ପୁଣି ଥରେ ଦେଖିବାକୁ ମିଳିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରକୃତି ପ୍ରେମ, ସାମ୍ନାକୁ ଆସିଲା ମୟୂରକୁ ଖାଦ୍ୟ ଖୁଆଉଥିବାର ଦୃଶ୍ୟ

Published By : Prameya-News7 Bureau | August 23, 2020 IST

ନୂଆଦିଲ୍ଲୀ ୨୩।୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରକୃତି ପ୍ରେମ ପୁଣି ଥରେ ଦେଖିବାକୁ ମିଳିଛି। ଦିଲ୍ଲୀରେ ନିଜର ସରକାରୀ ବାସଭବନ ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଜାତୀୟ ପକ୍ଷୀ ମୟୂରକୁ ଖାଦ୍ୟ ଖୁଆଉଥିବା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନିଜର ବାସଭବନରେ ଗ୍ରାମାଞ୍ଚଳ ପରି ଢାଞ୍ଚା ମଧ୍ୟ ତିଆରି କରିଛନ୍ତି। ଯଦ୍ଵାରା ପକ୍ଷୀ ନିଜର ବସା ତିଆରି କରି ପାରିବ। ବାସଭବନରେ ପ୍ରାକୃତିକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ ସହିତ ମୟୂର ସଂପର୍କିତ ଏକ କବିତା ମଧ୍ୟ ସେୟାର କରିଛନ୍ତି।

{"id":318877,"width":573,"height":430,"sizeSlug":"large"}

କବିତା ଟି ହେଉଛି –

ଭୋର ଭୟୋ, ବିନ ସୋର,

ମନ ମୋର, ଭୟୋ ବିଭୋର,

ରଗ-ରଗ ହୈ ରଙ୍ଗା, ନୀଲା ଭୂରା ଶ୍ୟମା ସୁହାନା,

ମନମୋହକ, ମୋର ନିରାଲା।

{"id":318879,"sizeSlug":"large"}

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛୋଟ ବେଳୁ ହିଁ ପଶୁପକ୍ଷୀଙ୍କ ପ୍ରତି ସ୍ନେହ ଭାବ ରହି ଆସିଛି। ନୂଆଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀ ବାସଭବନ ଲୋକକଲ୍ୟାଣ ମାର୍ଗରେ ରହିଛି। ଏହା ୧୨ ଏକର ଜମିରେ ବ୍ୟାପ୍ତ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଟ୍ ୫ଟି ବଙ୍ଗଳା ରହିଛି। ଏହା ବ୍ୟତୀତ ସେଠାରେ ଅନେକ ବଗିଚା  ରହିଛି, ଯେଉଁ ପଶୁ-ପକ୍ଷୀଙ୍କ ମୁକ୍ତ ବିଚରଣ କରିବାର ସୁବିଧା ରହିଛି।

{"id":318878,"sizeSlug":"large"}

ପ୍ରଧାନମନ୍ତ୍ରୀଙ୍କ ଯେଉଁ  ଭିଡିଓ ଆସିଛି, ତାହା ଦେଖି ଲାଗୁଛି ଲକ୍‌ଡାଉନ୍‌ରେ ପ୍ରଧାନମନ୍ତ୍ରୀଙ୍କ ଏହା ଦୈନନ୍ଦୀନ କାର୍ଯ୍ୟର ଏକ ଅଂଶ ଥିଲା। ସେ ହାତରେ ପ୍ଲେଟ୍‌ ଧରି ମୟୂରଙ୍କ ଅପେକ୍ଷା କରୁଥିବା ଫଟୋରୁ ଦେଖିବାକୁ ମିଳିଛି।

ଯେବେ ସେ ଲୋକ କଲ୍ୟାଣ ମାର୍ଗ ସ୍ଥିତ ନିଜର ବାସଭବନରେ ଭ୍ରମଣ କରନ୍ତି ତେବେ ତାଙ୍କ ପାଖରେ ମୟୂର ବିଚରଣ କରୁଥିବା ଦେଖିବାକୁ ମିଳିଛି।

{"id":318880,"sizeSlug":"large"}

ଅଧିକାରୀ ବାସଭବନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ସମ୍ବନ୍ଧିତ ଅନେକ ଦପ୍ତର ରହିଛି। ଏହି ବାସଭବନର ସୁରକ୍ଷା ଦାୟିତ୍ଵ ସ୍ଵତନ୍ତ୍ର ସୁରକ୍ଷା ବଳ ହାତରେ ରହିଛି। ବାସଭବନର ବାହାର ପାର୍ଶ୍ଵର ସୁରକ୍ଷା ଦାୟିତ୍ଵ ଦିଲ୍ଲୀ ପୋଲିସ ଓ ଅନ୍ୟ ଏଜେନ୍ସି ହାତରେ ରହିଛି।

{"id":318881,"sizeSlug":"large"}

ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ସକାଳେ ପ୍ରାତଃ ଭ୍ରମଣ କରିବା ସମୟରେ ଅଲଗା ଅଲଗା ସମୟରେ ମୟୂର ସହିତ ନଜର ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସକଭରୀ ଚ୍ୟାନେଲର ଏକ କାର୍ଯ୍ୟକ୍ରମରେ ‘ମ୍ୟାନ୍ ଭର୍ସେସ୍ ଓ୍ଵାଇଲ୍ସ’ରେ କୁମ୍ଭୀରକୁ ନେଇ ନିଜର ପିଲା ବେଳର କଥା ଉଲ୍ଲେଖ କରିଥିଲେ।

{"id":318882,"sizeSlug":"large"}

ସେ କହିଥିଲେ ପିଲାବେଳେ ଖେଳ ଖେଳରେ ସେ ଏକ କୁମ୍ଭୀରକୁ ଧରି ଘରକୁ ନେଇ ଆସିଥିଲେ ମାତ୍ର ତାକୁ ପୁଣି ଥରେ ନଦୀରେ ଛାଡି କି ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.