Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

କରୋନା ସଙ୍କଟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ- ଗତ ଦିନରେ ନିଆଯାଇଥିବା ନିଷ୍ପତ୍ତିରେ ସ୍ଥିତିରେ ସୁଧାର ଆସିବ

20/04/2021 at 9:00 PM

ନୂଆଦିଲ୍ଲୀ ୨୦।୦୪: କରୋନାର ଦ୍ଵିତୀୟ ଲହରରେ ଦେଶରେ ସ୍ଥିତି ସାଙ୍ଘାତିକ ଆଡକୁ ଗତି କରୁଛି। ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନିଜ ଭ୍ୟାକସିନ ଉତ୍ପାଦନ କ୍ଷମତା ବଢାଇବାକୁ ଅପିଲ୍ କରିଛନ୍ତି, ଯଦ୍ଵାରା ଶୀଘ୍ର ଲୋକଙ୍କୁ ଟିକାକରଣ କରାଯାଇ ପାରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ସ୍ଥିତି ନିୟନ୍ତ୍ରଣକୁ ଆସି ଯାଇଥିଲା। ହେଲେ ପୁଣି ଥରେ ଆମ ଆଗରେ ବଡ ସଙ୍କଟ ଆସିଛି। କରୋନା ବିପକ୍ଷରେ ଦେଶ ସଂପ୍ରତି ବଡ ଯୁଦ୍ଧ ଲଢୁଛି। କରୋନାର ଦ୍ଵିତୀୟ ଲହର ଝଡ ପରି ମାଡି ଆସିଛି। ମୁଁ ପ୍ରଥମେ ସମ୍ମୁଖରେ ରହି କରୋନା ଲଢେଇ ଲଢୁଥିବା ଡାକ୍ତର, ସ୍ଵାସ୍ଥ୍ୟକର୍ମୀ ଓ ପୋଲିସ ପ୍ରତି ନିଜର କୃତଜ୍ଞତା ଜଣାଇବା ସହ କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁ ଲୋକେ ମହାମାରୀରେ ନିଜର ଲୋକଙ୍କୁ ହରାଇଛନ୍ତି, ମୁଁ ସେମାନଙ୍କ ପରିଜନ ପ୍ରତି ସମବେଦନା ଜ୍ଞାପନ କରୁଛି। ଏଥର ଚ୍ୟାଲେଞ୍ଜ ବଡ ରହିଛି ମାତ୍ର ମିଶିକି ନିଜର ସଂକଳ୍ପ ଏବଂ ଉତ୍ସାହର ସହ ଏହାର ସଫଳ ମୁକାବିଲା କରି ପାରିବା। କଠିନ ପରିସ୍ଥିତିରେ ଆମେ ଧୈର୍ଯ୍ୟ ହରାଇବା ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି ଯେ, ଗତ ଦିନରେ ଯେଉଁ ସବୁ ନିଷ୍ପତ୍ତି ନିଆଯାଇଛି, ସେଥିରେ ଆଗାମୀ ଦିନରେ ସ୍ଥିତିରେ ସୁଧାର ଆସିବ। ଅକ୍ସିଜେନ୍ ସମସ୍ୟା ଦୂର କରିବା ପାଇଁ ଦ୍ରୁତ ଗତିରେ କାମ ଜାରି ରହିଛି। ଏଥିପାଇଁ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ଘରୋଇ ସଂସ୍ଥା ସହ ମିଶି କି କାମ ଜାରି ରହିଛି।

ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଫାର୍ମା ଇଣ୍ଡଷ୍ଟ୍ରୀ ସହ ବିସ୍ତାର ସହ ଆଲୋଚନା  ହୋଇଛି। ଆମେ ସୌଭାଗ୍ୟଶାଳୀ ଯେ, ଆମ ଦେଶ ପାଖରେ ମଜବୁତ ଫାର୍ମା ସେକ୍ଟର ରହିଛି। ଆମେ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବଢାଇବା କାମକୁ ଜୋରଦାର କରୁଛୁ।

ରାଜ୍ୟକୁ ଅକ୍ସିଜେନ ଯୋଗାଇବାକୁ ଯଥା ସମ୍ଭବ ଚେଷ୍ଟା କରାଯାଉଛି। ଦେଶରେ ଔଷଧ କମ୍ପାନୀଗୁଡିକଠାରୁ ସହଯୋଗ ନିଆଯାଉଛି। ଭାରତରେ ଦୁଇ ଦୁଇଟି ଭ୍ୟାକସିନ ସହିତ ଟିକାକରଣ ଅଭିଯାନ ଜାରି ରହିଛି। ଦୁନିଆରେ ସବୁଠୁ ଦ୍ରୁତ ଗତିରେ ଭ୍ୟାକସିନ ଡୋଜ୍ ଭାରତରେ ଦିଆଯାଇଛି। ଆଜିର କରୋନା ଲଢେଇରେ ଆମକୁ ଉତ୍ସାହ ମିଳିଛି।

   Related Posts