ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫୩ତମ ‘ମନ୍ କି ବାତ୍’; ଦେଶ ନୂଆ ଭାରତ ଅଭିମୁଖେ ଗତି କରୁଛି କହିଲେ ମୋଦି

Published By : Prameya-News7 Bureau | February 24, 2019 IST

ନୂଆଦିଲ୍ଲୀ ୨୪|୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୫୩ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଯେ, ଦେଶ ନୂଆ ଭାରତ ଅଭିମୁଖେ ଗତି କରୁଛି । ୨୦୧୯ ନିର୍ବାଚନ ପୂର୍ବରୁ ଏହା ମୋଦିଙ୍କ ଶେଷ ମନ୍ କି ବାତ୍ ।୨୦୧୯ ଲୋକସଭା ନିର୍ବାଚନ ପରେ ମେ ମାସରେ ଏକ ନୂଆ ବିଶ୍ବାସ ଏବଂ ଜନତାଙ୍କ ଆଶୀର୍ବାଦ ସହ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆଜି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଅବସରରେ ମୋଦି ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଦେଶବାସୀଙ୍କ ମନରେ ଆକ୍ରୋଶ ରହିଛି । ଭାରତୀୟ ସେନା ସର୍ବଦା ସାହାସର ପରିଚୟ ଦେଇଥାଏ । ସହିଦଙ୍କ ପରିବାରର କାହାଣୀ ପ୍ରେରଣାଦାୟୀ । ଯାହାକୁ ଦେଶର ଯୁବକ ଜାଣିବା ଉଚିତ୍ । ଦେଶବାସୀଙ୍କ ପାଇଁ ସହିଦଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ସ୍ମାରକ ନିର୍ମାଣ ହେବ । ଏହା ସହିଦ ଯବାନଙ୍କ ପ୍ରତୀକ । ଆତଙ୍କବାଦ ବିରୋଧରେ ସାରା ବିଶ୍ବ ଭାରତ ସହ ଛିଡା ହୋଇଛି । 

ଜଗତସିଂହପୁରର ସହିଦ ପ୍ରସନ୍ନ ସାହୁଙ୍କ ଅଦ୍ୟମ ସାହାସ ଓ ପତ୍ନୀଙ୍କ ଧର୍ଯ୍ୟକୁ ସାରା ଦେଶ ସଲାମ କରୁଛି । ସହିଦଙ୍କ ପରିବାର ପରାକ୍ରମୀ ଭାତରତ୍ନ ଜୀବନ୍ତ ଉଦାହରଣ ବୋଲି ମୋଦି କହିଛନ୍ତି । ସେହିପରି ବିର୍ସାମୁଣ୍ଡାଙ୍କ ବୀରତ୍ବ ଏବଂ  ଜାମସେଦଜୀ ଟାଟାଙ୍କ ଉଦ୍ୟମିତାକୁ ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି  । ବିର୍ସା ମୁଣ୍ଡା କେବଳ ସ୍ବାଧିନତା ପାଇଁ ସଂଘର୍ଷ କରିନଥିଲେ । ସେ ଆଦିବାସୀଙ୍କ ସାମାଜିକ ଏବଂ ଆର୍ଥିକ ଅଧିକାର ପାଇଁ ଲଢିଥିଲେ ବୋଲି ମୋଦି କହିଛନ୍ତି ।

ସେହିପରି ମୋଦି କେନାଲ ମେନ୍ ଅଫ୍ ଓଡିଶା ଦୈତାରୀ ନାୟକଙ୍କ ଉଦଯୋଗକୁ ସ୍ମରଣ କରିଛନ୍ତି ମୋଦି । ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କୁ ମୋଦି ଶୁଭେଚ୍ଛା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.