ପରୀକ୍ଷା ନଘୁଞ୍ଚିବାରୁ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମକୁ ଲାଇକ୍‌ଠୁ ଅଧିକ ମିଳିଲା ଡିସଲାଇକ୍

Published By : Prameya-News7 Bureau | August 30, 2020 IST

ନୂଆଦିଲ୍ଲୀ ୩୦।୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସକାଳ ୧୧ଟାରେ ନିଜର ମାସିକିଆ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ମୋଦୀ କହିଛନ୍ତି କରୋନା କାଳରେ ଦେଶ ଏକ ସଙ୍ଗେ ଅନେକ ମୋର୍ଚ୍ଚାରେ ଲଢେଇ କରୁଛି। ପ୍ରଧାନମନ୍ତ୍ରୀ ନିଜର ସମ୍ଵୋଧନରେ ଖେଳଣା ଓ ମୋବାଇଲ ଗେମ୍ସ ମାମଲାରେ ଆତ୍ମ ନିର୍ଭର ହେବା କଥା କହିଛନ୍ତି। ଯେତେ ବି ଭର୍ଚୁଆଲ ଗେମ୍ସ ରହିଛି ଏହାର ଥିମ୍ ସବୁ ବିଦେଶର। ଏଥିପାଇଁ ମୁଁ ଦେଶର ଯୁବ ପ୍ରତିଭାଙ୍କୁ ଅପିଲ କରୁଛି ଆପଣ ଭାରତର ଗେମ୍ସ ତିଆରି କରନ୍ତୁ। ଏହା ବ୍ୟତୀତ ମୋଦୀ ଅନେକ ଗୁରୁତ୍ଵପୂର୍ଣ୍ଣ କଥା କହିଛନ୍ତି। କିନ୍ତୁ ଏଥର  ଯୁବକଙ୍କୁ ତାଙ୍କର ପ୍ରଶଂସା ପସନ୍ଦ ଆସିନାହିଁ। ଏହାର କାରଣ ଜେଇଇ ଓ ନିଟ୍ ପରୀକ୍ଷା ସ୍ଥଗିତ ନହେବା।

ଦେଶରେ  କରୋନା ସଙ୍କଟ ଓ ବନ୍ୟା କାରଣରୁ ଦେଶର ଅଧିକାଂଶ ଛାତ୍ର ଜେଇଇ ଓ ନିଟ୍ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଛନ୍ତି। ଅନ୍ୟପଟେ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସ୍ପଷ୍ଟ କରିଛନ୍ତି ଯେ ନିର୍ଦ୍ଧାରିତ ସମୟରେ ଜେଇଇ ଓ ନିଟ୍ ପରୀକ୍ଷା ଆୟୋଜିତ ହେବ। ଏହା ପରଠୁ ପରୀକ୍ଷାର୍ଥୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପର୍ଯ୍ୟନ୍ତ ନିଜର କଥା ପହଞ୍ଚାଇବାକୁ ପ୍ରୟାସ କରିଛନ୍ତି।

{"id":322732,"sizeSlug":"large"}

ଏହି ସମୟରେ ରବିବାର ପିଏମ ମୋଦୀଙ୍କ ମନ କି ବାତ କାର୍ଯ୍ୟକ୍ରମ ପରଠୁ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ମନ କି  ବାତ୍ ଭିଡିଓକୁ ଡିସଲାଇକ୍ ଆରମ୍ଭ  ହୋଇ ଯାଇଛି। ଉଲ୍ଲେଖନୀୟ ଜେଇଇ ପରୀକ୍ଷା ସେପ୍ଟେମ୍ବର ୧ ରୁ ୬ ମଧ୍ୟରେ ଏବଂ ନିଟ୍ ପରୀକ୍ଷା ସେପ୍ଟେମ୍ବର ୧୩ରେ ଆୟୋଜିତ ହେବ।

ଖବର ଲେଖା ଯିବା ବେଳକୁ ବିଜେପି ୟୁଟ୍ୟୁବ୍ ଚ୍ୟାନେଲରେ ମନ କି ବାତ କାର୍ଯ୍ୟକ୍ରମର ୩୧ ମିନିଟ୍ ୨୫ ସେକେଣ୍ଡର ଭିଡିଓକୁ ୨୧୦୦ ଲାଇକ୍‌ ଓ ୧୭ ହଜାର ଡିସ୍‌ଲାଇକ୍‌ ମିଳି ସାରିଥିଲା। ଅପରପକ୍ଷେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚ୍ୟାନେଲରେ ଅପଲୋଡ୍ ୪ ମିନିଟ୍ ୫୦ ସେକେଣ୍ଡର ଭିଡିଓକୁ ୬୮୯ ଲାଇକ୍ ଓ ୨୬୦୦ ଡିସଲାଇକ୍ ମିଳିଛି। ସେହି ପରି ୪ ମିନିଟ୍ ୧୪ ସେକେଣ୍ଡର ଦ୍ଵିତୀୟ ଭିଡିଓକୁ ୩୬୯ ଲାଇକ୍ ଓ ୧୪୦୦ ଡିସଲାଇକ୍ ମିଳିଛି।

{"id":322733,"sizeSlug":"large"}

ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପିର ଚ୍ୟାନେଲରେ ଅପଲୋଡ୍‌ ମନ କି ବାତ କାର୍ଯ୍ୟକ୍ରମର ଭିଡିଓ ତଳେ ପରୀକ୍ଷାର୍ଥୀ ନିଟ୍ ଓ ଜେଇଇର ପରୀକ୍ଷା ଘୁଞ୍ଚାଇବାକୁ କମେଣ୍ଟ କରୁଛନ୍ତି। ଛାତ୍ରମାନେ କହୁଛନ୍ତି ଯଦି ପରୀକ୍ଷା ହୁଏ ତେବେ ବର୍ଷଟିଏ ବର୍ବାଦ ହୋଇଯିବ। ଆଉ କିଛି କହୁଛନ୍ତି ଦେଶରେ ପୂର୍ବରୁ ବେରୋଜଗାରି ଭରି ରହିଛି ଏମିତିରେ ଯୁବ ବର୍ଗଙ୍କୁ ହଇରାଣ କରିବା ଠିକ୍ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.