Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଛତିଶଗଡ ସୀମାନ୍ତରୁ ଆସିବେ ପ୍ରବାସୀ, ଆଗକୁ ଆହୁରି ବିଗିଡିବ ସ୍ଥିତି – ଶ୍ରମ ମନ୍ତ୍ରୀ
  • ||
  • କଟକ : ଅପ୍ରେଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ ରାଜ୍ୟରେ ପିକ୍‌ରେ ରହିପାରେ କରୋନା ସଂକ୍ରମଣ
  • ||
  • ପୁରୀ : ବ୍ରହ୍ମଗିରିରେ ବୋମାମାଡ, ଛିଣ୍ଡିଗଲା ଯୁବକଙ୍କ ହାତ
  • ||
  • ମହାକାଳପଡା : ହରିଣ ମାଂସ ବୋଝେଇ ଅଟୋ ଜବତ, ଜଣେ ଗିରଫ, ୨ ଅଭିଯୁକ୍ତ ଫେରାର
  • ||
  • ରାୟଗଡା : ତ୍ରିପୁରା ଯିବାବେଳେ ରେଳ ଷ୍ଟେସନରୁ ୬ନାବାଳିକା ଉଦ୍ଧାର, ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର
  • ||
  • ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ୨ଟି ଗାଁ ସଟଡାଉନ୍ ଘୋଷଣା, କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ପଦକ୍ଷେପ
  • ||
  • ଭୁବନେଶ୍ବର : ବାତିଲ ହେଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା, ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ
  • ||
  • ଆଜିଠାରୁ ୫ ଦିନ ବନ୍ଦ ରହିବ ସମ୍ବଲପୁର ବିଶ୍ବବିଦ୍ୟାଳୟ, କରୋନା ସଂକ୍ରମଣ ଦୃଷ୍ଟିରୁ ପଦକ୍ଷେପ
  • ||
  • ରାଜ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ, ୧୯୫୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ପବିତ୍ର ଶ୍ରୀରାମ ନବମୀ : କୋଭିଡ୍ କଟକଣାରେ ପାଳନ ହେବ ଉତ୍ସବ, ଆଜିଠୁ ଟ୍ବିନସିଟିର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ
  • ||

ଅନ୍ତର୍ଜାତୀୟ ଯୋଗଦିବସ ନିମନ୍ତେ ପ୍ରସ୍ତୁତି ଶେଷ, ଝାଡଖଣ୍ଡ ରାଞ୍ଚୀ ପ୍ରଭାତତାରା ଗ୍ରାଉଣ୍ଡରେ ଯୋଗ କରିବେ ମୋଦି

20/06/2019 at 6:58 PM

ଭୁବନେଶ୍ବର ୨୦।୬:  ରାତି ପାହିଲେ ଅନ୍ତର୍ଜାତୀୟ ଯୋଗ ଦିବସ । ନିରୋଗ ଓ ନିରାମୟ ଜୀବନ ବଞ୍ଚିବା ପାଇଁ ଯୋଗ ଏକ ବଳିଷ୍ଠ ମାଧ୍ୟମ । ଏହାର  ଗୁରୁତ୍ବ ସମ୍ପର୍କରେ ସଚେତନତା  ପାଇଁ ପ୍ରତିବର୍ଷ ଜୁନ୍‌ ୨୧କୁ ସାରା ବିଶ୍ବରେ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ଯୋଗ ଦିବସ ପାଇଁ  ଥିମ୍‌ ରହିଛି ‘YOGA FOR HEART’  ଦେଶର କୋଣ ଅନୁକୋଣରେ ଯୋଗ ଦିବସ ପାଳନ ପାଇଁ ବ୍ୟାପକ  ଆୟୋଜନ ହୋଇଛି

ନିରୋଗ ଓ ନିରାମୟ ଜୀବନଯାପନ ସହ  ସୁସ୍ଥ ହୃଦୟ ନିମନ୍ତେ ଯୋଗାଭ୍ୟାସ  ଅପରିହାର୍ଯ୍ୟ । ଆଧୁନିକ ମାନବ ଏବେ ବୁଝିପାରିଛି ଯୋଗର ମହାତ୍ମ୍ୟ । ଆସନ୍ତା କାଲି ସାରା ବିଶ୍ବ ପାଳିବ ଅନ୍ତର୍ଜାତୀୟ ଯୋଗଦିବସ । ଦିଲ୍ଲୀରୁ ଦୁବାଇ ସବୁଠି ବ୍ୟାପକ ଆୟୋଜନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୮ହଜାର ଯୋଗାଭ୍ୟାସକାରୀଙ୍କ ସହ ଝାଡଖଣ୍ଡ ରାଞ୍ଚୀ ପ୍ରଭାତତାରା ଗ୍ରାଉଣ୍ଡରେ ଯୋଗ କାର୍ଯ୍ୟକ୍ରମରେ ଯୋଗଦେବେ । ୭ଲକ୍ଷ ବର୍ଗଫୁଟ୍‌ର ଏହି ଗ୍ରାଉଣ୍ଡକୁ ଯୋଗାଭ୍ୟାସ ପାଇଁ  ୪୭ଟି ଭାଗରେ ବିଭକ୍ତ କରାଯାଇଛି ।ଯୋଗ ଗ୍ରାଉଣ୍ଡରେ ରବର ମ୍ୟାଟ୍‌ ବଦଳରେ ଖଦୀର ମ୍ୟାଟ୍ ବ୍ୟବହାର ହେବ ।  

ସେହିପରି ଭୁବନେଶ୍ବରରେ ବି ଅନ୍ତର୍ଜାତୀୟ ଯୋଗଦିବସ ପାଇଁ ହୋଇଛି ବ୍ୟାପକ ଆୟୋଜନ । ଜନତା ମୈଦାନରେ ୨୪ଟି ବଡ ଏଲଇଡି ପ୍ୟାନେଲ  ସହ ଟେଣ୍ଟ୍  ଭିତରେ ବସି ଯୋଗାଭ୍ୟାସ ପାଇଁ ବ୍ୟବସ୍ଥା ହୋଇଛି । ଯୋଗ ମହୋତ୍ସବ ସମିତି ପକ୍ଷରୁ ଆୟୋଜିତ ଏହି ବିଶାଳ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସେହିଭଳି ଭୁବ​‌ନେଶ୍ବର ନ୍ୟୁ ଫରେଷ୍ଟ ପାର୍କ ସ୍ଥିତ ବ୍ଲିସ୍ ଫୁଲ ଯୋଗା ସେଣ୍ଟ ପକ୍ଷରୁ କୁନିକୁନି ପିଲାମାନଙ୍କୁ ଯୋଗାଭ୍ୟାସରେ ସାମିଲ କରାଯିବ ।ବୁଦ୍ଧ ମନ୍ଦିର ପରିସରରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାଇଁ ବ୍ୟବସ୍ଥା ହୋଇଛି । ସୋର ଗାନ୍ଧି ସେବା ସଂଘ ବାଳିକା ଆଶ୍ରମରେ ଯୋଗଦିବସର ଅବ୍ୟବହିତ ପୂର୍ବରୁ ଆଜି ଏକ ଶିବିର ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

   Related Posts