ଲୋକସଭା ନିର୍ବାଚନରେ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ପ୍ରସ୍ତାବକ ଥିବା ଡୋମ୍ ରାଜା ଜଗଦୀଶ ଚୌଧୁରୀଙ୍କ ୪୫ବର୍ଷ ବୟସରେ ପରଲୋକ

Published By : Prameya-News7 Bureau | August 25, 2020 IST

ଲକ୍ଷ୍ନୌ ୨୫/୮: ବାରାଣସୀ ଆସନରୁ ସାଂସଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବକ ଥିବା ଡୋମ୍ ରାଜା ଜଗଦୀଶ ଚୌଧୁରୀଙ୍କ ପରଲୋକ ହୋଇଯାଇଛି। ଜଗଦୀଶ ଚୌଧୁରୀ ଗତ କିଛି ଦିନରୁ ଅସୁସ୍ଥ ଥିଲେ। ତାଙ୍କର ୪୫ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କର ଅନ୍ତିମ ସଂସ୍କାର ମଣିକର୍ଣ୍ଣିକା ମହାଶ୍ମଶାନ ଘାଟରେ ହେବ। ଜଗଦୀଶ ଚୌଧୁରୀ ୨୦୧୯ର ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରସ୍ତାବକ ଥିଲେ।

{"id":319802,"sizeSlug":"large"}

ଜଗଦୀଶ ଚୌଧୁରୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଶୋକ ପ୍ରକାଶ କରିଛନ୍ତି। ଯୋଗୀ କହିଛନ୍ତି,‘ ୨୦୧୯ର ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବକ ଥିବା ଡୋମ୍ ରାଜା ଜଗଦୀଶ ଚୌଧୁରୀଙ୍କ ପରଲୋକ। ସାଦର ପ୍ରଣାମ। ଡୋମ ରାଜା କେବଳ ବନାରସର ଆଧ୍ୟାତ୍ମିକତା ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ। ହିନ୍ଦୁ ଧର୍ମରେ ଛୁଆଁ-ଅଛୁଆଁ ସମାପ୍ତ କରିବା ଉଦ୍ଦେଶ୍ୟରେ ମହନ୍ତ ଅବୈଦ୍ୟନାଥ ଜୀ ଡୋମ ରାଜାଙ୍କ ଘରେ ସାଧୁଙ୍କ ସହ ଭୋଜନ କରି ଏକାଠି ଭୋଜନ କରିବା ଆରମ୍ଭ କରିଥିଲେ।

{"id":319803,"sizeSlug":"large"}

୨୦୧୯ର ଲୋକସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୪ଜଣ ପ୍ରସ୍ତାବକ ଥିଲେ। ଏମାନଙ୍କ ମଧ୍ୟରେ ଡୋମ ରାଜା ଜଗଦୀଶ ଚୌଧୁରୀ,ବିଏଚୟୁର ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପିକା ଡ. ଅନ୍ନପୂର୍ଣ୍ଣା ଶୁକ୍ଳା,ଜନସଙ୍ଘ ସହ ଜଡ଼ିତ ବିଜେପିର ବରିଷ୍ଠ କର୍ମୀ ସୁଭାଷ ଗୁପ୍ତା ଏବଂ କୃଷି ବୈଜ୍ଞାନିକ ଡାକ୍ତର ରାମଶଙ୍କର ପଟେଲ୍ ଆଦି ପ୍ରସ୍ତାବକ ଥିଲେ।

{"id":319804,"sizeSlug":"large"}

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବକ ହୋଇଥିବାରୁ ଡୋମ ରାଜା ଜଗଦୀଶ ଚୌଧୁରୀ କହିଥିଲେ ଯେ ପ୍ରଥମ ଥର କୌଣସି ରାଜନୈତିକ ଦଳ ତାଙ୍କୁ ଏହି ପରିଚୟ ଦେଇଛନ୍ତି ଏବଂ ତାହା ପୁଣି ନିଜେ ପ୍ରଧାନମନ୍ତ୍ରୀ। ସେ ବର୍ଷ ବର୍ଷ ହେବ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏବେ ଅବସ୍ଥା ସୁଧୁରିଛି କିନ୍ତୁ ସମାଜରେ ତାଙ୍କୁ ପରିଚୟ ମିଳିନାହିଁ। ଯଦି ପ୍ରଧାନମନ୍ତ୍ରୀ ଚାହିଁବେ ତେବେ ତାଙ୍କ ଅବସ୍ଥା ନିଶ୍ଚୟ ସୁଧୁରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.