Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସୋସିଆଲ ମିଡିଆରେ ଆକ୍ଟିଭ୍ ମୋଦିଙ୍କୁ ଟ୍ୱିଟର୍‌ରେ ମିଳିଲା ଆଉ ଏକ ବଡ଼ ସଫଳତା, ୬୦ ମିଲିୟନ୍ ହେଲେ ଫଲୋଅର୍

19/07/2020 at 3:37 PM

ନୂଆଦିଲ୍ଲୀ ୧୯।୭: ବିଶ୍ୱର ଅନ୍ୟ ନେତାଙ୍କ ଭଳି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। କେବଳ ସକ୍ରିୟ ନୁହନ୍ତି ମୋଦି ଏହାର ସର୍ବୋତ୍ତମ ଉପଯୋଗ ମଧ୍ୟ କରୁଛନ୍ତି। ଏଣୁ ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍‌ ଟ୍ୱିଟରରେ ମୋଦିଙ୍କୁ ଆଉ ଏକ ବଡ ସଫଳତା ମିଳିଛି। ତାହା ହେଉଛି ତାଙ୍କ ଫଲୋର୍ସଙ୍କ ସଂଖ୍ୟା । ଏବେ ମୋଦିଙ୍କୁ ସାରା ବିଶ୍ୱରେ ୬୦ ନିୟୁତ ଲୋକେ ଫଲୋ କରୁଥିବା ଜଣାପଡିଛି। 

ମୋଦିଙ୍କ ଲୋକପ୍ରିୟତା ୨୦୨୦ ବର୍ଷ ଆରମ୍ଭ ବେଳକୁ ଟ୍ୱିଟରରେ ବଢି ବଢି ଚାଲିଥିଲା। ଏବେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୬ ମିଲିୟନ ଅର୍ଥାତ ୬ କୋଟିରେ ପହଞ୍ଚିଯାଇଛି। ଟ୍ୱିଟର ଅନୁଯାୟୀ ସାରା ବିଶ୍ୱରେ ମୋଦିଙ୍କୁ ୬ କୋଟି ଲୋକ ଫଲୋ କରୁଥିବା ବେଳେ ମୋଦି ୨୩୫୪ ଜଣଙ୍କୁ ଫଲୋ କରୁଛନ୍ତି। ଗତ ଡିସେମ୍ବର ୨୦୧୯ରେ ମୋଦିଙ୍କ ଫଲୋର୍ସଙ୍କ ସଂଖ୍ୟା  ଟ୍ୱିଟରରେ ୫ କୋଟି ଥିଲା। ମାତ୍ର ୮ ମାସରେ ତାଙ୍କ ଫଲୋର୍ସଙ୍କ ସଂଖ୍ୟାରେ ୧ କୋଟି ବୃଦ୍ଧି ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରରେ ବେଶ୍ ଆକ୍ଟିଭ ଅଛନ୍ତି। ଏଥିରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ଜନତାଙ୍କ ଲାଗି ଅନେକ ଘୋଷଣା ମଧ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧିକାରୀକ ଟ୍ୱିଟର ଆକାଉଣ୍ଟ ୨୦୦୯ ମସିହାରେ ଖୋଲିଥିଲା। ସେବେଠାରୁ ମୋଦି ଟ୍ୱିଟରରେ ସକ୍ରିୟ ଅଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଲଙ୍କୃତ କରିଥିବା ଅମିତ ଶାହଙ୍କୁ ଟ୍ୱିଟରରେ ୧ କୋଟି ୧୬ ଲକ୍ଷ ଲୋକେ ଫଲୋ କରୁଛନ୍ତି।

ମୋଦିଙ୍କ ଫଲୋଅରଙ୍କ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ମଧ୍ୟ ଅଛନ୍ତି। ଓବାମାଙ୍କ ଫଲୋଅର୍ସଙ୍କ ସଂଖ୍ୟା ମୋଦିଙ୍କଠାରୁ ୨ ଗୁଣରୁ ବି ଅଧିକ। ଟ୍ୱିଟରରେ ଓବାମାଙ୍କ ଫଲୋରଙ୍କ ସଂଖ୍ୟା ୧୨୦.୭ ମିଲିୟନ ଅର୍ଥାତ ୧୨କୋଟିରୁ ଅଧିକ ଲୋକେ ତାଙ୍କୁ ଫଲୋ କରୁଛନ୍ତି। ଆମେରିକାର ଏବେକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୮୩.୭ ମିଲିୟନ ଫଲୋର୍ସ ଅଛନ୍ତି।

   Related Posts