Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ସରପଞ୍ଚମାନଙ୍କ ସହ ସିଧା କଥା ହେବେ ପ୍ରଧାନମନ୍ତ୍ରୀ : ବୁଝିବେ ହାଲ୍‌, ଦେବେ ଟିପ୍ସ୍

23/04/2020 at 9:59 AM

ନୂଆଦିଲ୍ଲୀ ୨୩।୦୪: ଶୁକ୍ରବାର, ୨୪ ତାରିଖରେ ପଞ୍ଚାୟତ ପ୍ରତିନିଧିମାନଙ୍କ ସହିତ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପ୍ରିଲ ୨୪ ତାରିଖରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହେଉଥିବାରୁ ଏହି ଦିନ ପ୍ରଧାନମନ୍ତ୍ରୀ ପଞ୍ଚାୟତ ପ୍ରତିନିଧିଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ ।  ଏହି ଦିନ ପ୍ରଧାନମନ୍ତ୍ରୀ ଇ ଗ୍ରାମ ସ୍ବରାଜ ପୋର୍ଟାଲ ଏବଂ ମୋବାଇଲ୍  ଆପ୍ ର ଉନ୍ମୋଚନ କରିବେ । ଏହାଦ୍ବାରା ଗ୍ରାମପଞ୍ଚାୟତ ସ୍ତରରେ ବିକାଶ କାର୍ଯ୍ୟକ୍ରମର ମନିଟରିଂ କରାଯାଇପାରିବ ।

ସେହିପରି ପ୍ରଧାନମନ୍ତ୍ରୀ ସ୍ବମିତ୍ବ ଯୋଜନାର ଶୁଭାରମ୍ଭ କରିବେ । ଗ୍ରାମାଞ୍ଚଳରେ ଥିବା ଜମିର ସୀମା ନିର୍ଦ୍ଧାରଣ କରାଯିବା ନେଇ ଏହି ଯୋଜନା କାର୍ଯ୍ୟକାରୀ ହେବ । ବିଶେଷ କରି  ଡ୍ରୋନ୍ ଟେକ୍ନୋଲୋଜିର ବ୍ୟବହାର କରାଯାଇ ଜମିଗୁଡ଼ିକର ସୀମା ଚିହ୍ନଟ ହେବ । ପଞ୍ଚାୟତିରାଜ ମନ୍ତ୍ରଣାଳୟ, ରାଜ୍ୟ ପଞ୍ଚାୟତିରାଜ ବିଭାଗ, ରାଜସ୍ବ ବିଭାଗ  ଏବଂ ସର୍ଭେ ଅଫ ଇଣ୍ଡିଆ ସହାୟତାରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ସେହିପରି ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିଥିବା ଗ୍ରାମ ପଞ୍ଚାୟତ, ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ଅବସରରେ ପୁରସ୍କୃତ କରାଯିବ ।

ସେପଟେ ଆସନ୍ତା ୨୭ତାରିଖ ଦିନ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନ୍‌ଫେରେନ୍ସି ଜରିଆରେ ଆଲୋଚନା କରିବେ । ଏହି ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଉପସ୍ଥିତ ରହିବେ । ପୂର୍ବଥର ମୁଖ୍ୟମନ୍ତ୍ରୀମାନଙ୍କ ହୋଇଥିବା ବୈଠକ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌ ବିଷଶରେ ବିଚାରବିମର୍ଶ କରିଥିଲେ । ଏବଂ ପରେ ମେ ୩ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଥିଲା ।

   Related Posts