Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||
  • କରଞ୍ଜିଆ : ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ନିର୍ବାଚିତ ଜନ ପ୍ରତିନିଧିଙ୍କ ଧାରଣା ୪ର୍ଥ ଦିନରେ
  • ||

ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ସମାପ୍ତ, କରୋନା ଉପରେ ନିୟନ୍ତ୍ରଣ ପାଇଁ ଅଧିକାରୀଙ୍କୁ ଦେଲେ ୫ ସୂତ୍ରୀୟ ଯୋଜନା

4/04/2021 at 7:03 PM

ନୂଆଦିଲ୍ଲୀ ୦୪।୦୪: ଦେଶରେ କରୋନା ସଂକ୍ରମଣର ପ୍ରକୋପ ବଢିବାରେ ଲାଗିଛି। ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରବିବାର ବରିଷ୍ଠ ଅଧିକାରୀଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ ସମାପ୍ତ ହୋଇଛି।  ବୈଠକରେ କରୋନା ଭାଇରସ୍‌ ବଢୁଥିବା ପ୍ରକୋପ ସମ୍ବନ୍ଧିତ ପ୍ରସଙ୍ଗ ଓ ଟିକାକରଣ ଅଭିଯାନର ସମୀକ୍ଷା କରିଛନ୍ତି। ପରିସ୍ଥିତି ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବା, ଜନ ଭାଗିଦାରୀ ବଢାଇବା ଏବଂ ଜନ ଆନ୍ଦୋଳନ ଜାରି ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କରୋନାକୁ କାବୁ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅଧିକାରୀଙ୍କୁ ପଞ୍ଚସୂତ୍ରୀୟ ଯୋଜନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଟେଷ୍ଟିଂ, ଟ୍ରେସିଂ, ଟ୍ରିଟମେଣ୍ଟ, କୋଭିଡ୍ ନିୟମ ପାଳନ ଓ ଟିକାକରଣ ଏହି ପାଞ୍ଚ ସୂତ୍ରକୁ ଯଦି ଗମ୍ଭୀରତା ଏବଂ ପ୍ରତିବଦ୍ଧତାର ସହ ଲାଗୁ କରାଯାଏ ତେବେ ମହାମାରୀର ବ୍ୟାପକତାକୁ ରୋକାଯାଇ ପାରିବ।

କରୋନାରୁ ଦୂରେଇ ରହିବା ପାଇଁ ଏପ୍ରିଲ ୬ ରୁ ୧୪ ପର୍ଯ୍ୟନ୍ତ ସମଗ୍ର ଦେଶରେ ଏକ ବିଶେଷ ଅଭିଯାନ କରାଯିବ। ଏଥିରେ ୧୦୦ ପ୍ରତିଶତ ମାସ୍କ ବ୍ୟବହାର, ବ୍ୟକ୍ତିଗତ ସ୍ଵଚ୍ଛତା ଓ ସାର୍ବଜନୀନ ସ୍ଥାନ/କାର୍ଯ୍ୟସ୍ଥଳରେ ସ୍ଵଚ୍ଛତା କେତେ ଆବଶ୍ୟକ ଏହା ବିଷୟରେ ଲୋକଙ୍କୁ ସଚେତନ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା ବୈଠକରେ କୋଭିଡ୍-୧୯ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଦଳକୁ ମହାରାଷ୍ଟ୍ର ଗସ୍ତ କରିବାକୁ କୁହାଯାଇଛି। ପ୍ରଧାନମନ୍ତ୍ରୀ କେନ୍ଦ୍ରୀୟ ଦଳକୁ ପଞ୍ଜାବ, ଛତିଶଗଡ ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭାରତରେ ରବିବାର ୯୩,୨୪୯ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚଳିତ ବର୍ଷ ଦେଶରେ ଗୋଟିଏ ଦିନରେ ଏହା ସର୍ବାଧିକ କରୋନା କେସ୍। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟି ୨୪ ଲକ୍ଷ ୮୫ ହଜାର ୫୦୯ରେ ପହଞ୍ଚିଛି।

   Related Posts