ମହଙ୍ଗା ପେଟ୍ରୋଲ-ଡିଜେଲ୍‌ ଉପରେ ଚେଇଁଲା ପିଏମଓ, ତେଲ କମ୍ପାନୀର ସିଇଓ ସହିତ ପିଏମ ମୋଦୀଙ୍କ ଉଚ୍ଚସ୍ତରୀୟ ବୈଠକ

Published By : Prameya-News7 Bureau | October 20, 2021 IST

ନୂଆଦିଲ୍ଲୀ ୨୦।୧୦: ଦେଶରେ ପେଟ୍ରୋଲ-ଡିଜେଲ୍ ଦାମ ରେକର୍ଡ ସ୍ତରରେ ରହିଛି। ଇନ୍ଧନ ଦର  ବଢୁଥିବାରୁ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ମଧ୍ୟ ବଢିବାରେ ଲାଗିଛି। ଯାହାର ସିଧାସଳକ ପ୍ରଭାବ ଜନତାଙ୍କ ଉପରେ ପଡୁଛି। ଏବେ ବର୍ଦ୍ଧିତ ଇନ୍ଧନ ଦରକୁ ନେଇ ଚେଇଁ ଉଠିଛି ପିଏମଓ। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁନିଆର ପ୍ରମୁଖ ବଡ ତୈଳ ଏବଂ ଗ୍ୟାସ୍ କମ୍ପାନୀର ସିଇଓ ସହିତ ବୁଧବାର ବୈଠକ କରିଛନ୍ତି। ଆଶା କରାଯାଉଛି ଏହି ବୈଠକରୁ ତୈଳ ଦର ହ୍ରାସ ନେଇ କୌଣସି ସମାଧାନର ରାସ୍ତା ବାହାରିବ।

ପ୍ରଧାନମନ୍ତ୍ରୀଙ୍କ ଏହି  ବୈଠକ  ବିଷୟରେ ସୂଚନା ଦେଇଛନ୍ତି ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସଚିବ ତରୁଣ କପୁର। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ପ୍ରତିଟି ଓଏଲ ଏବଂ ଏନର୍ଜୀ କମ୍ପାନୀର ସିଇଓଙ୍କୁ କହିବାକୁ ୩ ମିନିଟ୍ ସମୟ ଦିଆଯାଇଛି। ଏହା ପରେ ପ୍ରଧାନମନ୍ତ୍ରୀ ନିଜର ବିଚାର ରଖିଛନ୍ତି। ହେଲେ ବୈଠକରୁ କଣ ନିଷ୍କର୍ସ ବାହାରିଛି ତାହା ଜଣା ପଡିନାହିଁ।

ଏହି ସବୁ କମ୍ପାନୀର ସିଇଓ ହେଲେ ସାମିଲ୍

ପ୍ରଧାନମନ୍ତ୍ରୀଙ୍କ ସହିତ ଏହି ବୈଠକରେ ରୁଷର ରୋଜନେଫ୍ଟର ଚେୟାରମ୍ୟାନ ଓ ସିଇଓ ଡଃ ଆଇଗୋର ସୋଚିନ, ସାଉଦି ଆରବର ସାଉଦି ଆରାମୋକର ଚେୟାରମ୍ୟାନ ତଥା ସିଇଓ ଅମିନ ନାସିର, ବ୍ରିଟେନ୍‌ର ବ୍ରିଟିଶ ପେଟ୍ରୋଲିୟମର ସିଇଓ ବର୍ଣ୍ଣାର୍ଡ ଲୁନି, ଆମେରିକାର ଶ୍ଲମବର୍ଜର ଲିମିଟେଡ୍‌ର ସିଇଓ ଓଲିଭର ଲି ପେଚ୍, ୟୁଓପିର ହନିଭାଲର ଚେୟାରମ୍ୟାନ ତଥା ସିଇଓ ବ୍ରାଏନ  ଗ୍ଲୋଭର, ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ଭେଦାନ୍ତ ଲିମିଟେଡ୍‌ର ଚେୟାରମ୍ୟାନ ଅନିଲ ଅଗ୍ରଓ୍ଵାଲ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.