Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

‘ଭାରତ କରୋନା ସହ ଲଢିବ ଓ ଜିତିବ’, ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ୭ ସୂତ୍ର

14/04/2020 at 10:36 AM

ନୂଆଦିଲ୍ଲୀ, ୧୪|୦୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଲକଡାଉନ୍ ଅବଦ୍ଧିକୁ ମେ ୩ ଯାଏଁ ବୃଦ୍ଧି କରିଛନ୍ତି । ଏହାସହ ଲକଡାଉନକୁ କଡାକଡି ଭାବେ ପାଳନ କରାଯିବ ବୋଲି ମଧ୍ୟ କହିଛନ୍ତି । ତେବେ ଭାରତ କରୋନା ବିରୋଧରେ ଲଢିବ ଆଉ ବିଜୟୀ ହେବ ବୋଲି ପ୍ରଧାନମନ୍ତ୍ରୀ ଦ୍ରୁଢତାର ସହ ଦେଶବାସୀଙ୍କୁ କହିଛନ୍ତି । ଏହାସହ ସେ ଏହି ଭାଇରସର ମୁକାବିଲା ପାଇଁ ୭ଟି ସୂତ୍ର ପ୍ରଦାନ କରିଛନ୍ତି ।

କଣ ଏହି ୭ ସୂତ୍ର

୧- ବୟସ୍କଙ୍କ ଧ୍ୟାନ ରଖିବା ।

୨- ଲକଡାଉନର ପାଳନ କରିବା ।

୩-ଘରେ ତିଆରି ମାସ୍କ ବ୍ୟବହାର କରିବା ।

୪- ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ସମସ୍ତ ପରାମର୍ଶ ମାନିବା ।

୫ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ ।

୬- ଗରିବ ଓ ଅସହାୟଙ୍କୁ ସହାୟତା କରିବା ।

୭- କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ଏକ ସପ୍ତାହ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏପ୍ରିଲ ୨୦ ଯାଏଁ ସମସ୍ତ ଥାନା, ଜିଲ୍ଲା, ରାଜ୍ୟ ଉପରେ କଡା ନଜର ରଖାଯିବ । ଲକଡାଉନ କିପରି ପାଳନ ହେଉଛି ତାହାର ମୂଲ୍ୟାୟନ କରାଯିବ । ଯେଉଁ ରାଜ୍ୟ ଏଥିରେ ସଫଳ ହେବେ ଓ ହଟସ୍ପଟକୁ ବୃଦ୍ଧି ହେବାକୁ ଦେବେ ନାହିଁ ସେଠାରେ ଏପ୍ରିଲ ୨୦ ଯାଏଁ କିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ କୋହଳ କରାଯିବ । ଯଦି ଲକଡାଉନ୍ ନିୟମ ଉଲଙ୍ଘନ ହୁଏ ତେବେ ଏହି ସର୍ତ୍ତକୁ ଫେରସ୍ତ ନିଆଯିବ ବୋଲି ମୋଦୀ କହିଛନ୍ତି ।

   Related Posts