'ଏହାକୁ ହିଁ କୁହନ୍ତି ନେତୃତ୍ଵ', ମୋଦୀଙ୍କ ପ୍ରସ୍ତାବକୁ ସମର୍ଥନ କରି ଆଗକୁ ଆସିଲେ ନେପାଳ, ଶ୍ରୀଲଙ୍କା, ଭୂଟାନ ଓ ମାଳଦ୍ଵୀପ

Published By : Prameya-News7 Bureau | March 13, 2020 IST

ନୂଆଦିଲ୍ଲୀ ୧୩।୦୩: ଦୁନିଆର ୧୦୦ରୁ ଅଧିକ ଦେଶରେ କରୋନା ଭୂତାଣୁର ପ୍ରକୋପ ଜାରି ରହିଛି। କରୋନା ନେଇ ପଡୋଶୀ ଚୀନ ଯାହା କରିନଥିଲା ତାହା ଏବେ କରି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏକ ବଡ ପ୍ରସ୍ତାବ ଦେଇ ଦକ୍ଷିଣ ଏସିଆ କ୍ଷେତ୍ରୀୟ ସଂଗଠନ(SAARC) ଦେଶକୁ ଏହି ମହାମାରୀର ମୁକାବିଲା ଲାଗି ଆଲୋଚନା କରିବାକୁ ଆହ୍ଵାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସାର୍କ ଦେଶଗୁଡିକୁ ଭିଡିଓ କନଫରେନ୍ସି ମାଧ୍ୟମରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ। ଏହା ପରେ ଏବେ ଅନେକ ଦେଶ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ସମର୍ଥନ କରି ଆଗକୁ ଆସିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲ ପରେ ଶ୍ରୀଲଙ୍କା, ଭୂଟାନ, ନେପାଳ ଓ ମାଳଦ୍ଵୀପର ରାଷ୍ଟ୍ର ପ୍ରମୁଖଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଟୁଇଟ୍ କରି ଲେଖିଛନ୍ତି ଯେ, କରୋନା ଭୂତାଣୁ ମାମଲାରେ ଶ୍ରୀଲଙ୍କା ଆଲୋଚନା କରିବାକୁ ପ୍ରସ୍ତୁତ। ଏମିତି ଘଡିସନ୍ଧି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଉତ୍ତମ କାର୍ଯ୍ୟ ଆରମ୍ଭ କରିଛନ୍ତି।

wp:core-embed/twitter {"url":"https://twitter.com/GotabayaR/status/1238395428019683328?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1238395428019683328\u0026ref_url=https%3A%2F%2Faajtak.intoday.in%2Fstory%2Fcoronavirus-pm-narendra-modi-video-nepal-maldives-appeal-1-1171357.html","type":"rich","providerNameSlug":"twitter","className":""}
https://twitter.com/GotabayaR/status/1238395428019683328?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1238395428019683328&ref_url=https%3A%2F%2Faajtak.intoday.in%2Fstory%2Fcoronavirus-pm-narendra-modi-video-nepal-maldives-appeal-1-1171357.html
/wp:core-embed/twitter

ସେହି ପରି ଭୂଟାନ ପ୍ରଧାନମନ୍ତ୍ରୀ ଲୋତେୟ ସେରିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ପ୍ରସ୍ତାବକୁ ମଧ୍ୟ ସମର୍ଥନ କରିଛନ୍ତି। ସେ ନିଜର ଟୁଇଟରେ ଲେଖିଛନ୍ତି ଯେ, ଏହାକୁ ହିଁ ନେତୃତ୍ଵ କୁହାଯାଏ। କ୍ଷେତ୍ରର ସଦସ୍ୟ ଭାବେ ଆମେ ଆପଣଙ୍କ ସହିତ ଆସିବାକୁ ଚାହୁଁ, ନଚେତ୍ କରୋନା କାରଣରୁ ଅର୍ଥନୀତି ଭୁଶୁଡି ଯାଇପାରେ। ମୁଁ ଏହି ଭିଡିଓ କନଫରେନ୍ସିଂ ଲାଗି ପ୍ରସ୍ତୁତ।

wp:core-embed/twitter {"url":"https://twitter.com/PMBhutan/status/1238395565571883009?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1238395565571883009\u0026ref_url=https%3A%2F%2Faajtak.intoday.in%2Fstory%2Fcoronavirus-pm-narendra-modi-video-nepal-maldives-appeal-1-1171357.html","type":"rich","providerNameSlug":"twitter","className":""}
https://twitter.com/PMBhutan/status/1238395565571883009?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1238395565571883009&ref_url=https%3A%2F%2Faajtak.intoday.in%2Fstory%2Fcoronavirus-pm-narendra-modi-video-nepal-maldives-appeal-1-1171357.html
/wp:core-embed/twitter

ମାଳଦୀପର ରାଷ୍ଟ୍ରପତି ଇବ୍ରାହିମ ସୋଲିହ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇ ଟୁଇଟ୍ କରି ଲେଖିଛନ୍ତି ଯେ, କରୋନା ଭୂତାଣୁକୁ ହରାଇବା ଲାଗି ଏକ ସଙ୍ଗେ ଆସିବାର ଆବଶ୍ୟକତା ରହିଛି। ଆମେ କ୍ଷେତ୍ରୀୟ ଏକତା ଦେଖାଇବାର ଏହି ପ୍ରସ୍ତାବକୁ ସମର୍ଥନ କରୁଛୁ।

wp:core-embed/twitter {"url":"https://twitter.com/ibusolih/status/1238399680158916608?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1238399680158916608\u0026ref_url=https%3A%2F%2Faajtak.intoday.in%2Fstory%2Fcoronavirus-pm-narendra-modi-video-nepal-maldives-appeal-1-1171357.html","type":"rich","providerNameSlug":"twitter","className":""}
https://twitter.com/ibusolih/status/1238399680158916608?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1238399680158916608&ref_url=https%3A%2F%2Faajtak.intoday.in%2Fstory%2Fcoronavirus-pm-narendra-modi-video-nepal-maldives-appeal-1-1171357.html
/wp:core-embed/twitter

 ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବ ଉପରେ କହିଛନ୍ତି ଯେ, ଆମର ସରକାର ଏହି ଅଭିଯାନରେ ସାମିଲ ହେବାକୁ ପ୍ରସ୍ତୁତ।

wp:core-embed/twitter {"url":"https://twitter.com/PM_Nepal/status/1238401865370361857?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1238401865370361857\u0026ref_url=https%3A%2F%2Faajtak.intoday.in%2Fstory%2Fcoronavirus-pm-narendra-modi-video-nepal-maldives-appeal-1-1171357.html","type":"rich","providerNameSlug":"twitter","className":""}
https://twitter.com/PM_Nepal/status/1238401865370361857?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1238401865370361857&ref_url=https%3A%2F%2Faajtak.intoday.in%2Fstory%2Fcoronavirus-pm-narendra-modi-video-nepal-maldives-appeal-1-1171357.html
/wp:core-embed/twitter

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁ ପ୍ରସଙ୍ଗରେ ଟୁଇଟ୍ କରି କହିଥିଲେ ଯେ, ସମଗ୍ର ଦୁନିଆ ଏବେ କରୋନା ବିରୋଧରରେ ଲଢେଇ କରୁଛି। ଦକ୍ଷିଣ ଏସିଆ ଦେଶଗୁଡିକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ତେଣୁ ସାର୍କ ଦେଶର ପ୍ରମୁଖଙ୍କୁ ଅପିଲ୍ କରୁଛି ଯେ,ସେମାନେ କରୋନା ଭୂତାଣୁ ବିରୋଧରେ ଲଢେଇ ଲାଗି ଏକଜୁଟ୍  ହୁଅନ୍ତୁ। ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାର୍କ ଦେଶର ପ୍ରମୁଖଙ୍କୁ କରୋନାର ମୁକାବିଲା ଲାଗି ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇ ପାରିବ ବୋଲି କହିଛନ୍ତି। ଆମେ ଏକାଠି ମିଶି ଦୁନିଆ ପାଇଁ ଏକ ଉଦାହରଣ ସୃଷ୍ଟି କରି ପାରିବା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.