍ରଧାନମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.