Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଭାରତ ସହ ସାମ୍ନାସାମ୍ନୀ ସପ୍ତାହଟେ ବି ଲଢିପାରୁନି Pak, ଏଥିଲାଗି କରୁଛି ଛଦ୍ମ ଯୁଦ୍ଧ: ପ୍ରଧାନମନ୍ତ୍ରୀ

28/01/2020 at 6:00 PM

ନୂଆଦିଲ୍ଲୀ ୨।୧:  ସ୍ୱାଧୀନତା ପରଠାରୁ ଭାରତ ବିରୋଧରେ ୩ ଥର ଯୁଦ୍ଧକରି ପାକିସ୍ତାନ ପରାଜିତ ହୋଇଛି।  ଏଥିଲାଗି ଭାରତୀୟ ସେନାକୁ ସପ୍ତାହେ ଅଥବା ୧୦ ଦିନ ଲାଗିଛି। ଏଣୁ ସମ୍ମୁଖ ରଣ କରିବାକୁ ଅକ୍ଷମ ପାକ୍ ଆମ ବିରୋଧରେ ବର୍ଷବର୍ଷ ଧରି ଛଦ୍ମ ଯୁଦ୍ଧ ଚଳାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସ୍ଥାନୀୟ କରିଅପ୍ପା ପରେଡ ଗ୍ରାଉଣ୍ଡରେ ଜାତୀୟ ସମରଶିକ୍ଷାର୍ଥୀ ବାହିନୀ (ଏନସିସି) କ୍ୟାଡେଟ୍‌ଙ୍କୁ ମଙ୍ଗଳବାର ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଏବେ ବିଚାର ବଦଳିଛି। ଯୁବ ମନୋଭାବ ନେଇ ଭାରତ ଆଗକୁ ବଢୁଥିବା ବେଳେ ଏବେ ଇଟାର ଜବାବ ପଥରରେ ଦେଉଛି।

ଯେଉଁ ଦେଶର ଯୁବ ଶକ୍ତି ଅନୁଶାସିତ, ଦୃଢ ଇଚ୍ଛାଶକ୍ତି ଓ ନିଷ୍ଠାବାନ ସେ ଦେଶର ପ୍ରଗତି କେବେ ଅଟକିବ ନାହିଁ। ଯୁବ ଶକ୍ତିକୁ  ଡିସିପ୍ଲିନ, ଡିଟରମିନେସନ ଓ ଦେଶପ୍ରତି ଡିଭୋସନ କରାଇବା ଲାଗି ଏନସିସିକୁ ଏକ ଭଲ ପ୍ଲାଟଫର୍ମ କହିଛନ୍ତି  ମୋଦି । ଏଭଳି ଭାବନା ସିଧା ଦେଶର ବିକାଶକୁ ଉତ୍ସାହିତ କରୁଥିବା କହିଛନ୍ତି । ୭୦ ବର୍ଷ ପରେ ଭାରତରୁ ଆର୍ଟିକଲ ୩୭୦ର ପ୍ରତ୍ୟାହାର ହୋଇଛି।  ସୀମାପାର ଆତଙ୍କବାଦରେ ଦେଶ ବାରମ୍ବାର ଲହୁଲୁହାଣ ହେଉଛି। ହେଲେ ସେନା ଯେତେବେଳେ କାର୍ଯ୍ୟାନୁଷ୍ଠାନର କଥା କହୁଛି ସେତେବେଳେ ସରକାର ପଛେଇ ଯାଉଛନ୍ତି। ଯାହା ପଡୋଶୀଙ୍କୁ ଏପର୍ଯ୍ୟନ୍ତ ସେମାନଙ୍କ କାର୍ଯ୍ୟଲାଗି ଉତ୍ସାହିତ କରିଆସିଛି।

ହେଲେ ଭାରତର ଏବେ ବିଚାର ବଦଳାଇଛି। ଯୁବ ମନ ନେଇ ଦେଶ ଆଗକୁ ବଢୁଛି। ଏଣୁ ପଡୋଶୀର ସାମାନ୍ୟ ହରକତକୁ ଏବେ ବରଦାସ୍ତ କରାଯାଉନି। ସେନା ସର୍ଜିକାଲ ଷ୍ଟ୍ରାଇକ୍ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଭାରତ ଏବେ ଯୁବକଙ୍କ ଦେଶ ଯାହାକୁ ନେଇ ଆମେ ଗର୍ବିତ ତେବେ ଦେଶର ଭାବନା ବି ସେହିପରି ଯୁବସୁଲଭ ରହୁ ତାର ସମ୍ପୂର୍ଣ୍ଣ ଦାୟିତ୍ୱ ଆମର। ସମସ୍ୟା ଟାଳିବା ସହଜ ହେଲେ ଏହା ସମାଧାନ ନୁହେଁ। ଦେଶ ଏବେ ବଦଳିବାକୁ ଚାହୁଁଛି ସମସ୍ୟା ଟାଳିବାକୁ ନୁହେଁ ସମାଧାନ କରିବାକୁ ଚାହୁଁଛି। ଏଣୁ ସିଧା ଟକ୍କର ନେଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।   

   Related Posts