ମେ ୦୩ ପରେ ଲକ୍‌ଡାଉନ୍‌ ଉପରେ କଣ ରହିବ ରଣନୀତି ? ମନ୍ତ୍ରୀ ଓ ଅଧିକାରୀଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | May 01, 2020 IST

ନୂଆଦିଲ୍ଲୀ ୦୧।୦୫: କରୋନା ସଙ୍କଟ ଓ ଲକ୍‌ଡାଉନ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ରେଳ ମନ୍ତ୍ରୀ ପିୟୂଷ ଗୋଏଲ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ସିଡିଏସ ଜେନେରାଲ ବିପିନ ରାଓ୍ଵତ ସମେତ ଅନେକ ବରିଷ୍ଠ ଅଫିସର ଉପସ୍ଥିତ ଥିଲେ। କୁହାଯାଉଛି ଯେ, ବୈଠକରେ ଲକ୍‌ଡାଉନ୍‌ର ଦ୍ଵିତୀୟ ପର୍ଯ୍ୟାୟର ସମୀକ୍ଷା କରାଯାଉଛି।

ସୂତ୍ର ଅନୁଯାୟୀ, ଏହି ବୈଠକରେ ମେ ୩ ପରେ ସରକାରଙ୍କ ରଣନୀତି ଏବଂ ମେ ୪ରୁ କଣ କଣ ରିହାତି ଦିଆଯିବ ତା ଉପରେ ବିସ୍ତୃତ ଆଲୋଚନା ହୋଇଛି। ଆଶା କରାଯାଉଛି, ଆଗାମୀ ଦୁଇ ଦିନ ଭିତରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଗାଇଡ୍‌ଲାଇନ୍‌ ଜାରି କରି ପାରନ୍ତି। ଏଥିରେ କେଉଁ କେଉଁ କ୍ଷେତ୍ରରେ କୋହଳ କରାଯିବ ତାହା ବିଶଦ ବିବରଣୀ ଦିଆଯିବ।

{"id":263050,"sizeSlug":"large"}

ଉଲ୍ଲେଖନୀୟ ଦେଶରେ ମେ ୩ରେ ଲକ୍‌ଡାଉନ୍‌ ସମାପ୍ତ  ହେଉଛି। ଅନ୍ୟପଟେ କରୋନା ସଂକ୍ରମିତ ସଂଖ୍ୟା ୩୫ ହଜାର ପାର କରିଛି। ତେଣୁ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଲାଗି ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। କେନ୍ଦ୍ର ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହିତ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ଗତ ୨୭ ତାରିଖରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିଥିଲେ।

କରୋନାର ମୁକାବିଲା ଲାଗି ରଣନୀତିରେ କିଛିଟା ପରିବର୍ତ୍ତନ କରାଯାଇଛି। ଲକ୍‌ଡାଉନ୍‌କୁ ଧିରେ ଧିରେ ଖୋଲିବା ଲାଗି ପୂରା ଦେଶକୁ ପ୍ରଥମରୁ ତିନୋଟି ଜୋନ୍‌ରେ ବିଭକ୍ତ କରାଯାଇଛି। ମାତ୍ର ଏବେ ଜୋନ୍ ନେଇ ମାପଦଣ୍ଡରେ ପରିବର୍ତ୍ତନ କରାଯାଇଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ମେ ୩ ପରେ କେଉଁ ଜିଲ୍ଲା ରେଡ୍‌ ଜୋନରେ, କେଉଁ ଜିଲ୍ଲା ଗ୍ରୀନ ଜୋନ୍‌ରେ ତାର ତାଲିକା ନୂତନ ମାପଦଣ୍ଡ ଆଧାରରେ ଜାରି କରିଛନ୍ତି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ନୂତନ ତାଲିକାରେ ୧୩୦ ଜିଲ୍ଲା ରେଡ୍‌ ଜୋନ୍, ୨୮୪ ଜିଲ୍ଲା ଅରେଞ୍ଜ  ଜୋନ୍ ଏବଂ ୩୧୯ ଜିଲ୍ଲା ଗ୍ରୀନ ଜୋନ୍‌ରେ ସାମିଲ। ଦେଶରେ ମେଟ୍ରୋ ସହର ରେଡ୍‌ ଜୋନରେ ରହିବ। କାରଣ ଏଠାରେ କରୋନା ଭାଇରସ୍‌ ସଂକ୍ରମଣର ଅଧିକ ବିପଦ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.